medicalre-agni-kanda-(9)

ଏସ୍ସିବିରେ ଅଗ୍ନିକାଣ୍ଡ

40

କଟକ,୩୧ା୫(ବୁ୍ୟରୋ): ଏସସିବି ମେଡିକାଲ ପରିସରରେ ହୃଦ୍ରୋଗ ବିଭାଗରେ ଆଜି ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଔଷଧ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଆସବାବ ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ଘଟଣା ସ୍ଥଳରେ ୩ଟି ଦମକଳ ବାହିନୀ ପହଞ୍ଚô ଅଗ୍ନିକୁ ଆୟତ୍ତ କରିଥିଲା । ତୁରନ୍ତ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ଘଟଣାରୁ ପ୍ରକାଶ ଯେ ଆଜି ଅପରାହ୍ଣ ୩ଟା ୪୫ ମିନିଟ୍ରେ ହୃଦ୍ରୋଗ ବିଭାଗର ଦ୍ୱିତୀୟ ମହଲାର ସେବିକା ପ୍ରକୋଷ୍ଠ ନଂ-୨୦୪ ତଥା କେବିନ ନମ୍ବର ୭ରେ ବିଦୁ୍ୟତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ଆଖି ପିଛୁଳାକେ ସମସ୍ତ ଜିନିଷପତ୍ରରେ ନିଆଁ ଲାଗି ପୋଡି ପାଉଁଶ ହୋଇଯାଇଥିଲା । ଧୂଆଁ ଯୋଗୁଁ ରୋଗୀମାନେ ଅଣନିଶ୍ୱାସୀ ହୋଇପଡିଥିଲେ । ତେବେ ରୋଗୀଙ୍କ ସମ୍ପର୍କୀୟମାନେ ଧୂଆଁରୁ ରକ୍ଷା ପାଇବା ପାଇଁ କୋଠାରେ ଲାଗିଥିବା କାଚ ଝରକା ଗୁଡିକ ଭାଙ୍ଗି ଦେଇଥିଲେ । କାର୍ଯ୍ୟରେ ଥିବା ଡାକ୍ତର, ନର୍ସ ଓ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ସହଯୋଗରେ ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ବକ୍ସିବଜାର ୨ଟି ଓ ଚାଉଳିଆଗଞ୍ଜରୁ ଗୋଟିଏ ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିବା ସହ ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ । ଘଟଣା ସ୍ଥଳରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସ୍ୱାସ୍ଥ୍ୟ ବିଭାଗ ସଚିବ ଆରତୀ ଆହୁଜା, ଜିଲ୍ଲାପାଳ ନିର୍ମଳଚନ୍ଦ୍ର ମିଶ୍ର, ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଅଧିକ୍ଷକ ଡାକ୍ତର ପ୍ରତାପ ରଥ, ପ୍ରଶାସନିକ ଅଧିକାରୀ ପ୍ରତାପ ମିଶ୍ର, ଜରୁରୀ କାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ପହଞ୍ଚô ସ୍ଥିତି ଅନୁଧ୍ୟାନ କରିଥିଲେ । ତେବେ ଏ ନେଇ ଆସନ୍ତାକାଲି ସ୍ୱାସ୍ଥ୍ୟ ସଚିବଙ୍କ ନେତୃତ୍ୱରେ ଏକ ବୈଠକ ବସି ଘଟଣାର ତଦନ୍ତ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି । ଅଗ୍ନିକାଣ୍ଡ ଘଟିଥିବା ହୃଦ୍ରୋଗ ବିଭାଗରେ କାର୍ଡିଓଲୋଜି ଓ କାର୍ଡିଓ ଥୋରାସି ବିଭାଗ ରହିଛି । ସେଥି ମଧ୍ୟରେ ୬୬ ଜଣ ରୋଗୀଙ୍କ ପାଇଁ ଶଯ୍ୟା ବ୍ୟବସ୍ଥା ରହିଛି । କାର୍ଡିଓଲୋଜିର ୪୦ଟି ଶଯ୍ୟା ଥିବା ବେଳେ ସେଥିରେ ୧୦ଟି ଆଇସିୟୁ ରହିଛି । ସେହିପରି କାର୍ଡିଓ ଥୋରାପିରେ ୨୬ଟି ଶଯ୍ୟା ଥିବା ବେଳେ ୧୦ଟି ଆଇସିୟୁ ରହିଛି । ତେବେ ବିଭାଗରେ ମୋଟ ୬୦ ଜଣ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ୧୬ ଜଣ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ତେବେ ନିକଟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ (ଶିଶୁ ଭବନ) ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ନିଆଁ ଲାଗିଥିଲା । ଏହି ଅଗ୍ନି ଭୟ ରୋଗୀଙ୍କ ମନରୁ ଯାଇନଥିବା ବେଳେ ହୃଦରୋଗ ବିଭାଗରେ ନିଆଁ ଲାଗିବା ଘଟଣା ସ୍ୱାସ୍ଥ୍ୟ ବିଭାଗ ତ୍ରୁଟିକୁ ପଦାରେ ପକାଇଦେଇଛି ।  ଅଗ୍ନି ନିର୍ବାପକ ଯନ୍ତ୍ର ନାହିଁ: ଏସ୍ସିବି ମେଡିକାଲରେ ହୃଦରୋଗ ବିଭାରେ ଅଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନି ନିର୍ବାପକ ଯନ୍ତ୍ର ବିଭାଗରେ ନାହିଁ । ତେବେ ଏତେ ବଡ ମେଡିକାଲ ମଧ୍ୟରେ ଅଗ୍ନି ଲିଭାଇବା ଯନ୍ତ୍ର ନଥିବାରୁ ସମସ୍ତଙ୍କୁ ଚକିତ କରିଛି । ଯଦି ଅଗ୍ନି ଲିଭା ଯନ୍ତ୍ର ବିଭାଗରେ ମହଜୁଦ ଥାନ୍ତା ତେବେ ଅଗ୍ନିକୁ ନିୟନ୍ତ୍ରଣ କରାଯାଇ ପାରିଥାନ୍ତା । ବିଭିନ୍ନ ଜିନିଷପତ୍ରକୁ ପୋଡି ହେବାରୁ ରକ୍ଷା ପାଇପାରିଥାନ୍ତା । ଯଦି ନିଆଁ ରାତିରେ ବହୁତ ଜୋରରେ ଲାଗି ଥାନ୍ତା, ତେବେ ରୋଗୀଙ୍କ ସହ ଏଠାରେ କୋଟି କୋଟି ଯନ୍ତ୍ରପାତି ପୋଡି ପାଉଁଶ ହୋଇଥାନ୍ତା । ଏତେ ବଡ ବିଭାଗରେ ଅଗ୍ନି ଲିଭାଇବା ଯନ୍ତ୍ର ନଥିବାରୁ ରୋଗୀଙ୍କ ନିରାପତ୍ତା ପାଇଁ ସାଧାରଣରେ ପ୍ରଶ୍ନ ଉଠିଛି ।




Powered by odothemes.com