Christ--College-Students-Union-Pakhya-ru-Dharana-(7)

ଖ୍ରୀଷ୍ଟ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

32

କଟକ,୨୩ା୬(ବୁ୍ୟରୋ): ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗୁରୁବାର ଖ୍ରୀଷ୍ଟ କଲେଜ ଛାତ୍ର ସଂସଦ ପକ୍ଷରୁ ଆନେ୍ଦାଳନ କରାଯାଇଥିଲା । ଏ ନେଇ ଗତ ୧୭ ତାରିଖରେ ସଂସଦ ପକ୍ଷରୁ ଅଧ୍ୟକ୍ଷା ଡ. କଳ୍ପନା ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେଥିରେ ୨୩ ତାରିଖ ସୁଦ୍ଧା ସମସ୍ୟାର ସମାଧାନ କରିବା ପାଇଁ ଦାବି କରାଯାଇଥିଲା । ହେଲେ କର୍ତ୍ତୃପକ୍ଷଙ୍କ କୌଣସି ଦାବି ପୂରଣ କରିନଥିବାରୁ ଆଜି ସଂସଦ ପକ୍ଷରୁ ଆନେ୍ଦାଳନ କରାଯିବା ସହ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ପ୍ରଦାନ କରିଥିଲେ । ଛାତ୍ର ସଂସଦ ସଭାପତି ଅଂଶୁମାନ ପଟ୍ଟନାୟକ, ଉପସଭାପତି ଚନ୍ଦନ ଖିଲାର, ସମ୍ପାଦକ ଅଭିଷେକ ସାହୁ, ନାଟ୍ୟସଂସଦ ସମ୍ପାଦକ ସ୍ନେହଲତା ସାହୁ ପମୁଖ ଆନେ୍ଦାଳନର ନେତୃତ୍ୱ ନେଇଥିଲେ । ସୂଚନାଯୋଗ୍ୟ ମହାବିଦ୍ୟାଳୟ ଘର ଗୁଡ଼ିକ ରଙ୍ଗ କରିବା, ଖେଳ ପଡ଼ିଆର ପୁନରୁଦ୍ଧାର, ପରିଚାଳନା କମିଟି ଗୃହ ଉପରେ ଅର୍ଦ୍ଧନିର୍ମିତ ଅଡିଟୋରିମକୁ ପୂର୍ଣ୍ଣାଙ୍ଗ କରିବା, ସାଇକେଲ ଷ୍ଟାଣ୍ଡକୁ ବଢ଼ାଇବା ଇତ୍ୟାଦି ୮ଟି ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀ ଦାବି କରି ଆସୁଛନ୍ତି । ତେବେ ଅଧ୍ୟକ୍ଷା ଡକ୍ଟର ମିଶ୍ର ଅନେ୍ଦାଳନରତ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚô ଆଗାମୀ ମାସକ ମଧ୍ୟରେ ଏସବୁ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ଛାତ୍ରଛାତ୍ରୀ ଆନେ୍ଦାଳନରୁ ଓହରି ଥିଲେ ।




Powered by odothemes.com