OSSA-BHAWAN-RE-CM-NABIN-PATNAIK-RAJYA-SACHIBALAYA-RA-BARSIKA-USTAV-KU-UDGHATAN-KARIBA-SAHA-SMARANIKA--UNMOCHAN-KARUCHANTI-(2)

ନିଯୁକ୍ତ ହେବେ ୮୦୦ ଏଏସ୍ଓ

39

ଭୁବନେଶ୍ୱର, ୩ା୬(ବୁ୍ୟରୋ): ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ସଚିବାଳୟ କର୍ମଚାରୀମାନେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ସଚିବାଳୟରେ କର୍ମଚାରୀଙ୍କ ଅଭାବ ରହିଛି । ଏହି ଅଭାବ ପୁରଣ ପାଇଁ ୧୩୯ ଜଣ ଆସିଷ୍ଟାଣ୍ଟ ସେକସନ୍ ଅଫିସର (ଏଏସ୍ଓ) ନିଯୁକ୍ତ ହୋଇଥିବା ବେଳେ ଆଗାମୀ କିଛି ମାସ ମଧ୍ୟରେ ଆହୁରି ୮୦୦ ଏଏସ୍ଓ ନିଯୁକ୍ତ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଓସା ଭବନଠାରେ ଓଡ଼ିଶା ସଚିବାଳୟ ସେବା ସଂଘର ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ଏହାସହ ସଚିବାଳୟ ଡ଼େସ୍କ ଅଫିସରଙ୍କ ବେତନ ବୃଦ୍ଧି ଉପରେ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓସା କମୁ୍ୟନିଟି ହଲ ଶିଳାନ୍ୟାସର ଅନାବରଣ କରିଥିଲେ । ସଂଘର ସଭାପତି ତାପସ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅର୍ଥ ମନ୍ତ୍ରୀ ପ୍ରଦୀପ ଅମାତ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଏବଂ ଖୋଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଯୋଗ ଦେଇଥିଲେ । ପ୍ରଦୀପ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୃଷ୍ଣ ପ୍ରସାଦ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ମନୋରଞ୍ଜନ ଦାସ ଧନ୍ୟବାଦ ଦେଇଥିଲେ ।




Powered by odothemes.com