ଏସ୍ସିବିରେ ୧୩୭ ଡେଙ୍ଗୁ ରୋଗୀ, ୧୧ ଆଇସିୟୁରେ

କଟକ (ବୁ୍ୟରୋ): କଟକ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ରବିବାର ପଶ୍ଚିମବଙ୍ଗର ଜଣେ ଡେଙ୍ଗୁ ରୋଗୀ ଏସସିବରେ ଭର୍ତ୍ତି ହୋଇଛନ୍ତି । ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଅଫ୍ କଲେଜ (ଏସ୍ସିବି)ରେ ଡେଙ୍ଗୁ ରୋଗୀ ୧୩୭ ଚିକିତ୍ସାଧିନ ଥିବାବେଳେ ସେମାନଙ୍କ ମଧ୍ୟରେ ୧୦୪ଜଣ ପୁରୁଷ ଥିବା ବେଳେ ୩୩ଜଣ ମହିଳା ରୋଗୀ ଚିକିତ୍ସିତ ହେଉଛନ୍ତି । ଏହି ରୋଗୀଙ୍କ ମଧ୍ୟରୁ ୧୧ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତେବେ ଏହି ରୋଗୀଙ୍କ ମଧ୍ୟରେ କଟକ ଜିଲ୍ଲାର ସର୍ବାଧିକ ୭୩ଟି ରୋଗୀ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ କେନ୍ଦୁଝର ୧୭, କେନ୍ଦ୍ରାପଡା ୧୩, ଯାଜପୁର ୯, ଜଗସିଂହପୁର ୭, ଢେଙ୍କାନାଳ ୪, ମୟୂରଭଞ୍ଜ, ପଶ୍ଚିମବଙ୍ଗ, ନୟାଗଡ ଜିଲ୍ଲାର ପ୍ରତ୍ୟେକ ୩ଜଣ ଲେଖାଏଁ, ବାଲେଶ୍ୱର ୨, ଭଦ୍ରକ, ରାୟଗଡା ଏବଂ ପୁରୀ ଜିଲ୍ଲାର ଜଣେ ଲେଖାଏଁ ରୋଗୀ ଚିକିତ୍ସିତ ହେଉଛନ୍ତି । ରବିବାର ସନ୍ଧ୍ୟା ସୁଦ୍ଧା ୧୫୦ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଥିବାବେଳେ ୩୭ଜଣଙ୍କ ରକ୍ତ ନମୁନାରେ ଭୂତାଣୁ ଥିବା ଜଣାଯାଇଛି । ସେଥି ମଧ୍ୟରୁ କଟକର ୨୩, କେନ୍ଦୁଝର ୪, କେନ୍ଦ୍ରାପଡା ୪, ବାଲେଶ୍ୱର ୨, ଜଗତସିଂହପୁର, ଯାଜପୁର, ପୁରୀ ଓ ପଶ୍ଚିମବଙ୍ଗ ରାଜ୍ୟରେ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଭୂତାଣୁ ଚିହ୍ନଟ ହୋଇଥିବା ଏସସିବି ମେଡିକାଲ ଜରୁରୀ କାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ଜାନୁଆରୀରୁ ଅଦ୍ୟାବଧି ୨୭୯୬ ରକ୍ତ ପରୀକ୍ଷା କରାଯାଇଥିବା ବେଳେ ୫୫୧ ଜଣଙ୍କ ରକ୍ତରେ ପଜିଟିଭ ଥିବା ଜଣା ପଡିଛି । କଟକ ଜିଲ୍ଲାରେ ସର୍ବାଧିକ ୨୮୬ ରୋଗୀଙ୍କ ଦେହରେ ଡେଙ୍ଗୁ ଭୂତାଣୁ ଥିବା ବେଳେ କେନ୍ଦୁଝର ୮୮, ଭଦ୍ରକ ୩୭, କେନ୍ଦ୍ରାପଡା ୩୪, ଯାଜପୁର ୩୩, ଜଗତସିଂହପୁର ୧୩, ବାଲେଶ୍ୱର ଓ ପୁରୀ ଜିଲ୍ଲାରେ ୧୨, ଢେଙ୍କାନାଳ ଜିଲ୍ଲାରେ ୧୦ ରୋଗୀଙ୍କ ଦେହରେ ଡେଙ୍ଗୁ ଭୂତାଣୁ ଚିହ୍ନଟ କରାଯାଇଥିବା ଡାକ୍ତର ଶ୍ରୀ ମହାରଣା ସୂଚନା କହିଛନ୍ତି । ଆଜି ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡରେ ୨୨ଜଣ ରୋଗୀ ଭର୍ତ୍ତି ହୋଇଥିବା ବେଳେ ୩୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ ଆଜି ସାଂସଦ ଅନୁଭବ ମହାନ୍ତି ଏସସିବିରେ ପହଞ୍ଚô ଡେଙ୍ଗୁ ୱାର୍ଡରେ ରୋଗୀଙ୍କ ଚିକିସôା ସମ୍ବନ୍ଧରେ ପଚାରି ବୁଝିଥିଲେ । ତେବେ ରୋଗୀ ସେବା ଠିକ ଭାବେ ଚାଲିଛି ବୋଲି ସାଂସଦ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ବିଶେଷକରି କଟକ ଓ ବଡବିଲରୁ ଆସିଥିବା ରୋଗୀଙ୍କ ଚିକିସôା ସଂପର୍କରେ ସେ ସନ୍ତୋଷ ପ୍ରକାଶ କରିଥିଲେ । ଏଥିସହ ରୋଗୀଙ୍କୁ ପର୍ଯ୍ୟାପ୍ତ ପରିମାଣର ରକ୍ତ କିଭଳି ମିଳିପାରିବ ସେନେଇ ସରକାରଙ୍କ ସହ ପରାମର୍ଶ କରିବେ ବୋଲି ସେ କହିଥିଲେ ।