NARASAIANAGHAPAUARA--TALA

ବ୍ୟାଙ୍କରେ ତାଲା ପକାଇଲେ ଗ୍ରାମବାସୀ

39

ନରସିଂହପୁର (ଆପ୍ର): ଦୀର୍ଘଦିନ ଧରି ନରସିଂହପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ରେ ଅବ୍ୟବସ୍ଥା ଲାଗି ରହିବା ସହ କର୍ମଚାରୀ ଅଭାବରୁ ବ୍ୟାଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଟଙ୍କା ଦେଣ ନେଣ କରିବାକୁ ମାତ୍ର ଗୋଟିଏ କାଉଣ୍ଟରରେ ଜଣେ କର୍ମଚାରୀ ରହିଛନ୍ତି । ଫଳରେ ଅଞ୍ଚଳର ଏସ୍ବିଆଇ ଗ୍ରାହକମାନେ ଉପଯୁକ୍ତ ସେବାରୁ ବଞ୍ଚôତ ହେବା ସହ ଦୀର୍ଘ ସମୟ ଧରି ଧାଡ଼ି ବାନ୍ଧି ଠିଆହେଲେ ମଧ୍ୟ ସେମାନଙ୍କ କୌଣସି କାର୍ଯ୍ୟ ହୋଇ ପାରୁନାହିଁ । କର୍ମଚାରୀ ଲଞ୍ଚ୍ କରିବାକୁ ଯିବା ବେଳେ ଲୋକେ ବହୁ ସମୟ ଧରି ଧାଡ଼ିରେ ଠିଆ ହୋଇଥାନ୍ତି । ଏଥିପ୍ରତି ସ୍ଥାନୀୟ ଯୁବ ସଂଗଠନ ବାରମ୍ବାର କର୍ମଚାରୀ ନିଯୁକ୍ତି କରିବା ସହ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ଦାବି କରୁଥିଲେ ମଧ୍ୟ ସେମାନଙ୍କ କଥା କେହି ଶୁଣିନଥିଲେ । ଫଳରେ ବାଧ୍ୟହୋଇ ମଙ୍ଗଳବାର ସଂଗଠନନର ସୁବ୍ରତ କୁମାର ମିଶ୍ରଙ୍କ ନେତୃତ୍ୱରେ ସମସ୍ତ କର୍ମୀ ବ୍ୟାଙ୍କ ଫାଟକରେ ତାଲା ପକାଇଥିଲେ । ଯଦ୍ୱାରା ବ୍ୟାଙ୍କ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ବ୍ୟାଙ୍କ ପରିସରରେ ଲାଗି ରହିଥିବା ସମସ୍ୟା ସମାଧାନ କରାନଗଲେ ଆନେ୍ଦାଳନ ଜାରି ରହିବ ବୋଲି ସଂଗଠନ ଦାବି କରିଥଲା । ଘଟଣା ସ୍ଥଳରେ ସ୍ଥାନୀୟ ଥାନା ଅଧିକାରୀ ହରମୋହନ ନାୟକ ପହଞ୍ଚô ସଂଗଠନ ଓ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଶାଖା ପରିଚାଳକ ଶିବଚରଣ ବେହେରା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ପରେ ବଡ଼ମ୍ବା କରଦିବନ୍ଧସ୍ଥିତ ଏସ୍ବିଆଇ ଶାଖାରୁ ଜଣେ କର୍ମଚାରୀ ଡେପୁଟେସନରେ ଆସିଥିଲେ । ପରେ ବ୍ୟାଙ୍କ୍ କାର୍ଯ୍ୟ ସ୍ୱଭାବିକ ହୋଇଥିଲା । ଆଗାମୀ ୧୫ ଦିନ ଭିତରେ ବ୍ୟାଙ୍କ୍ରେ ଆବଶ୍ୟକୀୟ କର୍ମଚାରୀ ଓ ବ୍ୟାଙ୍କର ଅବ୍ୟବସ୍ଥା ଦୂର କରାଯିବ ବୋଲି ଶାଖା ପରିଚାଳକ ଶ୍ରୀ ବେହେରା କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com