judiciyal-ecademi-thare-sapatha-patha-utsaba-(4)

ନବ ନିଯୁକ୍ତ ୨୧ ସିଭିଲ୍ ଜଜ୍ଙ୍କ ଶପଥ ଗ୍ରହଣ

39

କଟକ (ବୁ୍ୟରୋ): ଓଡ଼ିଶା ଜୁଡିସିଆଲ ଏକାଡେମୀ ଠାରେ ୨୧ ଜଣ ନବ ନିଯୁକ୍ତ ନ୍ୟାୟିକ ଅଧିକାରୀ(ସିଭିଲ ଜଜ୍)ଙ୍କର ଶପଥ ଗ୍ରହଣ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି କୁମାରୀ ସଞ୍ଜୁ ପଣ୍ଡା ଯୋଗଦେଇ ନବ ନିଯୁକ୍ତ ନ୍ୟାୟିକ ଅଧିକାରୀମାନଙ୍କୁ ଶପଥ ପାଠ କରାଇଥିଲେ । ଉଚ୍ଚ ନ୍ୟାୟାଳୟର ଅନ୍ୟତମ ଜଷ୍ଟିସ୍ ଡଃ ବି.ଆର୍. ଷଡଙ୍ଗୀ ଯୋଗଦେଇ ସିଭିଲ୍ ଜଜ୍ମାନଙ୍କୁ ସେମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ତାଲିମ ଖସଡା ଓ ବାର୍ଷିକ ତାଲିମ କ୍ୟାଲେଣ୍ଡର ଏବଂ ଜଷ୍ଟିସ କେ.ଆର୍ ମହାପାତ୍ର, ଓଡ଼ିଶା ଜୁଡିସିଆଲ ଏକାଡେମୀ ପକ୍ଷରୁ ପ୍ରକାଶିତ ପ୍ରତ୍ୟେକଙ୍କୁ ତ୍ରୟମାସିକ ନିଉଜ୍ଲେଟର ବିଦ୍ୟା ଓ ଲାପଟପ୍ ପ୍ରଦାନ କରିଥିଲେ । ଜୁଡିସିଆଲ ଏକାଡେମୀର ନିଦେ୍ର୍ଦଶକ ଲୋକନାଥ ମହାପାତ୍ର ଏକାଡେମୀ ପକ୍ଷରୁ ବିଭିନ୍ନ ସମୟରେ ନ୍ୟାୟିକ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରାଯାଉଥିବା ସଂପର୍କରେ ସୂଚନା ଦେବା ସହ ନବ ନିଯୁକ୍ତ ସିଭିଲ୍ ଜଜ୍ମାନେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଆବଶ୍ୟକ ସ୍ଥଳେ ଚବିଶ ଘଣ୍ଟା ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଷ୍ଟିସ ବିଶ୍ୱଜିତ୍ ମହାନ୍ତି, ଜଷ୍ଟିସ ଡଃ ଏ.କେ. ରଥ, ଜଷ୍ଟିସ ଏସ୍. କେ. ସାହୁଙ୍କ ସମେତ ହାଇକୋର୍ଟ ରେଜିଷ୍ଟ୍ରାର ବରିଷ୍ଠ ପଦାଧିକାରୀ ଓ ୩ ଜଣ ଅତିରିକ୍ତ ଜିଲ୍ଲା ଜଜ୍, ନବ ନିଯୁକ୍ତ ସିଭିଲ ଜଜ୍ମାନଙ୍କ ପିତାମାତା ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ଜୁଡିସିଆଲ ଏକାଡେମୀର ଉପ ନିଦେ୍ର୍ଦଶକ ଶୁଭେନ୍ଦୁ ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜୁଡିସିଆଲ ଏକାଡେମୀର ଅନ୍ୟ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।




Powered by odothemes.com