RAJADHANIRA-BIVINA-STANA-RE-BARSA-(8)

ଘର ଓ ଦୋକାନରେ ପସୁଛି ପାଣି

32

ରାସ୍ତାରେ କୃତି୍ରମ ସୁଇମିଂ ପୁଲ୍
ଭୁବନେଶ୍ୱର, ୨୭ା୬(ବୁ୍ୟରୋ): ବର୍ଷା ଆସିଲେ ସ୍ମାର୍ଟସିଟି ବାସିନ୍ଦାଙ୍କ ଦୁଃଖ ଓ ଦୁର୍ଦ୍ଦଶା ବଢିଯାଉଛି । ଚାରିଆଡ଼େ ଖେଳୁଛି ପାଣିର ଲହରୀ । ଅନେକ ସ୍ଥାନରେ ବର୍ଷାଜଳ ନିଷ୍କାସିତ ହୋଇ ନପାରି ଘର ଓ ଦେକାନକୁ ମଧ୍ୟ ପାଣି ପସିଯାଉଛି । ତେବେ ବହୁତ ସ୍ଥାନରେ ଦୁର୍ବଳ ଡ଼୍ରେନେଜ୍ ବ୍ୟବସ୍ଥା ଏହାର ମୁଖ୍ୟ କାରଣ ପାଲଟିଛି । ଏ ସମସ୍ୟା ଆଜିକାଲିର ନୁହେଁ । ବର୍ଷବର୍ଷ ଧରି ଏଭଳି ପରିସ୍ଥିତି ରାଜଧାନୀରେ ଦେଖିବାକୁ ମିଳୁଛି । ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱର ଶୀର୍ଷ ସ୍ଥାନରେ ରହିଥିବା ବେଳେ ଏହାର ପରିମଳ ଓ ଡ଼୍ରେନେଜ୍ ବ୍ୟବସ୍ଥା ଅତ୍ୟନ୍ତ ନମ୍ନମାନର ବୋଲି ସର୍ବଦା ଦୃଷ୍ଟିଗୋଚର ହୋଇଆସୁଛି । ଗତକାଲିଠାରୁ ମୌସୁୂମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ରାଜଧାନୀରେ ତୁହା କୁ ତୁହା ବର୍ଷା ଲୋକଙ୍କୁ ଅନେକ ଅସୁବିଧାରେ ପକାଇଛି । କେତେବେଳେ ଝିପ୍ଝିପ୍ ବର୍ଷା ତ ପୁଣି କେତେବେଳେ ମଧ୍ୟମ ଧରଣର ବର୍ଷା ଆଜି ଏଭଳି ରହିଥିଲା ରାଜଧାନୀରେ ବର୍ଷା । କର୍ମ ସଂସ୍ଥାକୁ ଯାଉଥିବା ଲୋକେ ବର୍ଷା ପାଇଁ ଫେରିବା ସମୟ ମଧ୍ୟ ସେମାନଙ୍କର କହି ପାରୁନାହାନ୍ତି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ଘରୁ ପଦାକୁ ବାହାରିବା ପାଇଁ ଲୋକେ ଭୟ କରୁଛନ୍ତି । ଯେଉଁସ୍ଥାନରେ ପାଣି ଜମା ହୋଇ ରହୁଛି ସେସବୁ ସ୍ଥାନରେ ଗାଡ଼ିଚାଳକଙ୍କ ମନରେ ଅଧିକ ଭୟ ସୃଷ୍ଟି ହେଉଛି । ଟିକେ ବେହୁସିଆର ହେଲେ ଦୁର୍ଘଟଣା ଘଟିବାଟା ନିଶ୍ଚିତ । ସ୍ମାର୍ଟସିଟିର ଜଣେ ବାସିନ୍ଦାଙ୍କ କହିବାନୁଯାୟୀ, ମୌସୁମୀ ଆସିବା ପୂର୍ବରୁ ବିଏମ୍ସି ପକ୍ଷରୁ ତରବରିଆ ଭାବେ ଡ଼୍ରେନେଜ୍ ସଫା କରିବା ପାଇଁ ଡ଼୍ରେନ୍ଗୁଡ଼ିକରୁ ମାଟି ଓ ପଙ୍କ କାଢି ବାହାର କରାଗଲା । ମାତ୍ର, ସେଗୁଡ଼ିକୁ ସ୍ଥାନାନ୍ତରିତ କରାନଯାଇ ସେହିଠାରେ ରଖାଗଲା ଯେଉଁଥିପାଇଁ ବିଭିନ୍ନ ସ୍ଥାନର ଡ଼୍ରେନ୍ ପୁଣିଥରେ ଭର୍ତ୍ତି ହୋଇଗଲାଣି । ଯାହାଫଳରେ ଟିକେ ବର୍ଷା ହେଲେ ବର୍ଷାଜଳ ଘରେ ପସିବା ଟା ଏବେ ସାର ହେଉଛି । ଏଇତ ଆରମ୍ଭ ହେଲା ଆଗକୁ ଅଧିକ ବର୍ଷା ହେଲେ ଚଳପ୍ରଚଳ କରିବା ଅତ୍ୟନ୍ତ କଠିନ ହେବ ବୋଲି ସେ କହିଛନ୍ତି । ଆଜି ସେହିପରି ବର୍ଷା ପ୍ରଭାବରେ ରାଜଧାନୀର ବିଭିନ୍ନ ସ୍ଥାନ ଯେପରିକି ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ଇସ୍କନ ସମ୍ମୁଖ ଓ ବମିଖାଲ୍ ଆଦି ଅନେକ ଜାଗା ସମେତ ତଳିଆ ସ୍ଥାନମାନଙ୍କରେ ବର୍ଷାଜଳ ଜମି ରହିବା ଯୋଗୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ସ୍ମାର୍ଟସିଟି ପାଇଁ ବର୍ଷା ଏବେ ଚିନ୍ତା ସାଜିଛି ବୋଲି କହୁଛନ୍ତି । ଗଳିକନ୍ଦି କଥା ତ ଛାଡ଼ନ୍ତୁ ବିଭିନ୍ନ ସ୍ଥାନର ମୁଖ୍ୟ ରାସ୍ତାରେ ମଧ୍ୟ ବର୍ଷାଜଳ ଜମାହୋଇ କୃତ୍ରିମ ସୁଇମିଂ ପୁଲ୍ ଭଳି ପରିଲକ୍ଷିତ ହେଉଛି । ସେହିପରି କ୍ୟାବିନ୍ରେ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ବର୍ଷା ଏବେ ଚିନ୍ତାରେ ପକାଇଛି ।




Powered by odothemes.com