agastya-anubhav-odia-film

ରଜରେ ସିନେପ୍ରେମୀଙ୍କ ପସନ୍ଦ ‘ଅଗସ୍ତ୍ୟ’

52

ଭୁବନେଶ୍ୱର,୧୩ା୬ (ବୁ୍ୟରୋ): ସ୍ଥାୟୀ ନିଯୁକ୍ତି ଦାବି କରି ସରକାରୀ ସାମୟିକ ଶିକ୍ଷାନବୀଶ (ପିଟିଜିଆଇ) ସଂଘ ସେମାବାର ଦକ୍ଷତା ବୃଦ୍ଧି ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତାଙ୍କ କ୍ୱାଟର୍ସ ସମ୍ମୁଖରେ ବିକ୍ଷୋଭ କରିଥିଲେ । ସଚିବଙ୍କ ବାସଭବନ ସମ୍ମୁଖରୁ ଉଠିଯିବାକୁ ପୁଲିସ୍ କହିଥିଲା । ହେଲେ ବିକ୍ଷୋଭକାରୀମାନେ ତାଙ୍କ ଜିଦ୍ରେ ଅଟଳ ରହିଥିଲେ । ଦାବି ପୂରଣ ନହେଲେ ବିକ୍ଷୋଭରୁ ଉଠିବେ ନାହିଁ ବୋଲି ରୋକ୍ଠୋକ୍ କହିଥିଲେ । ସେଠାରୁ ଉଠାଇବାକୁ ଉଦ୍ୟମ କରିବାରୁ ପୁଲିସ୍- ବିକ୍ଷୋଭକାରୀ ଧସ୍ତାଧସ୍ତି ହୋଇଥିଲେ । ଶେଷରେ ପୁଲିସ୍ ଲାଠି ଚାଳନା କରିଥିଲା । ଫଳରେ ବିକ୍ଷୋଭକାରୀମାନେ ଯିଏ ଯୁଆଡେ ପାରିଲେ ଦୌଡିଥିଲେ । ଲାଠି ମାଡରେ ପ୍ରାୟ ୧୫ ଜଣ ବିକ୍ଷୋଭକାରୀ ଆହତ ହୋଇଥିଲେ । ତେବେ ଦାବି ପୁରଣ ନ ହେଲେ ଆଗାମି ଦିନରେ ନବୀନ ନିବାସ ସମ୍ମୁଖରେ ସମୂହ ଆତ୍ନହୁତି ଦେବାକୁ ସଂଘ ଧମକ ଦେଇଛି । ପୂର୍ବରୁ ବିଭିନ୍ନ ଦାବି ପୂରଣ ଦାବିରେ ପିଟିଜିଆଇ ବିକ୍ଷୋଭ କରିଆସୁଛି । ସେମାବାର ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ସଚିବଙ୍କ ଘର ସମ୍ମୁଖରେ ବିକ୍ଷୋଭ କରିଥିଲେ । ବିରୋଧୀ ନାରାବାଜି ଦେଇଥିଲେ । ସେମାନଙ୍କୁ ଘଉଡେଇବାକୁ ଯାଇ ପୁଲିସ୍ ଅତର୍କିତ ଲାଠିମାଡ କରିଥିଲା । ଏଥିରେ ସଂଘର ସନାତନ ସାହୁ, ସୁଶାନ୍ତ ସାହୁ, ଦିଲ୍ଲୀପ ଗଉଡ, ବୀର କିଶୋର ମହାନ୍ତି, ସୁନୀଲ ପାତ୍ରଙ୍କ ସମେତ ୧୫ ଜଣ ଆହତ ହୋଇଥିଲେ । ବିଭାଗୀୟ ସଚିବଙ୍କୁ ସଂଘର ଦୁଇ ଜଣ କର୍ମୀ ଭେଟି ହରିୟାଣା ଓ ଉତ୍ତରାଖଣ୍ଡ ସରକାର ସ୍ଥାୟୀ ନିଯୁକ୍ତି ଦେଉଛି ବୋଲି ପ୍ରଶ୍ନ କରିଥିଲେ । ଯେଉଁଠି ନିଯୁକ୍ତି ମିଳୁଛି, ସେଠିକି ଯାଇଁ ଚାକିରି କର ବୋଲି ସଚିବ କହିଥିଲେ ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି । ଏସଂକ୍ରାନ୍ତରେ ସଂଘର ସଂପାଦକ ଭରତ କୁମାର ଭୋଇ କହିଛନ୍ତି, ସମାଜରେ ଅବହେଳିତ ବର୍ଗ ଲୋକଙ୍କ ସମସ୍ୟାକୁ ସରକାର ବିଚାର କରୁନାହାନ୍ତି । ସଚିବଙ୍କ କଟୁ ମନ୍ତବ୍ୟ ଅସହ୍ୟ ହେଉଛି । ସେପଟେ ବାସଭବନ ଘେରାଉ କଲେ ପୁଲିସ ମାଡ ମାରୁଛି । ଦାବି ପୂରଣ ନହେଲେ ଆସନ୍ତା ୨୦ ତାରିଖରେ ନବୀନ ନିବାସ ଆଗରେ ସମୂହ ଆତ୍ମହୂତି ଦେବାକୁ ସଂଘ ଧମକ ଦେଇଛି ।

ସେଆର କରନ୍ତୁ:



Powered by odothemes.com