sambadik

ବଡ଼ଦାଣ୍ଡରେ ଗଣମାଧ୍ୟମ ପ୍ରତିନିଧିଙ୍କ ନୀରବ ଶୋଭାଯାତ୍ରା

45

ଭକ୍ତଙ୍କ ନିରାପତ୍ତା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ ଦାବି
ପୁରୀ,୨୩ା୭(ଆପ୍ର): ୨୦୧୬ ମହାପ୍ରଭୁଙ୍କ ନୀଳାଦି୍ରବିଜେ ଅବସରରେ ପୁରୀ ଜିଲ୍ଲାପାଳ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କରାଯାଇଥିବା ଅସୌଜନ୍ୟ ବ୍ୟବହାରର ଦୃଢ଼ ପ୍ରତିବାଦ କରାଯାଇ ଶନିବାର ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ତରଫରୁ ବଡ଼ଦାଣ୍ଡରେ ଏକ ନିରବ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା । ଏଥିରେ ପ୍ରାୟ ୫୦ ରୁ ଊଦ୍ଧ୍ୱର୍ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ । ଶୋଭଯାତ୍ରା ଗୁଣ୍ଡିଚାଘର ସିଂହଦ୍ୱାରରେ ପହଞ୍ଚିବା ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ଗଜେନ୍ଦ୍ର ମହାରଣା, ରାଜକୁମାର ମହାନ୍ତି, ଜଗନ୍ନାଥ ବସ୍ତିଆ, ପ୍ରଶାନ୍ତ କୁମାର ମହାପାତ୍ର, ରଣଜିତ ମିଶ୍ର ପ୍ରଦୁ୍ୟମ୍ନ ସାହୁ, ବିଶ୍ୱଜିତ୍ ପଟ୍ଟନାୟକ, ସୁରେନ୍ଦ୍ର ନାରାୟଣ ମିଶ୍ର, ସୌମେନ୍ଦ୍ର ହରିଚନ୍ଦନ, ମଧୁସୂଦନ ମିଶ୍ର, ପ୍ରଦୀପ କୁମାର ମହାନ୍ତି, ପ୍ରଦୀପ ସାହୁ, ବିବୁଧ ମହାନ୍ତି ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ । ମହାପ୍ରଭୁଙ୍କ ଜାନିଯାତ୍ରାରେ ଭକ୍ତମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ, ହାଇକୋର୍ଟଙ୍କ ରାୟ ପାଳନ ହେଉ, ସାମ୍ବାଦିକଙ୍କୁ ସୁରକ୍ଷା ଦିଆଯାଉ, ବିଶୃଙ୍ଖଳିତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସାମ୍ବାଦିକମାନେ ଦାବି କରିଥିଲେ । ଅନ୍ୟପକ୍ଷରେ ଏଠାରେ ଗଠନ କରାଯାଇଥିବା ଶାନ୍ତି କମିଟି ଜିଲ୍ଲାପାଳ ଓ ଏସପିଙ୍କୁ ସାକ୍ଷାତ କରି ଶାନ୍ତ ପରିବେଶ ଫେରାଇ ଆଣିବା ଉପରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଗଣ୍ଡଗୋଳରେ ସମ୍ପୃକ୍ତ ନଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାନଯାଉ ବୋଲି ସାମ୍ବାଦିକମାନେ ଦାବି କରିଥିଲେ ।

ସେଆର କରନ୍ତୁ:



Powered by odothemes.com