surmandira-pakhyaru-raja-mohasva-(7)

ସଂସ୍କୃତି ଓ ପରମ୍ପରାର ପ୍ରାଣ କେନ୍ଦ୍ର କଟକ

42

କଟକ,୧୪ା୬(ବୁ୍ୟରୋ): ରଜ ପର୍ବ ଅବସରରେ ସାଂସ୍କୃତିକ ଅନୁଷ୍ଠାନ ସୁର ମନ୍ଦିର ପକ୍ଷରୁ ରଜ ମହୋତ୍ସବ ଶହୀଦ ଭବନଠାରେ ଉଦ୍ଘାଟିତ ହୋଇଯାଇଛି । ଉତ୍ସବରେ ଉଦ୍ଘାଟକ ଭାବେ ବିଦ୍ୟାଳୟ ଓ ଗଣ ଶିକ୍ଷା ଏବଂ ଶିଳ୍ପ ବିଭାଗ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଯୋଗ ଦେଇ କହିଲେ ଯେ, ଓଡ଼ିଶାର ମୁଖ୍ୟ ହେଉଛି କୃଷି । ତେଣୁ ଏହାକୁ ଉଦ୍ଜୀବତି କରିବା ସହ ଏହାକୁ ମନ ପକାଇବା ପାଇଁ ରଜ ମହୋତ୍ସବ ପାଳନ କରାଯାଉଛି । କଟକ ହେଉଛି ସଂସ୍କୃତିକ ଓ ପରମ୍ପରାର ପ୍ରାଣ କେନ୍ଦ୍ର । ସାଂସ୍କୃତିକ ପରମ୍ପରକୁ ଏବେ ଧିରେ ଧିରେ ହଜିବାକୁ ବସିଲାଣି । ଆଜିର ଯୁବ ପିଢୀଙ୍କ ମଧ୍ୟରେ ପ୍ରଚାର, ପ୍ରସାର କରିବା ନିତ୍ୟାନ୍ତ ଅବଶ୍ୟକ ହେଇପଡିଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ । ଅନୁଷ୍ଠାନ ସଭାପତି ଆଶୀର୍ବାଦ ବେହରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସଂସ୍କତି ବିଭାଗ ସଚିବ ମନୋରଞ୍ଜନ ପାଣି, ସମ୍ମାନିତ ଅତିଥି ଭାବେ ପୂର୍ବତନ କର୍ପୋରେଟର ମଧୁ ସାହୁ, କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ଉପସ୍ଥିତ ଥିଲେ । ଏହି ଅବସରରେ ଓଡ଼ିଶା ଚଳଚ୍ଚିତ୍ର ଓ ମଞ୍ଚ ଅଭିନୟ ଅତୁଳନୀୟ ଅବଦାନ ଓ ‘ଜୀବନ ବ୍ୟାପୀ ସାଧାନ’ ପାଇଁ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ପ୍ରଯୋଜକ ପ୍ରଦୁ୍ୟମ୍ନ ଲେଙ୍କାଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି ଶ୍ରେଷ୍ଠ ଓଡ଼ିଆଣୀ ଭାବେ ଆରତୀ ମିଶ୍ର, ଡ. ସ୍ନେହପ୍ରଭା ସାମନ୍ତରାୟ, ଜୟା ସ୍ୱାମୀ, ଶୁଭଲକ୍ଷ୍ମୀ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ହିମାଂଶୁ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମ ପରିବେଷଣ ନେଇ ଆସିଥିଲେ ସୁର ମନ୍ଦିରର ନୃତ୍ୟାଙ୍ଗନା ମାନେ ‘ପହିଲି ରଜ’ । ପରେ ନୃତ୍ୟ ନାଟିକା ଶ୍ରୀ ରଙ୍ଗାଚରଣ…, ତ୍ରିପୁରାରୁ ଆସିଥିବା ଡ. ମନ୍ଦକ୍ରାନ୍ତ ରାୟ ପରିବେଷଣ କରିଥିଲେ ଭାରତ ନାଟ୍ୟମ ନୂଆଖାଇ, ସୁର ମନ୍ଦିର କଳାକାର ମାନେ କୃଷ୍ଣ ଲୀଳାମ୍ବୃତ ତୋ ଲାଗି ଗୋପଦାଣ୍ଡ ମନା…, ଶେଷରେ ମଦନମୋହନ ଅଷ୍ଟକମ ପରିବେଷଣ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ବିଜୟ ମଲ୍ଲ ।

ସେଆର କରନ୍ତୁ:



Powered by odothemes.com