jau-kandhei-bahaghara-procetion----(2)

ହାତରୁ ଦି ହାତ ହେଲେ ଜଉ କଣ୍ଢେଇ

253

ଭବନେଶ୍ୱର, ୭ା୬ (ବୁ୍ୟରୋ): ଆଜି ମାହୋଲ ଥିଲା ସମ୍ପୂର୍ଣ୍ଣ ଅଲଗା । ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଥିଲା ଖୁସିର ଲହରୀ । ବାଟରେ ଯାଉଥିବା ଲୋକଙ୍କ ଆଖି ପଡିବା ମାତ୍ରେ କମି ଯାଉଥିଲା ଗାଡିର ଗତି । ଅବସର ଥିଲା ଜଉ କଣ୍ଢେଇ ବାହାଘର । ହାତରୁ ଦି ହାତ ହୋଇଛନ୍ତି ଜଉ କଣ୍ଢେଇ । ଘର ସଂସାର କରିବେ, ସାଂସାରିକ ଜୀବନର ଅୟମାରମ୍ଭ କରିବେ । ସେଥିପାଇଁ ସମସ୍ତେ କିଛି ସମୟ ଲାଗି ନିଜର ପରିଚୟକୁ ଭୁଲିଯାଇ ସାମିଲ ହୋଇଥିଲେ ଜଉ କଣ୍ଢେଇ ବରଯାତ୍ରୀରେ । ଶ୍ରୀୟା ଟକିଜ୍ ଠାରୁ ବରଯାତ୍ରୀ ବାହାରି ପହଞ୍ଚିଥିଲେ ଏକାମ୍ର ହାଟରେ । ପରିବେଶଟି ଏପରି ଥିଲା କେହି ଜଣେ ବିଶ୍ୱାସ କରି ପାରୁନଥିଲେ କି ଏହା ଏକ କଣ୍ଢେଇର ବାହାଘର ବୋଲି । ଗାଡି ରଖି ବରଯାତ୍ରୀ ସହ ସାମିଲ ହୋଇଥିଲେ ବାଟୋଇ । ଶେଷରେ ବରଯାତ୍ରୀ ପହଞ୍ଚିଥିଲେ ଏକାମ୍ର ହାଟରେ । ସୂଚନାଯୋଗ୍ୟ, ଏକଦା ବାଲେଶ୍ୱର ଜଉକଳା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲା । ବାଲେଶ୍ୱରର ଜଉ ଶିଳ୍ପୀ ଓ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ଜଉ କଣ୍ଢେଇ ଓ ଅଳଙ୍କାର ରାଜ୍ୟ ଓ ରାଜ୍ୟ ବାହାରେ ଆଦୃତି ଲାଭ କରିଥିଲା । କିନ୍ତୁ କାଳକ୍ରମେ ଲୋପ ପାଇ ଆସୁଥିଲା ଏହି ଲୋକକଳା ଏବଂ ଜଉ କଣ୍ଢେଇ ବାହାଘର ପରମ୍ପରା । ଏହି ପରମ୍ପରାକୁ ପୁନର୍ଜୀବିତ କରିବା ପାଇଁ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି । ଏକତ୍ର ବାଲେଶ୍ୱର ପକ୍ଷରୁ ରାଜଧାନୀରେ ପ୍ରଥମ ଥର ପାଇଁ ଆୟୋଜିତ ଜଉ କଣ୍ଢେଇ ବାହାଘରରେ ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଉସôବରେ ପ୍ରଦ୍ମଶ୍ରୀ ପ୍ରଫୁଲ୍ଲ କର, ନାଟ୍ୟକାର ଡ. ବିଜୟ ମିଶ୍ର, ବରିଷ୍ଠ ଆଇଏଏସ୍ ରବିନାରାୟଣ ନନ୍ଦ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ସ୍ୱାଗତ ଭାଷଣ ଦେଇ ବରିଷ୍ଠ ସାମ୍ବାଦିକ ତଥା ଅନୁଷ୍ଠାନର ଉପଦେଷ୍ଟା ଗୌତମବୁଦ୍ଧ ଦାସ ଜଉ କଣ୍ଢେଇ ବାହାଘରର ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଜଉ କଣ୍ଢେଇ ବାହାଘରର ପ୍ରତିଷ୍ଠାତା ଶିଳ୍ପୀ କେଶୁ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବାଲେଶ୍ୱରରୁ ଜଉ କଣ୍ଢେଇ ଶିଳ୍ପୀ କନକଲତା ଦାସ, ମାୟା ନାୟକ, ପୂଜା, ଲଫଇତା ବେଗମ୍, ମୀନା ମିଶ୍ର ପ୍ରମୁଖ ଜଉ କଣ୍ଢେଇର ପ୍ରସ୍ତୁତି ଓ ପ୍ରଦର୍ଶନ କରିଥିଲେ ।




Powered by odothemes.com