BIJUMAHILA-JANATADAL-PAKHYARU-MAHILA-THANARE-ATALA-(4)

ଲେଖାଶ୍ରୀଙ୍କୁ ଗିରଫ ଦାବିରେ ମହିଳା ଥାନାରେ ଏତଲା

31

ଭୁବନେଶ୍ୱର,୫ା୬(ବୁ୍ୟରୋ): ଓଡ଼ିଶାର ମହିଳାଙ୍କ ଉଦେ୍ଦଶ୍ୟରେ ଘରୋଇ ଗଣମାଧ୍ୟମରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର, “ଓଡ଼ିଶାର ଦାଦନ ଶ୍ରମିକ ଗୁଜରାଟର ସୁରଟ ଅଞ୍ଚଳକୁ କାମ ପାଇଁ ଯାଉଥିବାବେଳେ ତାଙ୍କର ସହଧର୍ମିଣୀମାନେ ସେଠାରେ ବେଶ୍ୟାବୃତ୍ତି କରୁଛନ୍ତି ।” ଏହିଭଳି ଅତ୍ୟନ୍ତ ଅଶାଳୀନ, ରୁଚିହୀନ, କୁତ୍ସୀତ ଓ କଦର୍ଯ୍ୟ ମନ୍ତବ୍ୟ କେବଳ ସୁରଟ ଯାଉଥିବା ଶ୍ରମିକଙ୍କ ସହଧର୍ମିଣୀମାନଙ୍କୁ ସମ୍ମାନ କରିନାହିଁ ବରଂ ଓଡ଼ିଶାର ସ୍ୱାଭିମାନୀ ନାରୀ ସମାଜର ସମ୍ମାନହାନୀ ହେବା ସହିତ ଗଭୀର ଭାବେ ବ୍ୟଥିତ କରିଛି । ଶ୍ରୀମତୀ ସାମନ୍ତସିଂହାର ଓଡ଼ିଶାର ଗରିବ ମହିଳାମାନେ ସୁରଟକୁ ବେଶ୍ୟାବୃତ୍ତି ପାଇଁ ଯାଉଥିବା କହିବା, ଯାହା ସତ୍ୟ ଆଧାରିତ ନୁହେଁ । ଏହି ମନ୍ତବ୍ୟ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିବା ସହ ଆଇନଶୃଙ୍ଖଳା ପରିସ୍ଥିତିର ଆଶଙ୍କା ସୃଷ୍ଟି ହୋଇଛି । ଶ୍ରୀମତୀ ସାମନ୍ତସିଂହାରଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପ୍ରମିଳା ମଲିକଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ସ୍ପେଶାଲ ସର୍କିଟ ହାଉସ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭସଭାରେ କଟକ ମେୟର ମୀନାକ୍ଷୀ ବେହେରା, ଭୁବନେଶ୍ୱର ଡେପୁଟି ମେୟର କେ. ଶାନ୍ତି, ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ଗୀତା ବସ୍ତିଆ, କ୍ୱିମାର ସୁଲତାନ, ଭୁବନେଶ୍ୱର ଜିଲ୍ଲା ସଭାପତି ଭାରତୀ ସିଂହ, କର୍ମକର୍ତ୍ତା ପ୍ରଭାସିନୀ ନନ୍ଦ, ସଂଯୁକ୍ତା ମହଲ, ସୁନନ୍ଦା ଶତପଥୀ, ମାଳତୀ ଗୁରୁ, ଅହଲ୍ୟା, ରାଜଲକ୍ଷ୍ମୀ ମିଶ୍ର, ମାନସି ସୁନ୍ଦରାୟ, ଜ୍ୟୋତ୍ସ୍ନା ପରିଡ଼ା, ବବିତା ଜେନା, ରୁନୁ ଜେନା, ସ୍ୱର୍ଣ୍ଣପ୍ରଭା ପାଣି, ମଞ୍ଜୁ ପ୍ରଧାନ, ସନ୍ଧ୍ୟା ବିଶ୍ୱାଳ, ସ୍ୱର୍ଣ୍ଣପ୍ରଭା ରାୟ, ସଂଯୁକ୍ତା ମହାନ୍ତି ପ୍ରମୁଖଙ୍କ ସମେତ ଦଳୀୟ କର୍ପୋରେଟର୍‌ ଓ ୫୦୦ରୁ ଊଦ୍ଧ୍ୱର୍ ମହିଳା କର୍ମୀ ଯୋଗ ଦେଇ ‘ଓଡ଼ିଶାର ନାରୀମାନଙ୍କ ସଂପର୍କରେ, ଅଶାଳୀନ ମନ୍ତବ୍ୟ ବିଜେପିକୁ ମହଙ୍ଗା ପଡ଼ିବ’, ‘ବିଜେପିକୁ ଓଡ଼ିଶାବାସୀଙ୍କ ଉପଦେଶ, ମହିଳାମାନଙ୍କୁ ସମ୍ମାନ ଦେବା ଶିଖ’, ‘ଓଡ଼ିଶାର ଗରିବ ନାରୀଙ୍କୁ ‘ବେଶ୍ୟା’ କହିବା ଅକ୍ଷମଣୀୟ ଅପରାଧ, ନିଶ୍ଚିତ ଦଣ୍ଡ ପାଇବ’ ଲେଖାଥିବା ପ୍ଲାକାର୍ଡମାନ ପ୍ରଦର୍ଶନ କରିଥିଲେ । ବିଜେପି ନେତ୍ରୀ ଶ୍ରୀମତୀ ସାମନ୍ତସିଂହାରଙ୍କ ଏଭଳି କୁତ୍ସିତ-ଅଶାଳୀନ ମନ୍ତବ୍ୟ ଓଡ଼ିଶାର ନାରୀ ସମାଜର ଯେଉଁ ସମ୍ମାନ ହାନି ଘଟାଇଛନ୍ତି ତାଙ୍କ ବିରୋଧରେ ଦୃଢ଼ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିବା ସହ ମହିଳା ଥାନାରେ ଏତଲା ଦାଏର କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com