18-6-2016=6

ଭଲ କାମ କଲେ ପୁରସ୍କାର

49

ଭୁବନେଶ୍ୱର, ୧୮ ।୬(ବୁ୍ୟରୋ): ଜିଲ୍ଲାପାଳ ସମ୍ମିଳନୀର ଦ୍ୱିତୀୟ ଦିନରେ ୭ଟି କ୍ଷେତ୍ରରେ ସଫଳ ପ୍ରଦର୍ଶନ କରୁଥିବା ଜିଲ୍ଲାଗୁଡ଼ିକ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ଘୋଷଣା କରିଛନ୍ତି । ୬ଟି କ୍ଷେତ୍ର ପାଇଁ ୧ କୋଟି ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ଆଦର୍ଶ ପଞ୍ଚାୟତ ପାଇଁ ୫୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗ୍ରାମାଞ୍ଚଳ ପକାଘର ନିର୍ମାଣ କ୍ଷେତ୍ରରେ ପ୍ରୋତ୍ସାହନ ଓ ବଣ୍ଟନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା, ଗ୍ରାମ୍ୟ ବିଦୁ୍ୟତ୍କରଣ ଯୋଜନାରେ ବିପିଏଲ୍ ପରିବାରକୁ ବିଦୁ୍ୟତ୍ ସଂଯୋଗ ଦେବା, ଅନୁସୂଚୀତ ଜନଜାତି କଲ୍ୟାଣ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପ୍ରଦର୍ଶନ, ନିର୍ମାଣ ଶ୍ରମିକ କଲ୍ୟାଣ ପ୍ୟାକେଜ କାର୍ଯ୍ୟକାରୀ କରିବାରେ ଶ୍ରେଷ୍ଠ ପ୍ରଦର୍ଶନ, ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟିରେ ଉଲ୍ଲେଖନୀୟ କାର୍ଯ୍ୟ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ଋଣ ପ୍ରଦାନରେ ଉତ୍ତମ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକୁ ୧ କୋଟି ଟଙ୍କା ଲେଖାଏଁ ପୁରସ୍କାର ମିଳିବ । ସେହିଭଳି ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଶ୍ରେଷ୍ଠ ଆଦର୍ଶ ଗ୍ରାମ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ନିର୍ମାଣ ଶ୍ରମିକ କଲ୍ୟାଣ ପ୍ୟାକେଜ୍ କାର୍ଯ୍ୟକାରୀ କରିବା ଶ୍ରେଷ୍ଠ ଜିଲ୍ଲାକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସରେ ପୁରସ୍କାର ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ପ୍ରଶାସନିକ କ୍ଷେତ୍ରରେ ଅଭିନବ ପଦ୍ଧତି ପ୍ରୟୋଗ କରି ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୩ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରସ୍କୃତ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ଫଳ ଓ ପନିପରିବାର ଉତ୍ପାଦନ ଓ ବଜାର ସୃଷ୍ଟି କରିବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏଥିପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ୍ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ରାଶିଭାବେ ୨୫ ଲକ୍ଷ ଟଙ୍କା ଓ ତାରିକସିର ରୁପାରେ ନିର୍ମିତ ଏକ କୋଣାର୍କ ଚକ୍ରକୁ ପୁରସ୍କାର ଭାବେ ଗ୍ରହଣ କରିଛନ୍ତି । ସେହିଭଳି ନବରଙ୍ଗପୁର ଜିଲ୍ଲାରେ ଚେଙ୍କ ଚିକିତ୍ସା ଓ ବାଲ୍ୟବିବାହ ଭଳି ଅନ୍ଧବିଶ୍ୱାସ ବିରୋଧରେ ଜିଲ୍ଲା ପ୍ରଶାସନ ସଚେତନତା ସୃଷ୍ଟି ଓ ଦୂରୀକରଣ ଲାଗି ଅନେକ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି । ଏହି ଜିଲ୍ଲାର ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ତତ୍ତ୍ୱାବଧାନରେ କ୍ୟାମ୍ପେନ୍ ଜ୍ୟୋତି ନାମରେ ଏହି କାର୍ଯ୍ୟକ୍ରମ କରାଯାଇ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଏହି ଜିଲ୍ଲାକୁ ଦ୍ୱିତୀୟ ପୁରସ୍କାର ମିଳିଛି । ପୁରସ୍କାର ରାଶିବାବଦରେ ମୁଖ୍ୟମନ୍ତ୍ରୀ ୧୫ ଲକ୍ଷ ଟଙ୍କା ଓ ରୁପା ତାରକସିର କୋଣାର୍କ ଚକ୍ର ପ୍ରଦାନ କରିଛନ୍ତି । ସେହିଭଳି ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ନିରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ସ୍କୁଲ ପିଲାମାନଙ୍କର ଚକ୍ଷୁ ପରୀକ୍ଷା କରିବା ଭଳି ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇିଛି । ଏଥିପାଇଁ ଏହି ଜିଲ୍ଲା ତୃତୀୟ ପୁରସ୍କାର ପାଇଛି । ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ଓ ରୁପା ତାରକସିର କୋଣାର୍କ ଚକ୍ର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଏହି ପୁରସ୍କାର ଚୟନ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କମିଟି ଗଠନ କରିଥିଲେ । ଏଥିରେ ମନ୍ତ୍ରୀ ଦାମୋଦର ରାଉତ, ଉଷା ଦେବୀ, ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ପ୍ରଶାସକ ଆର. ବାଲ୍କ୍ି୍ରଷ୍ଣନ. ସୁରେଶ ମହାପାତ୍ର ଓ ଆରତୀ ଆହୁଜା ପ୍ରମୁଖ ସଦସ୍ୟ ଥିଲେ । ୭ଟି ଜିଲ୍ଲାର ଅଭିନବ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇ ଏହି ଜିଲ୍ଲାକୁ ଶେଷରେ ଚୂଡ଼ାନ୍ତ କରାଯାଇଥିଲା ।




Powered by odothemes.com