କ୍ରାଇମବ୍ରାଞ୍ଚ୍ ତଦନ୍ତ ଦାବିରେ ବିଜେପିର ରାସ୍ତାରୋକ

auli--BJP-RASTA-ROK

ଆଳି (ଆପ୍ର): ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ସରପଞ୍ଚ ଚିତ୍ରସେନ ଦାସଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ବିଜେପି ପକ୍ଷରୁ ସୋମବାର ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ କଟକ-ଚାନ୍ଦବାଲି ରାସ୍ତାର ପତ୍ରପୁର ସେତୁ ନିକଟରେ ରାସ୍ତାରୋକ କରାଯାଇଥିଲା । ସରପଞ୍ଚଙ୍କ ହତ୍ୟାକାଣ୍ଡକୁ ୬ ଦିନ ବିତିଯାଇଥି ହେଁ ପୁଲିସ ଅପରାଧୀର ଟେର୍ ପାଉନି । ତେଣୁ ଅପରାଧୀଙ୍କୁ ଧରିବା ପାଇଁ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଦାବି ହୋଇଛି । ତୁରନ୍ତ ସରକାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ନିଦେ୍ର୍ଦଶ ଦେବା ଉଚିତ ନଚେତ ଆଗାମୀ ଦିନରେ ବିଜେପି ପକ୍ଷରୁ ବଡ଼ ଧରଣର ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ବିଜେପି ନେତା ବ୍ରଜସୁନ୍ଦର ଭୁୟାଁଙ୍କ ନେତୃତ୍ୱରେ ଏହି ରାସ୍ତାରୋକରେ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଶ୍ରୀକାନ୍ତ ଦ୍ୱିବେଦୀ, କରୁଣାକର ତ୍ରିପାଠୀ, ରତ୍ନାକର ମହାନ୍ତି, ଦୀପକ ମହାନ୍ତି, ଦେବାଶିଷ କୁଅଁର, ଶ୍ରୀକାନ୍ତ ପାଣ୍ଡବ, କ୍ଷୀରୋଦ ପଣ୍ଡା, ରତ୍ନାକର ମଲିକ, ଚୈତନ୍ୟ ସାହୁ, ଅମୀୟ ରାଉତ ପ୍ରମୁଖଙ୍କ ବିଜେପି କର୍ମୀ ସାମିଲ ହୋଇଥିଲେ । ଘଟଣାସ୍ଥଳରେ ଆଳି ତହସିଲ୍ଦାର ଅଶ୍ୱିନୀ କୁମାର ଭୁୟାଁ ଓ ପଟ୍ଟାମୁଣ୍ଡାଇ ଏସଡିପିଓ କେଦାରନାଥ ସାହୁ ପହଞ୍ଚି ଖୁବ ଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରାଯିବାର ପ୍ରତିଶ୍ରୁତି ଦେଇଥିଲେ । ପରେ ରାସ୍ତାରୋକ ପ୍ରାତ୍ୟାହୃତ ହୋଇଥିଲା ।