Sainik-school-stita-dhirukuti-sahi-dumpind-yaard-eka-basti-ra-ghare-ptoajaithiba-dead-body==-(2)

ସ୍ୱାମୀକୁ ଘର ଭିତରେ ପୋତି ପତ୍ନୀ ଫେରାର

39

୧୫ ଦିନ ପରେ ୪ ଫୁଟ ତଳୁ ଶବ ଉଦ୍ଧାର
ଭୁବନେଶ୍ୱର,୯ା୭(ବୁ୍ୟରୋ): ସ୍ୱାମୀକୁ ହତ୍ୟା କରିବା ପରେ ଘର ଭିତରେ ପୋତି ପତ୍ନୀ ଫେରାର ହେବା ଘଟଣା ରାଜଧାନୀରେ ଆଲୋଡନର ବିଷୟ ହୋଇଛି । ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ କମିଶନରେଟ୍ ପୁଲିସ୍ ଘର ତାଲା ଭାଙ୍ଗି ୪ ଫୁଟ ଗଭୀରରୁ ଶନିବାର ଶବକୁ ଉଦ୍ଧାର କରିଛି । ଏହି ହତ୍ୟାକାଣ୍ଡରେ ୩ରୁ ଅଧିକ ଲୋକ ସମ୍ପୃକ୍ତ ଥିବା ସନେ୍ଦହ କରାଯାଇଛି । ତେବେ ହତ୍ୟାକାରୀମାନେ ଫେରାର ରହିଛନ୍ତି । ସେମାନଙ୍କୁ ଧରିବା ପାଇଁ ପୁଲିସ୍ ତନାଘନା ଚଳାଇଛି । ହତ୍ୟାକାରୀମାନେ ତାଙ୍କ ମୁଣ୍ଡ ଓ ପିଠିକୁ ଲୁହାରଡରେ ଆକ୍ରମଣ କରିଥିଲେ । ପରେ ଗାମୁଛାରେ ବେକକୁ ଚାପା ଦେଇ ମାରିଥିବା ସ୍ପଷ୍ଟ ହୋଇଛି । ପୁଲିସ୍ ସୂତ୍ରରୁ ପ୍ରକାଶ, କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ସୋଲାନ ଗାଁର ଅଶୋକ ଦାଶ (୨୮) ଓ ତାଙ୍କ ପତ୍ନୀ ଦୀପାଞ୍ଜଳୀ ମଞ୍ଚେଶ୍ୱର ଥାନା ଅଧିନ ଧିରିକୁଟ ବସ୍ତିରେ ଗତ ୪ ବର୍ଷ ହେବ ଘର ଭଡା ନେଇ ରହୁଥିଲେ । ଅଶୋକ ଟ୍ରକ ଚାଳକ କାର୍ଯ୍ୟ କରି ପରିବାର ପୋଷଣ କରୁଥିଲେ । ୮/୧୦ ଦିନରେ ଥରେ ସେ ଘରକୁ ଆସୁଥିଲେ । ପତ୍ନୀଙ୍କ ଚରିତ୍ରକୁ ସନେ୍ଦହ କରି ସେ ବିଭିନ୍ନ ସମୟରେ ଘରେ ଗଣ୍ଡଗୋଳ କରୁଥିଲେ । ଦୀପାଞ୍ଜଳୀଙ୍କୁ ମାଡ ମଧ୍ୟ ମାରୁଥିଲେ । ଗତ ୨୧ ତାରିଖ ଠାରୁ ଅଶୋକଙ୍କୁ କେହି ଦେଖିନଥିବା ପଡୋଶୀମାନେ କହିଛନ୍ତି । ସ୍ୱାମୀ କେଉଁଆଡେ ପଳାଇବେ ଯଦି, ମୁଁ କ’ଣ କରିବି ବୋଲି ଦିପାଞ୍ଜଳୀ ସ୍ଥାନୀୟ ଅଞ୍ଚଳରେ ଅଭିନୟ କରିଥିଲେ । ପଡୋଶୀ ବେଣୁଧର ଦାଶଙ୍କ ଘରେ ଆସବାବପତ୍ର ରଖି ଘରେ ତାଲା ପକାଇ ସେହି ୨୧ ତାରିଖରେ ଦୀପାଞ୍ଜଳୀ ଫେରାର ହୋଇଯାଇଥିଲେ । ଅଶୋକଙ୍କୁ ହତ୍ୟା କରି ପୋତା ଯାଇଥିବା ଗତ ଶୁକ୍ରବାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା । ଶନିବାର ସକାଳୁ ସାଇଣ୍ଟିଫିକ୍ ଦଳ ସହ ପୁଲିସ୍ ସେଠାରେ ପହଞ୍ଚି ଥିଲା । ତାଲା ଭାଙ୍ଗିବା ପରେ ଘର ଭିତରେ ଏକ କଂକ୍ରିଟ୍ ଢ଼ଳାଇ ସ୍ଥାନକୁ ଚିହ୍ନ କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରାୟ ଅଢ଼େଇ ଫୁଟ ଖୋଳିବା ପରେ ନିରାଶ ହୋଇଫେରିଥିଲା । ସନେ୍ଦହ ହେବାରୁ ପୁନଶ୍ଚ ପହଞ୍ଚି ସେହି ସ୍ଥାନରେ ପୁଣି ଖୋଳିଥିଲା । ପ୍ରାୟ ୪ ଫୁଟ ଖୋଳିବା ପରେ ଶବ ସନ୍ଧାନ ମିଳିଥିଲା । ଏହାପରେ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ହେଲେ ଅଶୋକଙ୍କ ମୁଣ୍ଡ ଓ ପିଠିରେ କ୍ଷତ ଚିହ୍ନ ଥିବାବେଳେ ତାଙ୍କ ବେକରେ ଗାମୁଛା ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । ୪ ଫୁଟ ଗାତ ଖୋଳିବା ପରେ ତଳେ ଢ଼ଳାଇ କରାଯାଇଥିଲା । ଶବ ଉପରେ ମାଟି ଘୋଡାଇବା ପରେ ପୁଣି କଂକ୍ରିଟ୍ ଢ଼ଳାଇ କରାଯାଇଥିଲା । ତା’ ଉପରେ ମାଟି ପକାଯାଇଥିଲା । ହତ୍ୟାକାଣ୍ଡର ପାରିପାଶ୍ୱର୍ିକ ପରିସ୍ଥିତିକୁ ଦେଖିଲେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ହତ୍ୟାକାରୀ ୩/୪ ଜଣ ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ପୁଲିସ୍ ଜାଣିବାକୁ ପାଇଛି । ଖୁବ୍ ଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି ।




Powered by odothemes.com