Swagatika-Award-at-Jayadev-Bhaban

ରାଜ୍ୟସ୍ତରୀୟ ଶିଶୁ ମହୋସôବ ଓ ପୁରସ୍କାର ବିତରଣ ଉସôବ

45

ଭୁବନେଶ୍ୱର, ୧୦ା୬(ବୁ୍ୟରୋ): ସାଂସ୍କୃତିକ ଅନୁଷ୍ଠାନ ସ୍ୱାଗତିକା ପକ୍ଷରୁ ୩୬ତମ ରାଜ୍ୟସ୍ତରୀୟ ଶିଶୁ ମହୋସôବ ଓ ପୁରସ୍କାର ବିତରଣ ଉସôବ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ପୂର୍ବରୁ ୫ଦିନ ଧରି ରାଜ୍ୟ ତଥା ରାଜ୍ୟ ବାହାରର ୧ହଜାରରୁ ଉଦ୍ଧ୍ୱର୍ ପ୍ରତିଯୋଗୀଙ୍କ ମଧ୍ୟରେ ଓଡ଼ିଶୀ ନୃତ୍ୟ, ମଡର୍ଣ୍ଣ ଡ୍ୟାନ୍ସ, କୁଇଜ୍, ଡିବେଟ୍ ଆଦି ୍ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ କୃତି ଅର୍ଜନ କରିଥିବା ୧୫୦ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହାସହ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା ୭ଜଣ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନୀତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଅଛନ୍ତି ଚଳଚ୍ଚିତ୍ର ଅଭିନେତ୍ରୀ ସୁଶ୍ରୀ ସୁରମୟୀ, ଶ୍ରେଷ୍ଠ ଶିଶୁ ଅଭିନେତ୍ରୀ ସୁଶ୍ରୀ ସାଇନି ମହାନ୍ତି, ଶ୍ରେଷ୍ଠ ଯୋଗ ସାଧିକା ସୁସ୍ମୀତା ରାଣୀ ରାଉତ, ଓଡ଼ିଶୀ ନୃତ୍ୟ ଶିଳ୍ପୀ ଲେଖା ମହାନ୍ତି, ନୃତ୍ୟ ଶିଳ୍ପୀ ଆୟୁଷ ଦଳାଇ, ଶ୍ରେଷ୍ଠ ମଡ଼େଲ ସାଇଶ୍ରୀ ମିଶ୍ର ଏବଂ ଶ୍ରେଷ୍ଠ ଅଲରାଉଣ୍ଡର ମିସ୍ ସ୍ୱାଗତିକା ସାହୁଙ୍କୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପଦ୍ମଶ୍ରୀ ଡ ପ୍ରଫୁଲ କର, ମୁମ୍ବାଇ ଓଡ଼ିଆ ମହାସଂଘ ସଭାପତି ଡ. ବିପିନ ବିହାରୀ ମିଶ୍ର, ଲାୟନ୍ ଇଂ ବିପିନ ବିହାରୀ ନାୟକ, ଚଳଚ୍ଚିତ୍ର ପ୍ରଯୋଜକ ଲକ୍ଷ୍ମୀନାରାୟଣ ଅଗ୍ରୱାଲ ପ୍ରମୁଖ ଯୋକଦେଇ ସମ୍ମାନୀତ ବ୍ୟକ୍ତି ବିଶେଷଙ୍କୁ ଉସôାହ ଜନକ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ଆରାଧନା ଡ୍ୟାନ୍ସ ଏକାଡେମୀର କଳାକାରମାନେ ପ୍ରାରମ୍ଭରେ ପରିବେଷଣ କରିଥିଲେ ଆମେ ଓଡ଼ିଆ ଗୋଟିପୁଅ ନୃତ୍ୟ । ଏହାପରେ ପୁଣି ମଞ୍ଚର ଶେଭା ବଡାଇଥିଲେ ଉକ୍ତ କଳାକାରମାନେ ପରିବେଷଣ କରି ଗୋଟିପୁଅ ନୃତ୍ୟସୁକୁମାରୀ ଅଙ୍ଗେ କଳସୀ । ଯେଉଁ ନୃତ୍ୟରେ ବିଭୋର ହୋଇଥିଲେ ଉପସ୍ଥିତ ଦର୍ଶକ । ତେବେ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ୟାପକ ଜ୍ଞାନରଞ୍ଜନ ନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଅସୀତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସଂଗଠକ ରାମଚନ୍ଦ୍ର ମହାନ୍ତି, ବାଳକୃଷ୍ଣ ରାଉତ, ମାନସ କୁମାର କାନୁନଗୋ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।




Powered by odothemes.com