hotel-hhi-proggramme-of-amruit-yojna-of-urban-development-(2)

ପୌରସଂସ୍ଥାରେ ସହଜ ହେବ ନାଗରିକ ସେବା

62

ଭୁବନେଶ୍ୱର (ବୁ୍ୟରୋ): ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ଅମୃତ ଯୋଜନାର ମିଳିତ ଆନୁକୂଲ୍ୟରେ ଇ-ମୁ୍ୟନିସିପାଲଟି ପ୍ରଚଳନ ଉପରେ ଏକ କର୍ମଶାଳା ହୋଟେଲ୍ ଏଚ୍ଏଚ୍ଆଇରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ ପୌରସଂସ୍ଥାମାନଙ୍କର ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ ମାଧ୍ୟମରେ ନାଗରିକ ସେବାକୁ ସହଜ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥି ସହିତ ସଂପ୍ରତି ତ୍ୱରିତ ସେବା, କାର୍ଯ୍ୟଧାରାରେ ସ୍ୱଚ୍ଛତା ଆଣିବା ସହ କାର୍ଯ୍ୟକ୍ରମର ଉତ୍ତରଦାୟିତ୍ୱବୋଧ ସୃଷ୍ଟିକରିବା ଆବଶ୍ୟକତା ଥିବା ବର୍ଶାଇ ଆଗାମୀ ଛଅ ମାସ ମଧ୍ୟରେ ଅତ୍ୟାଧୁନିକ ଏମ୍ଆଇଏସ୍ ମାଧ୍ୟମରେ ଇ-ମୁ୍ୟନିସିପାଲଟି କାର୍ଯ୍ୟକ୍ରମକୁ ରାଜ୍ୟର ପୌରସଂସ୍ଥାରେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ । ରାଜ୍ୟର ସମସ୍ତ ପୌରସଂସ୍ଥାର କମିଶନର, ନିର୍ବାହୀ ଅଧିକାରୀ, ଏମ୍ଆଇଏସ୍ ପରିଚାଳକ ଏବଂ ହିସାବ ରକ୍ଷକମାନେ ଯୋଗଦେଇଥିବା ଏହି କର୍ମଶାଳାରେ ଜନ୍ମମୃତୁ୍ୟ ପ୍ରମାଣପତ୍ର, ବ୍ୟବସାୟ ଅନୁମତି ପତ୍ର, ଅଭିଯୋଗ ପଞ୍ଜିକରଣ ପ୍ରଭୃତିକୁ କିଭଳି ଭାବେ ଅତି ସହଜରେ ଲୋକଙ୍କ ପାଖରେ ଉପଲବ୍ଧି କରିହେବ ଏବଂ ସେଥିରେ ଇ-ମୁ୍ୟନିସିପାଲଟି କିପରି ସହାୟକ ହୋଇପାରିବ ସେ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରାଯାଇଥିଲ । ସମସ୍ତ ପøରସଂସ୍ଥା ପରିବର୍ତ୍ତିତ ପରିସ୍ଥିତିରେ ନିଜସ୍ୱ ୱେବସାଇଟ ବିକଶିତ କରି ତାକୁ ଜନସେବାରେ ଉପଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ । ବିଶେଷ ଭାବେ ମୋବାଇଲ୍ ଆପ୍ସ ମାଧ୍ୟମରେ ଇ-ପେମେଣ୍ଟ, ସଂସ୍ଥାର ବଜେଟ, ଆୟବେୟ ପ୍ରଭୃତିକୁୁ ୱେବ୍ ମାଧ୍ୟମରେ ପଦର୍ଶନ କରାଗଲେ ଲୋକ ସହଜରେ ତଥ୍ୟ ହାସଲ କରିବା ତା’ ଉପରେ ବିଶେଷ ମତ ରଖିଥିଲେ । କର୍ମଶାଳାର ପ୍ରାରମ୍ଭରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶିଶିର ରଥ ପ୍ରାରମ୍ଭିକ ସୂଚନା ଦେଇ ସମସ୍ତ ପୌରସଂସ୍ଥା ସମୟ ସହିତ ଖାପ ଖୁଆଇ ଉନ୍ନତ ମାନର ସେବା ପ୍ରଦାନ କରିବା ପାଇଁ ପ୍ରସ୍ତୁତ ହେବା ଏହି କର୍ମଶାଳାର ଆଭିମୁଖ୍ୟ ବୋଲି କହିଥିଲେ । ଏଥିସହିତ ଟିସିଏସ୍ ତରଫରୁ କିପରି ଭାବେ ପ୍ରଥମ ପର୍ଯ୍ୟାୟରେ ଇ-ମୁ୍ୟନିସିପାଲଟି ଦ୍ୱାରା ଶାସନ ବ୍ୟବସ୍ଥାରେ ଉନ୍ନତି ଅଣାଯାଇ ପାରିଛି । ସେହି ସଫଳତା ଆଧାରରେ ଆଗକୁ ଆମେ କିପରି କାର୍ଯ୍ୟ କରିବା ତା’ ଉପରେ ବିଶେଷ ସୂଚନା ଦେଇଥିଲେ । ଦ୍ୱିତୀୟ ଅଧିବେଶନରେ ଅଧିକାରୀମାନଙ୍କୁ ପୃଥକ ଦଳରେ ବିଭକ୍ତ କରାଯାଇ ଇ-ମୁ୍ୟନିସିପାଲଟି ପ୍ରଚଳନ ଦିଗରେ ଥିବା ସମସ୍ୟଗୁଡିକ ଉପରେ ଆଲୋଚନା କରାଯାଇଥିଲା । ଶେଷରେ ଯେଉଁ ସବୁ ମୁ୍ୟନିସିପାଲଟି ବିନିଯୋଗପତ୍ର ଦାଖଲ କରିନାହାଁନ୍ତି ସେମାନଙ୍କୁ ତୁରନ୍ତ ଏହା ପ୍ରଦାନ କରିବାକୁ କୁହାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com