viasanagara--Panthasala-Photo1

ଭୁଶୁଡ଼ିବ ଯାଜପୁର ରୋଡ୍ ପାନ୍ଥଶାଳା!

44

ପର୍ଯ୍ୟଟକ ହିନସ୍ତା, ପାଣିରେ ପଡ଼ିଲା ୩୩ ଲକ୍ଷ
ବ୍ୟାସନଗର (ଆପ୍ର): ଧବଳଗିରୀ ନିକଟରେ ଥିବା ପାନ୍ଥଶାଳା ଭୂତକୋଠି ପାଲଟିଛି । ପାନ୍ଥଶାଳାରେ ଶରୀସୃପଙ୍କ ବାସସ୍ଥଳୀରେ ପରିଣତ ହୋଇଛି । ପାନ୍ଥାଶାଳାର ଛାତ ଭାଙ୍ଗି ପାଣି ଝରୁଛି । କାନ୍ଥ ଫାଟି ଅାଁ କରିଛି । ଭୁଶୁଡ଼ିବା ଅପେକ୍ଷାରେ ରହିଛି । ପାନ୍ଥଶାଳାଟି ଓଡ଼ିଶା ପର୍ଯ୍ୟଟନ ବିଭାଗ ଅଧୀନରେ ରହିଛି । ହେଲେ ଏହାର ମରାମତି ସହ ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନାହିଁ ।  ସ୍ମରଣଯୋଗ୍ୟ, ଯାଜପୁର ରୋଡ଼ଠାରେ ନିର୍ମିତ ପାନ୍ଥଶାଳାରେ ରହିବା ପାଇଁ ୧୯୮୭ ମସିହାରେ ତତକାଳୀନ ପର୍ଯ୍ୟଟନମନ୍ତ୍ରୀ ଶରତ ରାଉତ ପାନ୍ଥିକାକୁ ଶିଳାନ୍ୟାସ କରିଥିଲେ । ପାନ୍ଥିଶାଳାଟି ୩୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା । ୨୦୦୪ ମସିହା ଅକ୍ଟୋବର ୧୫ରେ ଉଦ୍ଘାଟନ କରାଯାଇଥିଲା । ଏହାକୁ ଉଦ୍ଘାଟନ କରିଥିଲେ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପୂର୍ବତନ ବିଧାୟିକା ସଞ୍ଚିିତା ମହାନ୍ତି ଉଦ୍ଘାଟନ କରିଥିଲେ । ସେମାନଙ୍କ ନାମ ଫଳକ ଏବେ ସୁଦ୍ଧା ଝୁଲୁଛି । ହେଲେ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ପାନ୍ଥଶାଳା ପର୍ଯ୍ୟଟକଙ୍କ କାର୍ଯ୍ୟରେ ନଲାଗି ଏହାକୁ ହୋଟେଲ କରିବା ପାଇଁ ଜଣକୁ ଲିଜ୍ ଆକାରରେ ଦିଆଯାଇଥିଲା । କିଛି ଦିନ ହୋଟେଲ ଚାଲିଲା ପରେ ପାନ୍ଥଶାଳାଟି ଭୂତକୋଠିରେ ପରିଣତ ହୋଇଯାଇଛି । ପାନ୍ଥଶାଳା କୋଠରିରେ ଜୁଆ, ମଦୁଆଙ୍କ ଆଡ଼ାସ୍ଥଳୀ ପାଲଟିଛି । ପର୍ଯ୍ୟଟନ ବିଭାଗରୁ ଏତେ ଟଙ୍କା ବ୍ୟୟ କରିଥିଲେ ହେଁ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଷ୍ଟେସନ୍ରୁ ଓହ୍ଲାଇ ପର୍ଯ୍ୟଟକ ପାନ୍ଥନିବାଶର ସୁବିଧା ନଥିବାରୁ ବିଭିନ୍ନ ହୋଟେଲ୍ରେ ରହି ବିରଜା କ୍ଷେତ୍ର ଯାଜପୁର, ଘଟଗାଁ, ଲଳିତଗିରୀ, ଚଣ୍ଡିଖୋଲ ଅଞ୍ଚଳରେ ଥିବା ବିଭିନ୍ନ ବୌଦ୍ଧକୀର୍ତ୍ତି ଦେଖିବାକୁ ଯାଉଛନ୍ତି । ପାନ୍ଥଶାଳାକୁ କାର୍ଯ୍ୟକାରୀ କରିବା ପାଇଁ ସାଧାରଣରେ ଦାବି ହେଉଛି ।

ସେଆର କରନ୍ତୁ:



Powered by odothemes.com