MARASAGAHAIA--ROADA

ଧିମେଇଛି ଚିତ୍ରୋତ୍ପଳା ବନ୍ଧ କାର୍ଯ୍ୟ

39

ମାର୍ଶାଘାଇ (ଆପ୍ର): ୫ ନମ୍ବର (କ) ଜାତୀୟ ରାଜପଥ ମଙ୍ଗଳା ଛକଠାରୁ ତାଳସଙ୍ଗା ପର୍ଯ୍ୟନ୍ତ ପାଟକୁରା ଜଳ ସମ୍ପଦ ବିଭାଗର ଚିତ୍ରୋତ୍ପଳା ବନ୍ଧ ସୁଦୃଢିକରଣ କାର୍ଯ୍ୟ ଅଧପନ୍ତରିଆ ଭାବେ ପଡ଼ିରହିଛି । ନଦୀ ବନ୍ଧ ପାଇଁ ସରକାର ୨ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଜଳସମ୍ପଦ ବିଭାଗ ଦ୍ୱାରା ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଚାଲୁଥିଲେ ହେଁ ୨ ବର୍ଷ ହେବ ମାଟି କାମ ପୂର୍ଣ୍ଣାଙ୍ଗ ହୋଇପାରୁନାହିଁ । ଏପରିକି ନଦୀବନ୍ଧର ସୁଦୃଢିକରଣ କାର୍ଯ୍ୟ ଚୁକ୍ତି ମୁତାବକ ଉଚ୍ଚତା ଓ ପ୍ରଶସ୍ତୀକରଣ ସଠିକ ଢଙ୍ଗରେ ହେଉନଥିବା ଅଭିଯୋଗ ହେଉଛି । ଶାସନୀପଡ଼ା ଚଉରା ଗୋଡ଼ା ଠାରୁ କଳଘର ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତାରେ ପୂର୍ବରୁ ଥିବା ପିଚୁକୁ ତଡ଼ା ନଯାଇ ତାହା ଉପରେ ଅତି ତରବରିଆ ଭାବେ ୧ରୁ୨ଫୁଟରୁ ମାଟି ପକାଇଯାଇଥିବା ସ୍ଥାନୀୟ ଶାସନୀପଡ଼ା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଗକୁ ବର୍ଷା ଋତୁ ଆସୁଥିବା ବେଳେ ଏବଂ ପାଣି ପାଗ ବିଭାଗର ପୂର୍ବ ସୂଚନା ଅନୁଯାୟୀ ଅଧିକ ବର୍ଷା ଓ ତାହା ପ୍ରଭାବରେ ବନ୍ୟା ଆଶଙ୍କା ଥିବା ବେଳେ ଏହି ନଦୀବନ୍ଧ କୁଳର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଜୁନ୍ ୧୫ ତାରିଖ ସୁଦ୍ଧା ସମସ୍ତ ନଦୀବନ୍ଧ କାମ ପୂର୍ଣ୍ଣାଙ୍ଗ କରିବା ପାଇଁ ସରକାରଙ୍କ କଡ଼ା ନିଦେ୍ର୍ଦଶ ନାମା ଥିଲେ ହେଁ ଜଳସମ୍ପଦ ବିଭାଗର ଏପରି ଖାମଖିଆଲି ନୀତିକୁ ସାଧାରଣରେ ନିନ୍ଦା କରାଯାଇଛି । ବିଗତ ଦିନରେ ପ୍ରଳୟଙ୍କାରୀ ବନ୍ୟାରେ ବନ୍ଧ ବାଡ଼ ଭାଙ୍ଗି ବହୁ ଧନ ଜୀବନ ନଷ୍ଟ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ଆଗାମୀ ଦିନରେ ବନ୍ୟା ଦାଉରୁ ଜନସାଧାରଣ ରକ୍ଷା ପାଇବା ପାଇଁ ସରକାର ନଦୀବନ୍ଧ ସୁଦୃଢି କରଣ ଯୋଜନା ହାତକୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅନ୍ୟପକ୍ଷରେ ବିଭାଗୀୟ ଯନ୍ତ୍ରୀଙ୍କ ଖାମଖିଆଲ ମନଭାବାରୁ ଏହାର ପରିଣାମ ସାଧାରଣ ଲୋକମାନଙ୍କୁ ଭୋଗୀବାକୁ ପଡ଼ିବ । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହିତ ତୁରନ୍ତ କାର୍ଯ୍ୟ ଶେଷ କରିବା ପାଇଁ ସାଧାରଣରେ ଦାବି ହେଉଛି ।




Powered by odothemes.com