67-TH-bano-mahostav-saptaha-palana-abasara-re-rajyapal-raj-bhawan-parisara-re-brukshya-ropan-karuchanti-(1)

ଜଳବାୟୁ ଉପଯୋଗୀ ବୃକ୍ଷରୋପଣ ନିମନ୍ତେ ରାଜ୍ୟପାଳଙ୍କ ପରାମର୍ଶ

48

ରାଜଭବନରେ ବନ ମହୋତ୍ସବ ସପ୍ତାହ
ଭୁବନେଶ୍ୱର, ୪ ।୭ (ବୁ୍ୟରୋ): ୬୭ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଆଜି ରାଜଭବନ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଏକ ରୁଦ୍ରାକ୍ଷ ଚାରା ରୋପଣ କରିଛନ୍ତି । ସେ ରାଜଭବନ ପରିସରରେ ଜଳବାୟୁ ଉପଯୋଗୀ ବ୍ୟାପକ ବୃକ୍ଷରୋପଣ ନିମନ୍ତେ ଜଙ୍ଗଲ ବିଭାଗ ଓ ଉଦ୍ୟାନ କୃଷି ବିଭାଗକୁ ପରାମର୍ଶ ଦେଇଛନ୍ତି । ଉପସ୍ଥିତ ବିଭାଗୀୟ ଅଧିକାରୀମାନେ ରାଜ୍ୟପାଳଙ୍କୁ ଆସନ୍ତା ବର୍ଷ ପାଇଁ ରାଜଭବନ ପରିସରରେ ହେବାକୁଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ପରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ସି.ଜେ. ବେଣୁଗୋପାଳ ଓ ତାଙ୍କର ସହଧର୍ମିଣୀ, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ପ୍ରଦୀପ କୁମାର ରଥ, ସ୍ୱତନ୍ତ୍ର ସଚିବ ଅରୁଣାଞ୍ଚଳ ଦାଶ, ଲେଖା ନିୟନ୍ତ୍ରକ (କମ୍ପ୍ଟ୍ରୋଲର) ସୌମ୍ୟନାରାୟଣ ପାଣିଗ୍ରାହୀ, ଯୁଗ୍ମ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଉଦ୍ୟାନ କୃଷି ବିଭାଗର ନିଦେ୍ର୍ଦଶକ ଶ୍ରୀକାନ୍ତ ପୃଷ୍ଟି, ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଫଳଚାରା ରୋପଣ କରିଥିଲେ । ରାଜଭବନର ସହକାରୀ ଉଦ୍ୟାନ କୃଷି ଅଧିକାରୀ ବସନ୍ତ କୁମାର ପାଢ଼ୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ରାଜଭବନର ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।




Powered by odothemes.com