guru-deba-prasad-das-nkn-30-tama-punya-tithi-abasara-re-odisy-paribesana--at-rabindra-mandap-(1)

ନୃତ୍ୟରେ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି

36

ଭୁବନେଶ୍ୱର (ବୁ୍ୟରୋ): ନୃତ୍ୟଗୁରୁ ସ୍ୱର୍ଗତ ଦେବପ୍ରସାଦ ଦାସଙ୍କ ୩୦ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ତ୍ରିଧାରା ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଶ୍ରଦ୍ଧାଞ୍ଜଳୀ ସମାରୋହ ୨୦୧୬ ଅନୁଷ୍ଠିତ ହୋଇଯାଇଛି । ଦିନ ତମାମ ·ଲିଥିବା ଏହି ସମାରୋହର ଉଦ୍ଘାଟନୀ ଉସôବରେ ସଂସ୍କୃତି ବିଭାଗ ନିଦେ୍ର୍ଦଶକ ଅମରେନ୍ଦ୍ର ପଟ୍ଟନାୟକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଉପସଭାପତି ଗୁରୁ ରାମହରି ଦାସ, ସଚିବ ଧୀର ମଲ୍ଲିକ, ଇଡ୍କୋର ସିଜିଏମ୍ କୁଞ୍ଜ ବିହାରୀ ପଣ୍ଡା, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ରେଜିଷ୍ଟାର ଡ. ସୁମନ ଦାସ, ଭାରତୀୟ ବିଦ୍ୟା ଭବନ ନିଦେ୍ର୍ଦଶକ ଏସ୍ କେ ତାମୋଟିଆ, ଭୁବନେଶ୍ୱର ମୁ୍ୟଜିକ୍ ସର୍କଲ ସଚିବ କ୍ଷୀରୋଦ ପଟ୍ଟନାୟକ, ଗୁରୁ ମୋହିନୀ ମୋହନ ପଟ୍ଟନାୟକ, ସଙ୍ଗୀତ ନିଦେ୍ର୍ଦଶକ ଲକ୍ଷ୍ମୀକାନ୍ତ ପାଲିତ୍, ଗୁରୁ ଧନେଶ୍ୱର ସ୍ୱାଇଁ, ଗୁରୁ ଅରୁଣା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ପ୍ରଥମେ ତ୍ରିଧାରାର ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ପରେ ଆଉ ୯ ଟି ନୃତ୍ୟ ଦଳ ସେମାନଙ୍କ ନୃତ୍ୟ ମାଧ୍ୟମରେ ମହାଗୁରୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ପଦ୍ମଶ୍ରୀ କୁମ୍କୁମ୍ ମହାନ୍ତି, ଗୁରୁ ଗୋପୀକୃଷ୍ଣ ବେହେରା, ଗୁରୁ ବନମାଳୀ ମହାରଣା, ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଓ ଲାର୍କ ବୁକ୍ସ୍ର ସ୍ରଷ୍ଟା ମହେନ୍ଦ୍ର ମିଶ୍ର ଯୋଗ ଦେଇଥିଲେ । ଏହି ଅଧିବେଶନରେ ଛତ୍ରପୁରର କଳାବିକାଶ କେନ୍ଦ୍ର, ଭୁବନେଶ୍ୱରର ଦେବ ପ୍ରସାଦ ନୃତ୍ୟ ଅନୁଷ୍ଠାନ, ନୃତ୍ୟାଳୟ, ମୋକ୍ଷ ଆଦି ଅନୁଷ୍ଠାନର କଳାକାର ମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ । ଶେଷ ଅଧିବେଶନରେ ରାଜସ୍ୟ ପରିଷଦ ସଭ୍ୟ ଅଶୋକ କୁମାର ତ୍ରିପାଠୀ, ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଆସିସିଆର ନିଦେ୍ର୍ଦଶକ ମିନାକ୍ଷୀ ମିଶ୍ର, ଓ ତ୍ରିଧାରର କାର୍ଯ୍ୟକାରୀ ସଭାପତି ସିମାଞ୍ଚଳ ପଣ୍ଡା ଉପସ୍ଥିତ ଥିଲେ । ପ୍ରଥମେ ନୂଆଦିଲ୍ଲୀରୁ ଆସିଥିବା ଦେବଧାରା ଅନୁଷ୍ଠାନ ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ପରେ ଭୁବନେଶ୍ୱରର ନୃତ୍ୟଶ୍ରୀ, ଲୋକନାଥ କଳାନିକେତନ ଓ ବାଲେଶ୍ୱରର ନୃତ୍ୟ ସଙ୍ଗୀତ କଳାମନ୍ଦର ଅନୁଷ୍ଠାନ କଳାକାରମାନେ ସମୂହ ନୃତ୍ୟ ମାଧ୍ୟମରେ ଗୁରୁଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତ୍ରିଧାରର ନିଦେ୍ର୍ଦଶନ ଗୁରୁ ଗଜେନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରି·ଳନା କରିଥିଲେ ।




Powered by odothemes.com