NAHARAKANTA-NIKATASTA-AKA-SARAKARI-BIDESI-MADA-DOKANA-KU-DALITA-MAHILA-MANE-BHANGI-DOKANA-RE-NIA-LAGAEDEICHANTI-(6)

ମଦ ଦୋକାନରେ ନିଆଁ ଲଗାଇଲେ ମହିଳା

52

ଭୁବନେଶ୍ୱର,୧୨ା୬(ବୁ୍ୟରୋ): ହଂସପାଳ ଛକ ନିକଟ ନହରକଣ୍ଟା ସ୍ଥିତ ସରକାରୀ ସ୍ୱୀକୃତିପ୍ରାପ୍ତ ମଦ ଦୋକାନକୁ ରବିବାର ମହିଳାମାନେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେଇଛନ୍ତି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋିଥିବା ଜଣାପଡିଛି । ଖବରପାଇ ମଞ୍ଚେଶ୍ୱର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ମଦ ଦୋକାନ ପାଉଁଶ ହୋଇଯାଇଥିଲା । ଜଣେ ହେଲେ ବି କେହି ଲୋକ ସେଠାରେ ଥିବା ପୁଲିସ୍ ଦେଖିବାକୁ ପାଇନଥିଲା । ଦେକାନୀଙ୍କ ଅଭିଯୋଗ ପରେ ପୁଲିସ୍ ଘଟଣାର ତଦନ୍ତ ଚଳାଇଛି । ତେବେ ଏହି ଘଟଣାରେ କେହି ଗିରଫ ହୋଇନଥିବା ଜଣାପଡିଛି । ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ ସରକାରୀ ବିଦେଶୀ ମଦ ଦୋକାନ କିଛି ଦିନ ତଳେ ସ୍ଥାନାନ୍ତର ହୋଇଥିଲା । ନହରକଣ୍ଟା ଗ୍ରାମ୍ୟ ରାସ୍ତା ପାର୍ଶ୍ୱରେ ସେହି ଦୋକାନ ଚାଲିଥିଲା । ଏହାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ କରାଯାଇଥିଲା । ହଲେ ଦୋକାନୀ ବ୍ୟବସାୟ ଜାରି ରଖିଥିଲେ । ମଦ ଦୋକାନ ସମ୍ମୁଖ ରାସ୍ତାରେ ରାତି ପାହିଲେ ଶହ ଶହ ଲୋକ ଏବଂ ବିଭିନ୍ନ କଲେଜ ଛାତ୍ରଛାତ୍ରୀ ଯାତାୟତ କରିଥାନ୍ତି । ମଦ୍ୟପଙ୍କ ଦୌରାତ୍ମ୍ୟ ବଢ଼ିଯାଇଥିଲା । ସାଧାରଣ ଲୋକ ସେହି ରାସ୍ତରେ ଯାତାୟତ କରିବାକୁ ଭୟ ମଣୁଥିଲେ । ସ୍ଥାନୀୟ ଅଞ୍ଚଳରେ ମଦ୍ୟପଙ୍କ ସହଖ୍ୟା ବଢ଼ିବାରେ ଲାଗିଥିଲା । ଉକ୍ତ ମଦ ଦେକାନକୁ ବନ୍ଦ କରିବା ପାଇଁ ୧୫ ଦିନ ତଳେ ସ୍ଥାନୀୟ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ଏବଂ ଅବକାରୀ ବିଭାଗ ନିକଟରେ ଲିଖିତ ଅଭିଯୋଗ କରିଥିଲା । ହେଲେ କେହି କର୍ଣ୍ଣପାତ କରିନଥିଲେ । ରବିବାର ବାବା ସାହେବ ଆମ୍ବେଦକର ମିଶନର ଶତାଧିକ ମହିଳା ଓ ପୁରୁଷ ମିଳିତ ଭାବେ ମଦ ଦୋକାନକୁ ଠେଙ୍ଗା ଓ ଢେଲା ସାହାଯ୍ୟରେ ଭାଙ୍ଗିଥିଲେ । ଶେଷରେ ନିଆଁ ଲଗାଇ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com