ହସ୍ପିଟାଲକୁ ୨୪ ଘଣ୍ଟିଆ ବିଜୁଳି ଯୋଗାଣ ପାଇଁ ନିଦେ୍ର୍ଦଶ

39

ଭୁବନେଶ୍ୱର, ୨୨ା୬(ବୁ୍ୟରୋ): ଡାକ୍ତରଖାନାର ଆଇସିୟୁ, ଏସ୍ଏନ୍ସିୟୁ, ଲେବର ରୁମ୍ ଓ ଅସ୍ତ୍ରୋପ୍ରଚାର ଥିଏଟର (ଓଟି)କୁ ୨୪ ଘଣ୍ଟିଆ ବିଦୁ୍ୟତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ରାଜ୍ୟର ୩ଟି ମେଡିକାଲ କଲେଜର ଅଧିକ୍ଷକ ଓ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍ଓ)ଙ୍କୁ ପତ୍ର ଲେଖିଛନ୍ତି । ଏଥିରେ ଖିଲାପ ହେଲେ ବା କୌଣସି ଅବହେଳା କରାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ଚେତାବନୀ ଦିଆଯାଇଛି । ଶ୍ରୀମତୀ ଆହୁଜା ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ ଉପରୋକ୍ତ ସମସ୍ତ କ୍ଷେତ୍ରକୁ ୨୪ ଘଣ୍ଟିଆ ବିଦୁ୍ୟତ୍ ଯୋଗାଣ ଅତ୍ୟନ୍ତ ଆବଶ୍ୟକ । ଡାକ୍ତରଖାନାର ଅଧିକାରୀମାନେ ଏ ଦିଗରେ ପଦକ୍ଷେପ ନେବା ଉଚିତ୍ । ସେମାନେ କିଭଳି ୨୪ ଘଣ୍ଟା ବିଦୁ୍ୟତ୍ ଯୋଗାଣ ହୋଇପାରିବ ତଦନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ନେବେ । ଚିକିତ୍ସା କ୍ଷେତ୍ରରେ ବିଦୁ୍ୟତ୍ ସରବରାହ ବ୍ୟାହତ ଯୋଗୁଁ ଅନେକ ଅସୁବିଧା ହେଉଥିବା ଦୃଷ୍ଟିକୁ ଆସୁଛି । ଯଦି ପୁନର୍ବାର ଏଭଳି ଅଭିଯୋଗ ଆସେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯର୍୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେଆର କରନ୍ତୁ:



Powered by odothemes.com