ଅଧିକ ବୋଟ୍ ଓ ଅଧିକାରୀଙ୍କ ତାଲିମ ଉପରେ ଗୁରୁତ୍ୱ

47

ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟର ଉପକୂଳ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରାଯାଇଛି । ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ୧୮ଟି ସାମୁଦ୍ରିକ ଥାନାକୁ ଆବଶ୍ୟକ ପରିମାଣ ବୋଟ୍ ଯୋଗାଇଦେବା, ସାମୁଦ୍ରିକ ଥାନାରେ ନିୟୋଜିତ ପୁଲିସ୍ ଅଧିକାରୀ ଓ କର୍ମଚାରୀମାନଙ୍କୁ ସମୁଦ୍ର ମଧ୍ୟରେ ଅନୁଧାବନ, ସାମୁଦ୍ରିକ ଅପରାଧ ଅନୁସନ୍ଧାନ, କୋଷ୍ଟଗାର୍ଡ଼ ଓ ନୌସେନାର କାର୍ଯ୍ୟଶୈଳୀ ବିଷୟରେ ତାଲିମ ଦେବା ନିମନ୍ତେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଭାରତୀୟ ନୌସେନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି । ମୁଖ୍ୟ ସଚିବ ଶ୍ରୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ବନ୍ଧିତ ରାଜ୍ୟସ୍ତରୀୟ ଆପେକ୍ସ କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା । ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶା ଉପକୂଳ ଏବଂ ଉପକୂଳ ସଂଲଗ୍ନ କ୍ରିକ୍ଗୁଡ଼ିକରେ ଯାତାୟତ କରିପାରିବା ଭଳି ବୋଟ୍ ଯୋଗାଇବା ନିମନ୍ତେ ନୌସେନା ଅଧିକାରୀଙ୍କୁ ଅନୁରୋଧ କରାଯାଇଛି । ସାମୁଦ୍ରିକ ଥାନାରେ ନିୟୋଜିତ ପୁଲିସ୍ ଅଧିକାରୀ ଓ କର୍ମଚାରୀମାନଙ୍କୁ ପାରାଦୀପଠାରେ ନିୟମିତ ତାଲିମ ଦେବା ପାଇଁ ସ୍ଥିର କରାଯାଇଛି । ମତ୍ସଜୀବୀମାନେ ସମୁଦ୍ରକୁ ଗଲାବେଳେ ନିଜ ନିଜର ବାୟୋମେଟ୍ରିକ୍ ପରିଚୟ ପତ୍ର ସାଙ୍ଗରେ ନେବା ପାଇଁ ସେମାନଙ୍କୁ ସଚେତନ କରାଯିବ । ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସୂଚନା ଓ ପ୍ରସାରଣ ବ୍ୟବସ୍ଥା ମାଧ୍ୟମରେ ଉପକୂଳ ନିରାପତ୍ତା ସମ୍ବନ୍ଧିତ ସୂଚନା ସଂପ୍ରସାରିତ କରାଯିବ । ବର୍ତ୍ତମାନ ଏହି ବ୍ୟବସ୍ଥା ଦ୍ୱାରା ୫ ଲକ୍ଷ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଆ, ବଙ୍ଗଳା ଓ ତେଲୁଗୁ ଆଦି ଭାଷାରେ ଦୈନିକ ୫ ଥରରୁ ଅଧିକ ମାଛ ମିଳିବାର ସମ୍ଭାବ୍ୟ ସ୍ଥାନ, ସାମୁଦ୍ରିକ ଝଡ଼, ସମୁଦ୍ର ପାଣିପାଗ ଆଦି ବିଷୟରେ ସୂଚନା ଦିଆଯାଇଛି । ପାରାଦୀପ, ଧାମରା ଓ ଗୋପାଳପୁର ଆଦି ବନ୍ଦରରେ କୋଷ୍ଟଗାର୍ଡ଼ର ଜଳଯାନଗୁଡ଼ିକ ପାର୍କିଂ ନିମନ୍ତେ ବର୍ଥ ଯୋଗାଣ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକପରେ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ କହିଥିଲେ ଯେ ସାଧାରଣତଃ ଉପକୂଳ ସୁରକ୍ଷାର ୩ଟି ସ୍ତର ଥାଏ । ସମୁଦ୍ର ମଧ୍ୟରେ ୧୨ ନଟିକାଲ ମାଇଲ୍ ପର୍ଯ୍ୟନ୍ତ ଅପରାଧ କାର୍ଯ୍ୟକଳାପ ଉପରେ ପୁଲିସ୍ ନଜର ରଖେ । ୧୨ ନଟିକାଲ୍ ମାଇଲ୍ରୁ ଊଦ୍ଧ୍ୱର୍ ଦୂରତା ଉପରେ ଉପକୂଳ ସୁରକ୍ଷା ବାହିନୀ ଏବଂ ଗଭୀର ସମୁଦ୍ର ମଧ୍ୟରେ ଭାରତୀୟ ନୌସେନା ନଜର ରଖନ୍ତି । ବୁଧବାର ବୈଠକରେ ସବୁ ବିଷୟରେ ଆଲୋଚନା ହୋଇଛି । ବୈଠକରେ ପୁଲିସ୍ ମହାନିଦେ୍ର୍ଦଶକ କେବି ସିଂ, ନୌସେନାର ଭାଇସ୍ଆଡ୍ମିରାଲ୍ ଏଚ୍ସିଏସ୍ ଭିଷ୍ଟ୍, କୋଷ୍ଟଗାର୍ଡ଼ ଇନ୍ସପେକ୍ଟର କେଆର୍ ନୌଟିଆଲ୍, ମତ୍ସ୍ୟ ଓ ପଶୁସମ୍ପଦ ସଚିବ ବିଷ୍ଣୁପଦ ସେଠୀଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।




Powered by odothemes.com