ଦ୍ୱିତୀୟ ଦିନରେ ରେଭେନ୍ସା ଛାତ୍ର ଆନେ୍ଦାଳନ

81

ପ୍ରଶାସନିକ ବିଭାଗ ସମ୍ପୂର୍ଣ୍ଣ ଅଚଳ ୬ ବିଦ୍ୟାର୍ଥୀଙ୍କ ନାଁରେ ଏତଲା
କଟକ (ବୁ୍ୟରୋ): ରେଭେନ୍ସା ବିଶ୍ୱବିଦ୍ୟାଳୟର ବର୍ଦ୍ଧିତ ଫି’ ହ୍ରାସ ଦାବିରେ ଆଜି ମଧ୍ୟ ଛାତ୍ରଛାତ୍ରୀମାନେ ପ୍ରଶାସନିକ ବିଭାଗ ସମ୍ମୁଖରେ ଧାରଣାରେ ବସିଛନ୍ତି । ରେଭେନ୍ସାର ମୁଖ୍ୟ କୁହାଯାଉଥିବା ଏହି ପ୍ରଶାସନିକ ବିଭାଗକୁ ସମ୍ପୂର୍ଣ୍ଣରେ ଅଚଳ କରିଦେଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ପ୍ରତ୍ୟାହୃତ କରାଯିବ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି । ତେବେ ଆନେ୍ଦାଳନରତ ଛାତ୍ରଛାତ୍ରୀମାନେ ରେଭେନ୍ସାରେ ଚାଲିଥିବା ନାମଲେଖା କିମ୍ବା ପାଠପଢାରେ କୌଣସି ବିଶୃଙ୍ଖଳା ସୃଷ୍ଟି କରିନଥିବା ଜଣାପଡିଛି । ଅନ୍ୟପକ୍ଷରେ ରେଭେନ୍ସାର ସିସିଡି ଡ. ସ୍ମରପ୍ରିୟା ମିଶ୍ର ଏବଂ ଚିପ୍ ୱାଡେନ୍ ମହମ୍ମଦ ଇଜହର ହସନ୍ ସ୍ଥାନୀୟ ମାଲଗୋଦାମ ଥାନାରେ ୬ ଜଣ ଆନେ୍ଦାଳନରତ ଛାତ୍ରଛାତ୍ରୀଙ୍କ ନାମରେ ଏତଲା ପ୍ରଦାନ କରିଥିବା ସୂଚନା ମିଳିଛି । ଗତ କାଲି ରେଭେନ୍ସାର ବିଶ୍ୱବିଦ୍ୟାଳୟର ଆବାସିକ କମିଟି ବୈଠକର ନିଷ୍ପତ୍ତିୁ ନେଇ ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ପ୍ରଶାସିନକ ବିଭାଗକୁ ଘେରାଉ କରି ରଖିଥିଲେ । ହେଲେ ଛାତ୍ରଛାତୀମାନଙ୍କୁ ବୁଝାସୁଝା ପାଇଁ ଆସିଥିବା କର୍ତ୍ତୃପକ୍ଷଙ୍କୁ ଦୁବ୍ୟବହାର କରାଯାଇଥିବା ନେଇ ଥାନାରେ ଏତଲା ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ହଷ୍ଟେଲ ଗୁଡିକରେ ହଷ୍ଟେଲ ଫି ବୃଦ୍ଧି କରିବା, ହଷ୍ଟେଲରେ ବାଧ୍ୟତା ମୂଳକ ମିଲ ବ୍ୟବସ୍ଥାକୁ ବିରୋଧ କରିବା ଏବଂ ହଷ୍ଟେଲ ମେଣ୍ଟେନାସ ଫିକୁ ପ୍ରତ୍ୟାହାର କରିବା ଏବଂ ଚଳିତ ବର୍ଷ ବର୍ଦ୍ଧିତ କ୍ରୋସ ଫି’କୁ ପ୍ରତ୍ୟାହାର କରିବା ଦାବିରେ କିଛି ଦିନ ହେବ ଡିଏସ୍ଓ ପକ୍ଷରୁ ବିକ୍ଷୋଭ କରିବା ସହ କୁଳପତିଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା । ତେବେ ଏହେି ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ବ୍ୟାପକ ଛାତ୍ର ଆନେ୍ଦାଳନ କରାଯିବାକୁ ଆନେ୍ଦାଳନରତ ଛାତ୍ରଛାତୀମାନେ ଚେତାବନୀ ପ୍ରଦାନ କରିଥିଲେ । ଏହି ଗୁଡିକ ସମାଧାନ ପାଇଁ ଗତ କାଲି ରେଭେନ୍ସା ବିଶ୍ୱବିଦ୍ୟାଳୟର ଆବାସିକ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ବୈଠକରେ ସମସ୍ତ ହଷ୍ଟେଲର ୱାର୍ଡେନ୍ ଓ ଡେପୁଟି ୱାର୍ଡେନ ଯୋଗଦେଇ ଛାତ୍ରଛାତୀଙ୍କ ଦାବୀକୁ ନେଇ ଆଲୋଚନା କରିଥିଲେ । ତେବେ ସର୍ବ ସମ୍ମତି କ୍ରମେ କମିଟି ତିନୋଟି ମୁଖ୍ୟ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେଇଥିଲେ । ବୈଠକରେ ସମସ୍ତ ହଷ୍ଟେଲରୁ ବାଧ୍ୟତା ମୂଳକ ମିଲ ଚାର୍ଜକୁ ଉଠାଇ ଦିଆଯିଇଥିଲା । ତେବେ ନୋ ମିଲ ଚାର୍ଜ ବାବଦରେ ହଷ୍ଟେଲ ଅନ୍ତେବାସୀ ଗୋଟିଏ ମିଲ ବାବଦକୁ ପୂର୍ବରୁ ୩ ଟଙ୍କା ଦେଉଥିବା ବେଳେ ତାହାକୁ ୨ଟାଙ୍କା ହ୍ରାସ କରାଯାଇଥିଲା । ସେହିପରି ଚଳିତ ବର୍ଷ ପ୍ରଥମ ଥର ପାଇଁ ଲାଗୁ ହୋଇଥିବା ମେଣ୍ଟେନାନ୍ସ ଫି’ ବାବଦକୁ ମାସିକ ୮୩ ଟଙ୍କା ହିସାବରେ ବାର୍ଷିକ ହଜାରେ ଟଙ୍କା ଦେବା ଓ ଏଷ୍ଟାବ୍ଲିସ୍ମେଣ୍ଟ ଫି ବାବାଦକୁ ମାସିକ ୨୬୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ହେଲେ ଏହି ନିଷ୍ପତ୍ତି ପ୍ରକାଶ ପାଇବା ପରେ ଡିଏସ୍ଓ ଛାତ୍ର ସଂଗଠନ ପକ୍ଷରୁ ଏହାର ବିରୋଧ କରାଯାଇଥିଲା । ପରେ ଛାତ୍ର ସଂଗଠନ ପକ୍ଷରୁ କମିଟିର ସଦସ୍ୟ ମାନଙ୍କୁ ପ୍ରଶାସନିକ ବିଭାଗକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘେରାଉ କରାଯାଇଥିଲା । ପରେ ପୁଲିସ୍ ପହଞ୍ଚô ଆନେ୍ଦାଳନରତ ଛାତ୍ରଛାତ୍ରୀଙ୍କ ଉପରେ ଲାଠି ଚାଲାଣ କରିଥିଲେ । ଫଳରେ ୩ ଜଣ ଛାତ୍ରୀଙ୍କ ସହ ୧ଛାତ୍ର ଗୁରୁତର ଆହତ ହୋଇଥିଲେ । ତେବେ ତୁରନ୍ତ ସେମାନଙ୍କୁ କଟକ ସ୍ଥିତ ବଡ ମେଡିକାଲରେ ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା । ଆନେ୍ଦାଳନକୁ ୨୪ ଘଣ୍ଟା ହେବ ଛାତ୍ରଛାୀମାନେ ଧାରଣାରେ ବସିଥିଲେ ମଧ୍ୟ ଏନେଇ କର୍ତ୍ତୃପକ୍ଷ କୌଣସି ଆଲୋଚନାକୁ ଆସିଥିବା ଆନେ୍ଦାଳନ ରତ ଛାତ୍ରଛାତ୍ରୀମାନେ କହିଛନ୍ତି । କୌଣସି ଆଇନ୍ ଶୃଙ୍ଖଳା ପରିସସ୍ଥିତି ଯେପରି ସୃଷ୍ଟି ନହୁଏ ସେଥିପାଇଁ କ୍ୟାମ୍ପସରେ ୨ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତାୟନ କରାଯାଇଛି ।

ସେଆର କରନ୍ତୁ:



Powered by odothemes.com