nayagarh

ଡିଭାଇନ୍ ରେସିଡେନ୍ସିଆଲ୍ କଲେଜରେ ଛାତ୍ରଙ୍କୁ ର୍ୟାଗିଂ!

59

ନୟାଗଡ(ଆପ୍ର): ନୟାଗଡର ଏକ ଘରୋଇ କଲେଜରେ ର୍ୟାଗିଂ । ର୍ୟାଗିଂର ଶିକାର ହୋଇଥିବା ଛାତ୍ର ଗୁରୁତର କ୍ଷତବିକ୍ଷତ ହୋଇଛନ୍ତି । ର୍ୟାଗିଂ କରିଥିବା ଛାତ୍ରମାନେ ତାଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟିବା ସହ ତାଙ୍କ ପିଠି, ଗାଲ, ଗୋଡ଼, ଜଙ୍ଘ ଆଦିକୁ ଅତି ନୃଶଂସ ଭାବେ କାମୁଡି ଖଣ୍ଡିଆ କରି ଦେଇଛନ୍ତି । ସ୍ଥାନୀୟ ଟାଉନ୍ ଥାନାରେ ର୍ୟାଗିଂର ଶିକାର ହୋଇଥିବା ଛାତ୍ରର ପିତାମାତା ଅଭିଯୋଗ କରିଛନ୍ତି । ଗତ ମେ ୨୩ ତାରିଖରେ ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଭାଲିଆଡ଼ିହ ଗ୍ରାମର ହିମାଂଶୁ ଭୂଷଣ ପଟ୍ଟନାୟକଙ୍କ ପୁତ୍ର ନିହାର ରଞ୍ଜନ ପଟ୍ଟନାୟକ (୧୬) ନୟାଗଡ଼ସ୍ଥିତ ଡ଼ିଭାଇନ୍ ରେସିଡ଼େନ୍ସିଆଲ କଲେଜରେ +୨ ବିଜ୍ଞାନରେ ନାମ ଲେଖାଇଥିଲେ । ମାତ୍ର ୨୦.୬.୨୦୧୬ ତାରିଖଠାରୁ ନିହାରଙ୍କ ଉପରେ ଆରମ୍ଭ ହେଲା ଜୁଲୁମ୍ । ନିହାର ନିଜପାଇଁ କିଣିକରି ଆଣୁଥିôବା ଜଳଖିଆକୁ ତାର ୩ ଜଣ ସହଯୋଗୀ ଧମକାଇ ନେଇ ଯାଉଥିଲେ । ମେଧାବୀ ଛାତ୍ର ନିହାର ସବୁବେଳେ ପାଠ ପଢାରେ ମନୋନିବେଶ କରିବାରୁ ଇର୍ଷାପରାୟଣ ହୋଇ ତାର ୩ ସହଯୋଗୀ ତାକୁ ଭୀଷଣ ଗାଳିଗୁଲଜ କରୁଥିଲେ । ନିହାରର ପିଠି, ଗାଲ, ଗୋଡ଼, ଜଙ୍ଘ ଆଦିକୁ ଅତି ନୃଶସ ଭାବେ କାମୁଡ଼ି ଖଣ୍ଡିଆ କରି ଦେଇଥିଲେ । ସମଗ୍ର ଶରୀରକୁ ଏହି ୩ ଜଣ ସାଙ୍ଗ ଅତି ନିର୍ଦ୍ଦୟ ଭାବେ ବିଭିନ୍ନ କାଠ, ବାଡ଼ି, ଲୁହାରଡ଼ ଆଦିରେ ପିଟି ପିଟି ଚିହ୍ନ କରିଦେଇଛନ୍ତି । ଏହି ଘଟଣା ନିହାରଙ୍କର ଆଡ଼୍ମିଶନ ଠାରୁ ଆଜିକୁ ୧ ମାସ ଧରି ଅତି ନିର୍ଦ୍ଦୟ ଭାବେ ମାରି ଚାଲିଥିଲେ । ଏପରିକି ନିହାରକୁ ମାରିଦେବା ପାଇଁ ବହୁଥର ଗାମୁଛାରେ ତାର ତଣ୍ଟି ଚିପି ଏହି ୩ ଜଣ ପିଲା ଚିପି ଦେଇଥିବା ଟାଉନ୍ ଥାନାରେ ଅଭିଯୋଗ ହୋଇଛି । ଏକଥା ଯଦି କେବେ କାହା ଆଗରେ ପ୍ରକାଶ କରୁ ତେବେ ତୋତେ ଜୀବନରେ ମାରି ଦେବାକୁ ଉକ୍ତ ୩ ଜଣ ଧମକ ଦେଇଥିବା ଜଣାପଡ଼ିଛି । ଏପରିକି ନିହାରଙ୍କ ଯୌନାଙ୍ଗକୁ ମଶା ଧୁପକାଠି ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି । ଟାଉନ୍ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ଏହି ଛାତ୍ରମାନେ ହେଲେ ଡ଼ିଭାଇନ୍ ରେସିଡ଼େନ୍ସିଆଲ କଲେଜରେ ରହୁଥିବା ମସ୍କାବାରୀର ହିମାଂଶୁ ଶେଖର ପ୍ରଧାନ, ଓଳାସ ଗ୍ରାମର ଶୁଭସ୍ୱାଗତଂ ନାୟକ, ନୟାଗଡ ବ୍ଳକ ଅନ୍ତର୍ଗତ ଘଡ଼ୁଆଳ ଗ୍ରାମର ନିତ୍ୟାନନ୍ଦ ପାଳ ।

ସେଆର କରନ୍ତୁ:



Powered by odothemes.com