''Dengu-'-'Jilla-Pala-Office-Thare-Helth-Secretary-Nka-Baithak

ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ

39

କଟକ,୧୩ା୭(ବୁ୍ୟରୋ): ବୁଧବାର ପୂର୍ବାହ୍ନରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ଆରତୀ ଆହୁଜା କଟକ ସହରର ଡେଙ୍ଗୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ପରିଦର୍ଶନକରି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଡେଙ୍ଗୁ ପରିସ୍ଥିତିର ସମୀକ୍ଷା କରିଛନ୍ତି । ସ୍ୱତନ୍ତ୍ର ଭାବରେ ଜଗତପୁର ଶିଳ୍ପାଞ୍ଚଳ ଓ ଖପୁରିଆ ଶିଳ୍ପାଞ୍ଚଳ ପାଇଁ ପୃଥକ ପୃଥକ ଭାବରେ ଦୁଇଗୋଟି ଦଳ ଗଠନ କରି ଡେଙ୍ଗୁ ନିରାକରଣ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦେଇଛନ୍ତି । ଜଗତତ୍ପୁର ଶିଳ୍ପାଞ୍ଚଳ ପାଇଁ ଜଗତ୍ତ୍ପୁର ଶିଳ୍ପସଂଘ, ଇଡ୍କୋ, କଟକ ମହାନଗର ନିଗମ ତରଫରୁ ଅତିରିକ୍ତ ସଚିବ ସୁମନ ବେହେରାଙ୍କୁ ନେଇ ଏକ ଦଳ ଓ ଖପୁରିଆ ଶିଳ୍ପାଞ୍ଚଳ ପାଇଁ ଇଡ୍କୋର ଆର.କେ. ସେନାପତି, ସିଏମ୍ସିର ଅତିରିକ୍ତ ସଚିବ ଭରତ ଚନ୍ଦ୍ର ବେହେରା, ସ୍ୱାସ୍ଥ୍ୟ ଅଧିକାରୀ ଡାଃ ପି.କେ. ପ୍ରଧାନ ଓ ଶିଳ୍ପସଂଘ ଖପୁରିଆର ପ୍ରତିନିଧିଙ୍କୁ ନେଇ ଅନ୍ୟ ଏକ ଦଳ ପରିସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ କହିଛନ୍ତି । ଜଗତପୁର ଶିଳ୍ପାଞ୍ଚଳ ଭିତରେ ଥିବା ସମସ୍ତ ଶିଳ୍ପ ସଂସ୍ଥା ନିଜ ନିଜ ଶିଳ୍ପାଞ୍ଚଳଗୁଡିକୁ ପରିସ୍କାର ପରିଛନ୍ନ କରିବା ସହିତ ନିର୍ଦ୍ଦିଷ୍ଟ ସ୍ଥାନରେ ଆବର୍ଜନା ଠୁଳ କରିବେ ଓ ସିଏମସି କର୍ତ୍ତୃପକ୍ଷ ଏହାକୁ ନେଇ ବାହାରେ ଗଦା କରିବେ । ଯେଉଁ ଶିଳ୍ପ ସଂସ୍ଥା ଗୁଡିକ ବନ୍ଦ ରହିଛି, ତାହାକୁ ପରିସ୍କାର ପରିଛନ୍ନ କରିବାପାଇଁ ଶିଳ୍ପସଂଘର କର୍ମକର୍ତ୍ତା ଏବଂ ଇଡ୍କୋର କର୍ତ୍ତୃପକ୍ଷଙ୍କୁ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀମତୀ ଆହୁଜା ନିଦେ୍ର୍ଦଶ ଦେଇଛନ୍ତି । ଜଗତ୍ତ୍ପୁର ଅଞ୍ଚଳରେ ଥିବା ପେପ୍ସି ଶିଳ୍ପ ସଂସ୍ଥା ବ୍ୟବହାର କରୁଥିବା ବୋତଲ ମଧ୍ୟରେ ଡେଙ୍ଗୁର ବାହକ ଏଡିସ୍ ମଶା ବଂଶ ବିସ୍ତାର କରିବାର ସମ୍ଭାବନା ଥିବାରୁ ଦରକାର ପଡିଲେ ଜିଲ୍ଲାପାଳ ଏହି ସଂସ୍ଥାକୁ ବନ୍ଦ କରିଦେବାପାଇଁ ସେ କହିଛନ୍ତି ।
ବୈ÷ଠକର ପ୍ରାରମ୍ଭରେ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କଟକ ମହାନଗର ନିଗମ ବ୍ୟତୀତ ଜିଲ୍ଲାର ୧୪ଟି ବ୍ଲକ୍ରେ ଡେଙ୍ଗୁ ନିରାକରଣ ସଚେତନତା ବାର୍ତ୍ତା ପ୍ରଚାର କରିବା ସହିତ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରକାଶ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପ୍ରାର୍ଥନା ସଭାରେ ଡେଙ୍ଗୁ ନିରାକରଣ ବାର୍ତ୍ତା ପ୍ରଦାନ କରାଯାଇ ସେମାନଙ୍କ ଅଭିଭାବକମାନଙ୍କୁ ଅବଗତ କରାଯିବାପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଡେଙ୍ଗୁ ନିରାକରଣ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହେଯାଗ ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟ ସଚିବ ପ୍ରକାଶ କରିଛନ୍ତି ।
ଜଗତପୁର ବନ୍ଦ ଶିଳ୍ପାନୁଷ୍ଠାନର
ଭଙ୍ଗା ଯିବ ତାଲା : ଜିଲ୍ଲାପାଳ
ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ନିୟନ୍ତ୍ରଣ ନା ନେଉନି । ଆଜି ସୁଦ୍ଧା ୧୦୭ ଜଣ ରୋଗୀ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । କେବଳ ବୁଧବାର କଟକ ସହରରେ ୧୯ ଜଣ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ସେଥିରୁ କେବଳ ଜଗତପୁର ଅଞ୍ଚଳର ୧୩ ରୋଗୀ ଚିହ୍ନଟ ହୋଇଥିବା ବେଳେ ୬ ଜଣ ଅନ୍ୟ ଅଞ୍ଚଳର ଚିହ୍ନଟ ହୋଇଥିବା ସିଏମ୍ସି କମିଶନର ଜ୍ଞାନ ଦାସ କହିଛନ୍ତି । ତେବେ ଗତ କାଲି କଟକ ସହରରେ ମୋଟ୍ ୮୮ ଜଣ ରୋଗୀ ଚିହ୍ନଟ ହୋଇଥିବା ମେଡିକାଲ ସୂତ୍ରରୁ ଜଣାପଡିଥିଲା । ସେହିପରି ଜଗତପୁର ଅଞ୍ଚଳରେ ସର୍ବାଧିକ ଡେଙ୍ଗୁ ରୋଗୀ ଆସୁଥିବାରୁ ଜଗତପୁର ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନୂତନ ପଦକ୍ଷପ ଗ୍ରହଣ କରାଯାଇଛି । ଜଗତପୁର ଶିଳ୍ପାଞ୍ଚଳରେ ବନ୍ଦ ହୋଇ ପଡିଥିବା ୨୦୦ରୁ ଊଦ୍ଧ୍ୱର୍ ଶିଳ୍ପାନୁଷ୍ଠାନକୁ ଖୋଲି ସଫେଇ କରାଯିବ ବୋଲି ଜିଲ୍ଲାପାଳ ନିର୍ମଳ ମିଶ୍ର ସୂଚନା ଦେଇଛନ୍ତି ।




Powered by odothemes.com