BMC

ବର୍ଷାଦିନ ପାଇଁ ସଜ ହେଉଛି ବିଏମ୍ସି

39

ସଫାହେବ ଡ୍ରେନ୍, ରଖାଯିବ ଡଷ୍ଟବିନ୍
ଭୁବନେଶ୍ୱର,୨୭ା୫(ବୁ୍ୟରୋ): ବର୍ଷାଦିନକୁ ଆଖି ଆଗରେ ରଖି ଖୁବ୍ଶୀଘ୍ର ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ରାଜଧାନୀରେ ଥିବା ସମସ୍ତ ଡ୍ରେନ୍ଗୁଡ଼ିକ ସଫେଇ କରିବ ଏବଂ ସୁନ୍ଦର ପରିବେଶ ପାଇଁ ସହରର ସବୁଆଡ଼େ ଡଷ୍ଟବିନ୍ ରଖାଯିବ ବୋଲି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି । ବିଏମ୍ସି ପକ୍ଷରୁ ଅନୁଷ୍ଠିତ କାଉନ୍ସିଲ୍ ବୈଠକରେ ଶ୍ରୀ ଜେନା ଅଧ୍ୟକ୍ଷତା କରି କହିଲେ, ଜଳସମ୍ପଦ ବିଭାଗ ଓ ପୂର୍ତ୍ତ ବିଭାଗ ସହାୟତାରେ ସହରରେ ଥିବା ୧୨ଟି ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଡ୍ରେନ୍ଗୁଡ଼ିକ ସଫା କରାଯିବ ଏବଂପାଇଁ ଖୁବ୍ଶୀଘ୍ର ଏକ ସ୍ୱତନ୍ତ୍ର ଡ୍ରେନେଜ୍ ଡିଭିଜନ୍ ଖୋଲାଯିବ । ଯାହାର ମୁଖ୍ୟ ଭାବରେ ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିଯୁକ୍ତ ହେବେ । ଏଥିସହିତ ଅମୃତ ମିଶନ୍ ଯୋଜନାରେ ୧୭ଟି ନୂତନ ପାର୍କ ନିର୍ମାଣ କରାଯିବ । ସେଥିପାଇଁ ଖୁବ୍ଶୀଘ୍ର ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ମେୟର କହିଛନ୍ତି । ସେହିପରି ବିଏମ୍ସି କମିଶନର କହିଛନ୍ତି, ସହରରେ ଡଷ୍ଟବିନ୍ ରଖିବା ଦାୟିତ୍ୱରେ ଥିବା ଏଜେନ୍ସିର ଅବହେଳା ଯୋଗୁ ବର୍ଜ୍ୟବସ୍ତୁ ପରିଚାଳନାରେ ସମସ୍ୟା ଦେଖାଦେଇଛି । ବର୍ତ୍ତମାନ ସହରରେ ୧୩୦୦ ଡଷ୍ଟବିନ୍ ରହିଥିବା ବେଳେ ବର୍ଜ୍ୟବସ୍ତୁର ଉତ୍ତମ ପରିଚାଳନା ସକାଶେ ୨୦୦୦ ଅଧିକ ଡଷ୍ଟବିନ୍ର ଆବଶ୍ୟକ ରହିଛି । ଏହାସହିତ ସହରରେ ନିର୍ମାଣ ଓ ଧ୍ୱଂସ ହେଉଥିବା ବିଭିନ୍ନ କୋଠାର ବର୍ଜ୍ୟବସ୍ତୁକୁ ସଠିକ୍ ପରିଚାଳନା କରାଯାଉନାହିଁ । ତେଣୁ ଏଥିପ୍ରତି ଯତ୍ନବାନ୍ ହେବାକୁ ଶ୍ରୀ କୁମାର ପୂର୍ତ୍ତ ବିଭାଗକୁ ଅନୁରୋଧ କରିଥିଲେ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ର କାର୍ଯ୍ୟନିର୍ବାହୀ ଆର୍ ଭିନିଲ୍ କ୍ରିଷ୍ଣା ସ୍ମାର୍ଟସିଟି ସମ୍ପର୍କିତ ରିପୋର୍ଟ ଉପସ୍ଥାପନ କରିଥିଲେ । ସେଥିମଧ୍ୟରେ ବିଭିନ୍ନ ବସ୍ତିଗୁଡ଼ିକର ବିକାଶ କାର୍ଯ୍ୟକ୍ରମରେ ଫାଷ୍ଟ୍ଟ୍ରାକ୍ ପ୍ରକଳ୍ପ ଯଥା- ଇଣ୍ଟେଲିଜେଣ୍ଟ୍ ଟ୍ରାଫିକ୍ ପରିଚାଳନା, ଜିଆଇଏସ୍ ମ୍ୟାପିଙ୍ଗ୍ ୱେବ୍ସାଇଟ୍, ମଲ୍ଟିମୋଡାଲ୍ ହବ୍ ରେଳଷ୍ଟେସନ୍, ରାଜମହଲ-ରାମମନ୍ଦିର ମଧ୍ୟରେ ଭୂତଳ ପାର୍କିଂ ନିର୍ମାଣ ଆଦି ରିପୋର୍ଟରେ ଦର୍ଶାଯାଇଛି । ଆଜିର ଏହି ବୈଠକରେ ରାସନ୍କାର୍ଡ଼ ବଣ୍ଟନ ସମ୍ପର୍କିତ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କମିଶନର ଓ ଅନ୍ୟ କର୍ପୋରେଟରମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com