rajnagar-medical-1

ରାଜନଗର, କୋରେଇରେ ଝାଡ଼ାବାନ୍ତି ଆତଙ୍କ

17

ରାଜନଗର/ବ୍ୟାସନଗର/ପାଣିକୋଇଲି, (ଆପ୍ର): ରାଜନଗର ବ୍ଲକ୍ରେ ଗତ କିଛିଦିନ ହେଲା ଝାଡ଼ାବାନ୍ତି ରୋଗ ବ୍ୟାପିବାରେ ଲାଗିଥିବା ବେଳେ କୋରେଇରେ ଅନୁରୂପ ଅବସ୍ଥା ହୋଇଛି । ଝାଡ଼ାବାନ୍ତିରେ ଜଣେ ମୃତୁ୍ୟବରଣ କରିଥିବା ବେଳେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି । ସୂଚନାନୁଯାୟୀ, ରୋଗରେ ଡେରା ପଞ୍ଚାୟତ ଧୋବେଇଗଡ ଗ୍ରାମର ଗୟାଧର ରାଉତ ମୃତୁ୍ୟବରଣ କରିଛନ୍ତି । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରବିବାର ୫୦ରୁ ଊଦ୍ଧ୍ୱର୍ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ରୋଗୀଙ୍କ ଚିକିତ୍ସା ପାଇଁ ଡା. ପ୍ରଣବ ଶୁକ୍ଳା ଓ ଡା. ସୟିଦ୍ ଇକ୍ବାଲ୍ ହୁସେନ୍ ଚିିକିତ୍ସା ଦାୟିତ୍ୱରେ ଅଛନ୍ତି । ଡାଙ୍ଗମାଳ, ଇଶ୍ୱରପୁର, ବାଲିକଣାଶାସନ, ଗୁପ୍ତି, ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦୀର୍ଘ ୧୫ ଦିନ ଧରି ଅବସ୍ଥା ସଂଗୀନ ଆଡକୁ ରୋଗ ଗତି କରୁଥିଲେ ହେଁ ଜିଲ୍ଲାପାଳ କିମ୍ବା ଜିଲ୍ଲାର ସ୍ୱାସ୍ଥ୍ୟବିଭାଗର ମୁଖ୍ୟ ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ସାଧାରଣରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।
ସେହିପରି କୋରେଇରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ବନ୍ଦାଳୋ, କନ୍ତୋର, ଅସନଝର, ପାଣିକୋଇଲି ଆଦି ପଞ୍ଚାୟତରୁ ରୋଗୀ ଆସି କୋରାଇ ଗୋଷ୍ଠୀ ସ୍ୱାାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଛନ୍ତି । ଶନିବାର ୭ରୁ ଊଦ୍ଧ୍ୱର୍ ରୋଗୀ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ‘ସହଯୋଗ’ ପକ୍ଷରୁ ଦାବି ହେଉଛି ।




Powered by odothemes.com