shanti memorial hospital thare rogi mrutuku neyi utejona (5)

ନର୍ସିଂହୋମ୍ରେ ରୋଗୀ ମୃତୁ୍ୟରୁ ଉତ୍ତେଜନା

43

କଟକ,୨୧ା୩(ବୁ୍ୟରୋ): ଘରୋଇ ଚିକିତ୍ସାଳୟରେ ଖାମଖିଆଲୀ ଚିକିତ୍ସା ନେଇ ଆଜି ଜଣେ ଯୁବକଙ୍କର ମୃତୁ୍ୟ ଘଟିଛି । ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଗତ ୯ତାରିଖରେ ବାଖରାବାଦ ଅଞ୍ଚଳର ଜଣେ ଯୁବକ ଦୀପକ ଦଳେଇ ଅସୁସ୍ଥ ହୋଇ ଶାନ୍ତି ହସପିଟାଲରେ ଭର୍ତ୍ତି ହୋଇଥିଲେ । ପେଟରେ ତାଙ୍କର ଏକ ଷ୍ଟୋନ ରହିଛି । ଏହାକୁ ଲାପ୍ରସସ୍କୋପି ମାଧ୍ୟମରେ ଅସ୍ତ୍ରୋପଚାର କରିବା ପାଇଁ ଡାକ୍ତର ପରାର୍ମଶ ଦେଇଥିଲେ । କିନ୍ତୁ ତାହା ନକରି ସାଧାରଣ ଭାବେ ଅସ୍ତ୍ରୋପଚାର କରିବା ଫଳରେ ରୋଗୀର ରକ୍ତସ୍ରାବ ବନ୍ଦ ହୋଇନଥିଲା । ଦିନକୁ ଦିନ ରୋଗୀର ଯନ୍ତ୍ରଣା ବଢିବା ପାଇଁ ଲାଗିଥିଲା । ଆଜି ସକାଳେ ମୃତୁ୍ୟ ଘଟିଥିଲା । ଡାକ୍ତରଙ୍କ ଖାମଖିଆଲୀ ନୀତି ପାଇଁ ରୋଗୀର ମୃତୁ୍ୟ ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ କରି ହସପିଟାଲ ସମ୍ମୁଖରେ ଧାରଣା ଦେଇଥିଲେ । ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ସମର୍ଥନ କରିବାରୁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ପୁଲିସ ପହଞ୍ଚô ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।




Powered by odothemes.com