ମରୁଡିର ସ୍ଥିତି ଓ ପ୍ରତିକାର ସଂକ୍ରାନ୍ତୀୟ ଆଲୋଚନାଚକ୍ର

CYSD-KARJYALAYA-RE-odishare-bartaman-marudira-drusyapata-SIRSAKA-ALOCHANA-CHACKRA-RE-MANCHASINA-ATITHIGANA-(2)

ଭୁବନେଶ୍ୱର, ୧୦ା୬(ବୁ୍ୟରୋ): ଆଜି ସ୍ଥାନୀୟ ସିୱାଇଏସ୍ଡି ସଭାଗୃହଠାରେ ଆକ୍ସନ୍ଏଡ୍ ଓ ଏହାର ସହଯୋଗୀ ଅନୁଷ୍ଠାନଙ୍କ ମିଳିତ ଆନୁକୂଲ୍ୟରେ ରାଜ୍ୟରେ ମରୁଡିର ସ୍ଥିତି ଓ ପ୍ରତିକାର ସଂକ୍ରାନ୍ତୀୟ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ଏଥିରେ ରମଣ ମାଗାସେସ୍ ପୁରସ୍କାର ପ୍ରାପ୍ତ ବିଜେତା ତଥା ବିଶିଷ୍ଟ ଜଳ ସଂରକ୍ଷଣବିତ୍ ରାଜେନ୍ଦ୍ର ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଲେ, ଜନସାଧାରଣଙ୍କ ଜମି ଅଧିକାର, ଶସ୍ୟବୀଜ ଓ ନିରନ୍ତର ଜଳ ବ୍ୟବସ୍ଥାକୁ ସୁଦୃଢ କରାଯିବା ଜରୁରୀ । ଯାହାଫଳରେ ମରୁଡିର ପ୍ରତିକାର ଦିଗରେ ସହାୟତା କରିବ । ଆଞ୍ଚଳିକ ପରିଚାଳକ ଦେବବ୍ରତ ପାତ୍ର କହିଲେ ଯେ, ମରୁଡିର ପ୍ରତିକାର ନିମନ୍ତେ ଏକ ସୁଦୀର୍ଘ ବ୍ୟବସ୍ଥା ହେବା ଜରୁରୀ ଓ ଏଥି ନିମନ୍ତେ ସରକାରୀ ସ୍ତରରେ ବ୍ୟାପକ ପଦକ୍ଷେପ ନିଆଯିବା ଜରୁରୀ । ୬ଗୋଟି ଜିଲ୍ଲାର ୩୮ଟି ଗାଁକୁ ନେଇ ଏକ ତଥ୍ୟ ଆଧାରରେ ମିଳିଥିବା ସୂଚନା ଅନୁଯାୟୀ ମରୁଡି ହେବା ଫଳରେ କ୍ଷୁଦ୍ର ଦାନା ଶସ୍ୟ, ଭୂମିହୀନ କୃଷକ, ମହିଳା ଶିଶୁ, ଦଳିତ ଓ ଆଦିବାସୀମାନଙ୍କ ଉପରେ ପ୍ରଭାବ ପଡିଥାଏ ଓ ଅନ୍ୟପଟେ ସରକାରୀ ସ୍ତରରେ ଥିବା ବିଧି ବ୍ୟବସ୍ଥା ଗୁଡିକ ଆଖି ଆଗରେ ରଖି ସଜାଡିବାକୁ ପଡିବ ବୋଲି ବି.ଏନ୍. ଦୁର୍ଗା ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବରେ ଡାଉନ୍ ଟୁ ଆର୍ଥର ପରିଚାଳନା ସଂପାଦକ ରିଚାର୍ଡ ମହାପାତ୍ର ନିରନ୍ତର ଚାଷ, ଜଙ୍ଗଲ ସୃଷ୍ଟି, ଗୋ-ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଆକ୍ସନ୍ ଏଡ୍ର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ସନ୍ଦୀପ ଚାଚ୍ରା କହିଲେ ଯେ, ଜଳର ବଜାରୀକରଣ ଓ ଘରୋଇକରଣକୁ ରୋକାଯିବା ଦରକାର । ଏଥିରେ ଜଣାଶୁଣା କୃଷିବିତ୍ ରୁକ୍ମଣୀ ରାଓ, ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ସରୋଜ ପ୍ରମୁଖ ମରୁଡିର ପ୍ରତିକାର ଉପରେ ମତାମତ ରଖିଥିଲେ । ଏହି ଅବସରରେ ଓଡିଶାର ୭ଗୋଟି ଜିଲ୍ଲା ଯଥା ବରଗଡ, କନ୍ଧମାଳ, ସୁନ୍ଦରଗଡ, ଗଞ୍ଜାମ, ବଲାଙ୍ଗୀର, କୋରାପୁଟ ଓ ନୂଆପଡା ଅଞ୍ଚଳରୁ ଆସିଥିବା କୃଷକମାନେ ମରୁଡିର ସ୍ଥିତି ଉପରେ ବ୍ୟକ୍ତିଗତ ଅନୁଭୂତି ଉପରେ ମତାମତ ରଖିଥିଲେ । ବିଶେଷ ଭାବରେ ମରୁଡିର ପ୍ରତିକାର ନିମନ୍ତେ ଦୃଢ ରାଜନୈତିକ ଇଚ୍ଛାଶକ୍ତି ଓ ସୁଦୀର୍ଘ ଜଳ ଅମଳ ବ୍ୟବସ୍ଥା ଉପରେ ବହୁ ବିଶିଷ୍ଟ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଆକ୍ସନ ଏଡ୍ର ପ୍ରୋଗ୍ରାମ ମ୍ୟାନେଜର ଘାସିରାମ ପଣ୍ଡା ପ୍ରଦାନ କରିଥିବା ବେଳେ ଶ୍ୟାମସୁନ୍ଦର ପାଲ, ଲୋପାମୁଦ୍ରା ବେହେରା, ସୁଦେଶ୍ନା ମିଶ୍ର, ପୁଷ୍ପଶ୍ରୀ ଦେବୀ, ଗୋକୁଳ ମଲ୍ଲିକ, ଅର୍ଜ୍ଜୁନ ଦିଗଲ୍ ପ୍ରମୁଖ ସହାୟତା କରିଥିଲେ ।