kandhamal-re-gulikanda-ku-birodha-kari-cpi-pakhyaru-raj-mahal-chack-re-bikhyov-(10)

କନ୍ଧମାଳ ଗୁଳିକାଣ୍ଡ: ସିପିଆଇର ରାସ୍ତାରୋକ

37

ଭୁବନେଶ୍ୱର,୧୩ା୭(ବୁ୍ୟରୋ): କନ୍ଧମାଳରେ ଆଦିବାସୀଙ୍କ ଉପରେ ସିଆରପିଏଫ୍ ଯବାନଙ୍କ ବେଆଇନ୍ ଗୁଳିମାଡ଼କୁ ବିରୋଧ, କନ୍ଧମାଳ ଏସ୍ପିଙ୍କ ବହିଷ୍କାର, ମୃତକଙ୍କ ପରିବାରକୁ ୫୦ଲକ୍ଷ ଲେଖାଏଁ କ୍ଷତିପୂରଣ ଓ କନ୍ଧମାଳରୁ ସିଆରପିଏଫ୍ ଯବାନଙ୍କୁ ହଟାଇବା ଦାବିରେ ସିପିଆଇ ପକ୍ଷରୁ ସ୍ଥାନୀୟ ରାଜମହଲ ଛକଠାରେ ରାସ୍ତାରୋକ ଓ ବିକ୍ଷୋଭ କରାଯାଇଥିଲା । ଜୋନ୍ ସମ୍ପାଦକ ସୁର ଜେନାଙ୍କ ଅଧ୍ୟକ୍ଷତାରେ ପାର୍ଟିର ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ଶତାଧିକ କର୍ମୀ ଆଜି ଏକ ଶୋଭାଯାତ୍ରା ବାହାରି ରାଜମହଲ ଛକଠାରେ ରାସ୍ତାରୋକ ଓ ବିକ୍ଷୋଭ କରିଥିଲେ । ଆଓବାଦୀ ଅପରେସନ୍ ନାଁରେ ଯବାନ୍ମାନେ କନ୍ଧମାଳ ଜିଲ୍ଲା ଗୁମୁଡ଼ିମାହା ଗ୍ରାମରେ ଗୋଟିଏ ଦେଢବର୍ଷର ଶିଶୁ ସମେତ ୫ ଜଣ ନିରୀହ ଗ୍ରାମବାସୀଙ୍କୁ ଯେଉଁଭଳି ନିର୍ମମ ଭାବେ ଗୁଳିକରି ହତ୍ୟା କଲେ ତା’ର ଦୃଢ ନିନ୍ଦା କରିବା ସହ ତୁରନ୍ତ କନ୍ଧମାଳ ଏସ୍ପିଙ୍କୁ ବହିଷ୍କାର କରାଯାଉ । ଏଥିସହିତ କନ୍ଧମାଳରୁ ସିଆରପିଏଫ୍ ଯବାନ୍ଙ୍କୁ ହଟାଯିବା ସହିତ ଗୁଳି କରିଥିବା ଯବାନ୍ଙ୍କୁ ଗିରଫ କରିବା ପାଇଁ ଶ୍ରୀ ଜେନା ଏଠାରେ ବିକ୍ଷୋଭକାରୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି । ଏହି ଶୋଭାଯାତ୍ରାରେ କୈଳାସ ପୁହାଣ, କ୍ଷେତ ମୂଲିଆ ନେତା ଛେତମ୍ବର ଭୋଇ ପାର୍ବତୀ ପ୍ରଧାନ ପ୍ରଣତି ମହାନ୍ତି ଓ ଲୋକନାଥ ଭୋଇ ପ୍ରମୁଖ ନେତୃତ୍ୱ ନେଇଥିଲେ ।

ସେଆର କରନ୍ତୁ:



Powered by odothemes.com