TAIADARABRUDHI-BIRUDHARE-CPI-PAKHYARU-RAJMAHAL-CHACK-RE-BIKHYOV-(3)

ତୈଳ ଦର ବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ

37

ଭୁବନେଶ୍ୱର, ୨ା୬(ବୁ୍ୟରୋ): ଗତ ଏକମାସ ମଧ୍ୟରେ ୨ଥର ତୈଳ ଦର ବୃଦ୍ଧିର ପ୍ରତିବାଦରେ ଆଜି ଭାରତୀୟ କମୁ୍ୟନିଷ୍ଟ୍ ପାର୍ଟି (ସିପିଆଇ) ପକ୍ଷରୁ ରାଜଧାନୀରେ ବିକ୍ଷୋଭ ଓ ଶୋଭାଯାତ୍ରା କରାଯାଇଥିଲା । ପୂର୍ବାହ୍ନରେ ଶତାଧିକ କର୍ମୀ ପାର୍ଟିର ରାଜ୍ୟ ଦପ୍ତରରୁ ଜୋନ୍ ସମ୍ପାଦକ ସୁର ଜେନାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରିଥିଲା । ସେମାନେ ହାତରେ ତୈଳ ଦର ବୃଦ୍ଧି ବିରୋଧରେ ଲେଖାଥିବା ବିଭିନ୍ନ ପ୍ଲାକାର୍ଡ଼ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟଙ୍ଗଚିତ୍ର ଧରି ଯାଉଥିବାର ଦେଖାଯାଇଥିଲା । ଶୋଭାଯାତ୍ରାକାରୀମାନେ ରାଜମହଲ ଛକଠାରେ ପହଞ୍ଚô ବିକ୍ଷୋଭ ପ୍ରଦର୍ଶନ ସହ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ । ବିକ୍ଷୋଭକାରୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଜେନା କହିଲେ, ବିଜେପି ସରକାର ବାରମ୍ବାର ତୈଳଦର ବୃଦ୍ଧି କରି ତୈଳ କମ୍ପାନୀମାନଙ୍କୁ ମୁନାଫା ଦେବା ସଙ୍ଗେସଙ୍ଗେ ଏହା ଫଳରେ ସବୁ ଜିନିଷର ଦରଦାମ୍ ବୃଦ୍ଧି ପାଇ ଜନସାଧାରଣଙ୍କ ଜୀବନକୁ ଅସହ୍ୟ କରିଦେଉଛି ବୋଲି ଅଭିଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦାମୋଦର ରାଉତ, କ୍ଷେତମୂଲିଆ ନେତା ଦିଗମ୍ବର ଭୋଇ ଓ ମାନସ ନାୟକ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।




Powered by odothemes.com