16-----State-Level-Consultation-on-Draft-Trafficking-of-Persons-Prevention-Protection-and-Rehabilitation-Bill-2016-in-Bhubaneswar

ମାନବ ଚାଲାଣ ପ୍ରତିକାର, ସୁରକ୍ଷା ସଂକ୍ରାନ୍ତ ରାଜ୍ୟସ୍ତରୀୟ କର୍ମଶାଳା

54

ଭୁବନେଶ୍ୱର, ୨୯ ।୬(ବୁ୍ୟରୋ): ରାଜ୍ୟ ଓଏସସିପିସିଆର ଓ ୟୁନିସେଫର ମିଳିତ ଉଦ୍ୟମରେ ମାନବ ଚାଲାଣ (ପ୍ରତିକାର, ସୁରକ୍ଷା ଓ ଥଇଥାନ ) ଡ୍ରାଫ୍ଟ ବିଲ ୨୦୧୬ ଉପରେ ରାଜ୍ୟସ୍ତରୀୟ କର୍ମଶାଳା ଓ ଆଲୋଚନାଚକ୍ର ସ୍ଥାନୀୟ ହୋଟେଲ ଏଚଏଚଆଇ ଠାରେ ଅନୁଷ୍ଠିତ ହୋଇଛି । ସଂପ୍ରତି ମାନବ ଚାଲାଣ ଏକ ଗୁରୁତ୍ୱପୁର୍ଣ୍ଣ ସମସ୍ୟା ଭାବେ ଦେଖାଯାଇଛି । ମହିଳା ୧୮ ବର୍ଷରୁ କମ ବୟସ୍କ ବ୍ୟକ୍ତିବିଶେଷଙ୍କୁ ମିଥ୍ୟା ପ୍ରଲୋଭନ ଦ୍ୱାରା ବିବାହ ପ୍ରତିଶ୍ରୁତି, କର୍ମସଂସ୍ଥାନ ଯୋଗାଇଦେବା, ଘରେ କାମ କରିବା ବାହାନା କରି ପିଲା ମାନଙ୍କୁ ଚାଲାଣ କରାଯାଉଛି । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ,୨୦୧୦ ମସିହାରୁ ଶିଶୁ ସୁରକ୍ଷା ନିମନ୍ତେ ଆୟୋଗ ଅଧିନିୟମ ୨୦୦୫ ଅନୁଯାଇ କାର୍ଯ୍ୟ କରିଆସୁଛି । ଆୟୋଗର ଦ୍ୱାୟିତ୍ୱ ହେଉଛି ଶିଶୁ ମାନଙ୍କର ସ୍ୱାର୍ଥ ଓ ଅଧିକାର ସୁରକ୍ଷା ନିମନ୍ତେ ରହିଥିବା ସମସ୍ତ ନୀତି, ନିୟମ, କାର୍ଯ୍ୟକ୍ରମ ଓ ପ୍ରଶାସନିକ କଳଗୁଡିକ ଠିକ ଭାବେ କାର୍ଯ୍ୟ କରୁଛି ଏବଂ ଭାରତ ସମ୍ବିଧାନରେ ଲିପିବଦ୍ଧ ହୋଇଥିବା ଶିଶୁ ଅଧିକାର ଘୋଷଣାପତ୍ରକୁ ମାନୁଛି ବୋଲି ସୁନିଶ୍ଚିତ କରିବା ହେଉଛି ଆମର ଲକ୍ଷ୍ୟ । ଆଜିର ଆଲୋଚନା ଚକ୍ରରେ ରାଜ୍ୟ ଓଏସସିପିସିଆର ସଦସ୍ୟା ସଂଧ୍ୟାବତୀ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓଡିଶା ମାନବିକ ଅଧିକାର କମିଶନର ଆକ୍ଟିଂ ଚେୟାରମ୍ୟାନ୍ ମାନ୍ୟବର ନ୍ୟାୟାଧୀଶ ବିକେ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାଜ୍ୟ ସୂଚନା କମିଶନର ଶଶୀପ୍ରଭା ବିନ୍ଧାଣୀ ଯୋଗ ଦେଇଥିଲେ । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର ରାଜ୍ୟ ସ୍ତରୀୟ କମାଶାଳା ଉଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଓଏସସିପିସିଆର ସେକ୍ରେଟେରୀ ସନ୍ତୋଷ ସାହୁ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର କାର୍ଯ୍ୟଧାରା ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଭିନ୍ନକ୍ଷମ କମିଶନ ଆୟୁକ୍ତା ମିନତୀ ବେହେରା ଭିନ୍ନକ୍ଷମ ଓ ପିଲାଚାଲାଣ କ୍ଷେତ୍ରରେ ସେମାନଙ୍କୁ ସହଯୋଗର ହାତ ବଢାଇବାକୁ ପରାମର୍ଶ ଦେଇଥିଲେ । ୟୁନିସେଫର ଶିଶୁ ସୁରକ୍ଷା ବିଶେଷଜ୍ଞ ଲକ୍ଷ୍ମୀ ନାରାୟଣ ନନ୍ଦ ମାନବ ଚାଲାଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ମାନବ ଚାଲାଣକୁ ରୋକିବା ପାଇଁ ମାନବ ଚାଲାଣ ପ୍ରତିକାର,ସୁରକ୍ଷା ଓ ଥଇଥାନ ଡ୍ରାଫ୍ଟ ବିଲ ୨୦୧୬ ପପ୍ରସ୍ତୁତ କରାଯାଇଛି । ମାନବ ଚାଲାଣ ପ୍ରତିକାର ପାଇଁ ପିଡିତାଙ୍କୁ ସୁରକ୍ଷା ଓ ଥଇଥାନ ସହିତ ମାନବ ଚାଲାଣ ବିରୋଦ୍ଧରେ ଏକ ଆଇନଗତ,ଅର୍ଥନୈତିକ ଓ ସାମାଜିକ ସୁରକ୍ଷା ସୃଷ୍ଟି କରିବା ପାଇଁ ଏହି ଡ୍ରାଫ୍ଟରେ କୁହାଯାଇଛି । ୧୮ ବର୍ଷରୁ କମ୍ ବୟସର ମହିଳା ଓ ଶିଶୁ ମାନଙ୍କର ମାନବ ଚାଲାଣ କ୍ଷେତ୍ରରେ କେଉଁ କେଉଁ ପ୍ରୋଭିଜନ ରହିବା ଦରକାର,ସେମାନଙ୍କ ଦୃଷ୍ଟି କୋଣରୁ ବିଭିନ୍ନ ପରାମର୍ଶ ତଥା ତିନୋଟି ମୁଖ୍ୟ ବିଷୟ ଯଥା ପ୍ରତିକାର,ସୁରକ୍ଷା ଓ ଥଇଥାନ ଉପରେ ବିଶେଷ ଦୃଷ୍ଟି ଦେବା ପାଇଁ କର୍ମଶାଳାରେ ଆଲୋଚନା କରାଯାଇଥିଲା । ଶେଷରେ ଡ୍ରାଫ୍ଟବିଲ ଟ୍ରାଫିକିଂର ଅର୍ଥକୁ ପଞ୍ଜଳ ଭାବେ ଅନ୍ତର୍ଭୁକ୍ତ କରାଯିବା ନିମନ୍ତେ ସର୍ବସମ୍ମତ ମତ ପୋଷଣ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ଏସସିପିସିଆର ସଦସ୍ୟା ରାଜଲକ୍ଷ୍ମୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ସେଆର କରନ୍ତୁ:



Powered by odothemes.com