ମିଳିଲାନି ୧୦୨ ଆମ୍ବୁଲାନ୍ସ, ଗର୍ଭବତୀଙ୍କ ମୃତୁ୍ୟ

Murta-Mahila

ଫୁଲବାଣୀ୨୭ ।୫(ବୁରୋ): ଆଗରୁ ଗାଁକୁ ଆସୁଥିଲା ୧୦୨ ଆମ୍ବୁଲାନ୍ସ, ଗୁରୁବାର ରାତିରେ ଆସିପାରିଲା ନାହିଁ କାହିଁକି ଗ୍ରମବାସୀଙ୍କ ପ୍ରଶ ? ଆଶାକର୍ମୀ ନିଜେ ୧୦୨ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରିଥିବା ବେଳେ ସେହିପଟୁ ତ୍ତତର ଆସିଥିଲା ରାସ୍ତା ଖରାପ ଅଛି, ଆମେ ଘାଟି ଉପରେ ଅଛୁ ତୁମେ କୌଣସି ପ୍ରକାରେ ଘାଟି ପାଖକୁ ଆସ । କିନ୍ତୁ ରାସ୍ତା ଠିକ୍ ନଥିବା ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚô ପାରିଲାନାହିଁ । ଶେଷରେ ଆଖି ବୁଜିଲେ ଜଣେ ମହିଳା । ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଳାର ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ପବିଙ୍ଗିଆ ପଞ୍ଚାୟତର ଲାମ୍ବାପଦର ଗ୍ରାମରେ । ମୃତ୍ୟୁବରଣ କରିଥିବା ଗର୍ଭବତୀ ମହିଳାଙ୍କ ନାମ ଜମୁନା କହଁର (୨୫) । ସୂଚନା ପ୍ରକାରେ ଗର୍ଭବତୀଙ୍କ ତାଙ୍କ ସ୍ୱାମୀ ସୁଶାନ୍ତ କହଁର ସର୍ବଦା ଡ଼ାକ୍ତରୀ ଚିକିତ୍ସା କରୁଥିବା ବେଳେ ଗୁରୁବାର ରାତ୍ରରେ ପ୍ରସବଜନିତ ଯନ୍ତ୍ରଣା ଯୋଗୁଁ ଗ୍ରାମର ଆଶାକର୍ମୀ ଜନ୍ମିଫୁଲ କହଁରଙ୍କ ସହିତ ଯୋଗଯୋଗ କରିଥିଲେ । ଆଶାକର୍ମୀଙ୍କ ପ୍ରକାରେ ରାତ୍ରରେ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା ଏବଂ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚôବାର ପ୍ରତିଶୃତି ଦେଇଥିଲେ । ତେବେ ବିଳମ୍ବ ଯୋଗୁଁ ଘରେ ହିଁ ଗର୍ଭବତୀ ମହିଳା ଜଣକ ଜନ୍ମ କରିଥିଲେ ଯାଆଁଳା ମୃତ ଛୁଆ । ତେବେ ପରିସ୍ଥିତି ଅସମ୍ଭାଳ ଯୋଗୁଁ ପରିବାରର ସଦସ୍ୟମାନେ କୌଣସି ପ୍ରକାରେ ଏକ ଅଟୋଦ୍ୱାରା ଘାଟିପାଖରେ ପହଞ୍ଚô ଦୀର୍ଘ ସମୟ ଅପେକ୍ଷା କରିଥିଲେ ମଧ୍ୟ କୌଣସି ପ୍ରକାର ଆମ୍ବୁଲାନ୍ସର ଦେଖାମିଳିନଥିଲା । ପରେ ଅଟୋ ଦ୍ୱାରା ଆଶାକର୍ମୀଙ୍କ ସହାୟତାରେ ପରିବାର ସଦସ୍ୟମାନେ ଫିରିଙ୍ଗିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚôଥିଲେ ମଧ୍ୟ ଡ଼ାକ୍ତର ସେଠାରେ ଗର୍ଭବତୀଙ୍କୁ ମୃତ ଘୋଷଣ କରିଥିଲେ । ମହିଳା ଜଣକ ଜନ୍ମ କରିଥିବା ଜାଆଁଳା ପାଲାଙ୍କ ମଧ୍ୟରୁ ଜଣେ ଜୀବିତ ଅଛି । ଡ଼ାକ୍ତର ପରୀକ୍ଷା ନିରୀକ୍ଷା ପରେ ଶିଶୁଟି ସୁସ୍ଥ ଥିବା କହିଥିବା ବେଳେ ମୃତୁ୍ୟବରଣ କରିଥିବା ମହିଳା ଜଣକ ନିୟମିତ ଚିକିତ୍ସା ପାଇଁ ଆସୁଥିଲେ ମଧ୍ୟ ହିମୋଗ୍ଲୋବିନ୍ କମ୍ ଥିବା ଯୋଗୁଁ ଫୁଲବାଣୀ ଯାଇ ଚିକିତ୍ସା କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିବା ଡ଼ାକ୍ତର ସଂଜିବ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ତେବେ ସୂଚନା ପ୍ରକାରେ ମହିଳା ଜଣକ ଘରେ ହିଁ ଜାଆଁଳା ଶିଶୁଙ୍କୁ ଜନˆ କରିଥିବାର ସୂଚନା ମିଳିଛି । ଗୋଟିଏ ଛୁଆ ଘରେ ମୃତୁ୍ୟବରଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାକୁ ଚିକିତ୍ସାପାଇଁ ଆସୁଥିବା ବେଳେ ମହିଳାଙ୍କର ମୃତୁ୍ୟ ହୋଇଛି । କିନ୍ତୁ ଏଥିରେ ଭୁଲ୍ କାହାର ବୋଲି ପ୍ରଶ୍ନ ଉଠିଛି । ସରକାର ଗରୀବ ଗର୍ଭବତୀଙ୍କ ସୁବିଧା ପାଇଁ ୧୦୨ ଆମ୍ବୁଲାନ୍ସ ସେବା ଆାରମ୍ଭ କରିଥିଲେ ମଧ୍ୟ ତାହା ଦୁର୍ଗମ ଅଞ୍ଚଳବାସୀଙ୍କ କୌଣସି କାର୍ଯ୍ୟରେ ଆସୁନାହିଁ । ଫଳରେ ଜମୁନାଙ୍କ ପରି ଅନେକ ଗର୍ଭବତୀ ମହିଳାଙ୍କର ଏଭଳି ଅକାଳରେ ମୃତୁ୍ୟ ଘଟିଥିବାର ବହୁ ନିଜିର ରହିଛି । ନିକଟରେ ଗୋଛାପଡ଼ା ଅଚଂଳର ଏଭଳି ଜଣେ ମହିଳାଙ୍କର ମୃତୁ୍ୟ ଘଟିଥିବା ବେଳେ ଏହାକୁ ନେଇ ପରିବାର ପକ୍ଷରୁ ଫୁଲବାଣୀ ଟାଉନଥାନାରେ ଏତଲା ଦିଆଯାଇଛି । ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ବାରମ୍ବାର ଏଭଳି ଘଟୁଥିବା ଅଭିଯୋଗ କରି ମଧ୍ୟ ଅନ୍ୟଜଣେ ସ୍ୱେଚ୍ଛାସେବୀ ମଧ୍ୟ ଟାଉନଥାନାରେ ଆଉଏକ ଏତଲା ଦେଇଛନ୍ତି ।