BARRI--RSATA

ରାସ୍ତା ମରଣଯନ୍ତା, ବରୀବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା

66

ବରୀ (ଆପ୍ର): ବରୀ ବ୍ଲକ୍ ଅନ୍ତର୍ଗତ କଳାମାଟିଆ ପଞ୍ଚାୟତର କାଇପଡ଼ାରୁ ବିଦୃପା ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀବନ୍ଧ ଅବସ୍ଥା ଶୋଚନୀୟ ହୋଇପଡିଛି । ରାସ୍ତା ଦେଇ ଶହଶହ ଭାରୀଯାନ ଯାତାୟାତ କରୁଛି । ରାସ୍ତାର ସଙ୍କୀର୍ଣ୍ଣତା ଏବଂ ଦୂରବସ୍ଥା ପାଇଁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି । ବନ୍ୟା ଆସିଲେ ଏହି ରାସ୍ତାର ସଂଲଗ୍ନ ଗାମବାସୀ କାଇପଡା, କଳାମାଟିଆ, ବିଦୃପା, ସୁବଳପୁର, ମଣିରାମପୁରର ଗ୍ରାମବାସୀ ନଦୀବନ୍ଧ ଭାଙ୍ଗିବା ଏବଂ ରାସ୍ତାରେ ଦୁର୍ଘଟଣା ଜନିତ ବିପତ୍ତି ପାଇଁ ଆତଙ୍କିତ ଅବସ୍ଥାରେ ରହିଥାନ୍ତି । ସ୍ମରଣଯୋଗ୍ୟ, ଗତବର୍ଷ ଏହି ନଦୀ ବନ୍ଧର ସମସ୍ୟା ଏବଂ ରାସ୍ତାର ଦୂରବସ୍ଥା ସମ୍ପର୍କରେ ଖବର ପକାଶ ପାଇବା ପରେ ପଶାସନ ତରବରିଆ ଭାବେ ବାଲି ପକାଇ ବନ୍ଧକୁ ମରାମତି କରିଥିଲା । ଚଳିତ ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ ହୋଇ ରହିନାହିଁ । ରାସ୍ତା ଶୋଚନୀୟ ହୋଇଛି । ନଦୀ ବନ୍ଧର ତୁରନ୍ତ ସ୍ଥାୟୀ ମରାମତି ସହ ରାସ୍ତାର ଉନ୍ନତିକରଣ କରିବା ପାଇଁ ସମାଜସେବୀ ବିଶ୍ୱନାଥ ତିପାଠୀ, ଶୁଭ୍ରଜିତ ଧଳ,ବିର କିଶୋର ଧଳ, ରାଜେନ୍ଦ୍ର ନାୟକ, ପ୍ରଶାନ୍ତ ତ୍ରିପାଠୀ, ପର୍ଶୁରାମ ପରିଡା, ବିଜୟ ରାଏ, ଅଭୟ ଦାସ, ଧନୀ ପାତ୍ର, ଶ୍ରୀଧର ଦାସ, ଦେବେନ୍ଦ୍ର ରାଏ ପମୁଖ ଦାବି କରିଛନ୍ତି । ସେହିପରି ବରୀ ବ୍ଲକ ବୋଦୁଅ ପଞ୍ଚାୟତର ବୋଦୁଅ ରେବଲ ଠାରୁ କୁମ୍ଭୁକା ପର୍ଯ୍ୟନ୍ତ ବଡବନ୍ଧ ରାସ୍ତା ଶୋଚନୀୟ ହୋଇପଡିଛି । ନିମ୍ନମାନର କାର୍ଯ୍ୟ କରି ଖାଲି ମାଟି ଛିଞ୍ଚି ଠିକାଦାର ଚାଲିଯାଇଥିବା ଜଣାଯାଇଛି । ବର୍ଷା ଦିନ ଥିବାରୁ ପାଣି ହୋଇ ରାସ୍ତାରେ କେହି ଯାଇ ପାରୁନାହାଁନ୍ତି । ଖାଲିପାଦରେ ଚାଲିକି ଯିବା ମଧ୍ୟ ସମ୍ଭବ ହେଉନାହିଁ । ତୁରନ୍ତ ରାସ୍ତାକୁ ମରାମତି କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।

ସେଆର କରନ୍ତୁ:



Powered by odothemes.com