rajnagar-bagapatia-panira-budhichi-2

ସାତଭାୟାବାସୀଙ୍କ ଥଇଥାନରେ ବର୍ଷା ବାଧକ

46

ରାଜନଗର (ଆପ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ବଙ୍ଗୋପସାଗର ତଟରେ ଥିବା ସାତଭାୟାର ବିପନ୍ନ ୫୭୧ଟି ପରିବାରଙ୍କୁ ଭିତରକନିକା ଜାତୀୟ ଉଦ୍ୟାନ ସୀମା ବଗପାଟିଆଠାରେ ୧୦୦ କୋଟି ଟଙ୍କା ବ୍ୟୟ ବରାଦରେ ଥଇଥାନ ପାଇଁ ଘର ନିର୍ମାଣ କରାଯାଉଛି । ଏଥିପାଇଁ ୨୦୧୧ ମସିହା ଠାରୁ ଏହି ପକ୍ରିୟା ଜାରି ରହିଛି । ତେବେ ଚଳିତମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ରାଜନଗର ଗସ୍ତରେ ଆସି ବଗପାଟିଆଠାରେ ସାତଭାୟାବାସୀଙ୍କୁ ଥଇଥାନ ଯୋଜନାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଚଳୀତମାସ ଏକସପ୍ତାହ ଧରି କାଳବୈଶାଖୀର ଉଗ୍ରରୂପ ସାଙ୍ଗକୁ ତୁହାକୁ ତୁହା ବର୍ଷା ବଗପାଟିଆ ଠାରେ ଥଇଥାନ ପକ୍ରିୟାକୁ ବାଧା ସୃଷ୍ଟି କରିଛି । ନିର୍ମାଣାଧୀନ ରାସ୍ତା ଓ ଘର ମଧ୍ୟରେ ପାଣି ଜମି ରହିଛି ।




Powered by odothemes.com