Subarnapur-Majhipada-ra-Eka-Dokan-Aagare-Mumursu-Abastha-re-Padithiba-Eka-Ajana-Jubaka-ku-Sthaniya-Loke-Thela-Gadi-re-Hospital-Neuchhanti-1-subarnapur

ଦୁର୍ଭାଗ୍ୟଜନକ: ଠେଲାଗାଡିÿରେ ରୋଗୀ ଗଲେ ଡାକ୍ତରଖାନା

45

ସୁବର୍ଣ୍ଣପୁର,୨୬ା୫(ଆପ୍ର): ବୁଧବାର ସୁବର୍ଣ୍ଣପୁର ସହରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଅଂଶୁଘାତ ରୋଗୀକୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ କି ୧୦୮ ନଆସିବାରୁ ସ୍ଥାନୀୟ ଯୁବକମାନଙ୍କ ସହାୟତାରେ ଏକ ଠେଲାଗାଡିରେ ଡାକ୍ତରଖାନାକୁ ନିଆଯାଇଥିଲାା ହେଲେ ଡାକ୍ତରଖାନାରେ ପହଞ୍ଚôଲା ବେଳକୁ ଡାକ୍ତର ରୋଗୀକୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ ବୁଧବାର ମଝିପଡା ମସ୍ଜିଦ ପାଖରେ ଜଣେ ଅଜଣା ଯୁବକ ଏକ ଦୋକାନ ବାରଣ୍ଡାରେ ଦିନ ପ୍ରାୟ ୨ଟା ସମୟରେ ଶୋଇଥିଲା । ଏହି ସମୟରେ ଦୋକାନୀ କୌଣସି ଜିନିଷ ନେବା ପାଇଁ ଦୋକାନକୁ ଆସିବା ବେଳକୁ ବାରଣ୍ଡାରେ ଶୋଇଥିବା ଯୁବକକୁ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲା । ତେଣୁ ପାଖ ପଡିଶା ଲୋକମାନଙ୍କୁ ଡାକି ଘଟଣା ସମ୍ପର୍କରେ କହିବାରୁ ଉକ୍ତ ଯୁବକ ଗତ ୨ମାସ ହେଲା କୌଣସି ସ୍ଥାନରୁ ଆସି ଏ ଅଞ୍ଚଳରେ ରହୁଥିବା ଜାଣିବାକୁ ପାଇଥିଲେ । ତାକୁ ଡାକିବା ପରେ ମଧ୍ୟ ସେ ନ ଉଠିବାରୁ ଅନ୍ୟ କିଛି ଘଟଣା ହୋଇଛି ବୋଲି ଭାବି ଆମ୍ବୁଲାନ୍ସ ଓ ୧୦୮କୁ ଖବର ଦିଆଯାଇଥିଲା । କିନ୍ତୁ ୨ଘଣ୍ଟା ପର୍ଯ୍ୟନ୍ତ କୌଣସି ଗାଡି ନଆସିବାରୁ ମଝିପଡାର ଗଣେଷ ସାହୁ, ଅନିଲ ସାହୁ, ରମେଶ ସେଠୀ, ଦିଲିପ ସାହୁ ଓ ଜିତୁ ସାହୁ ସହିତ ଅନ୍ୟ ଯୁବକମାନେ ଏକ ଠେଲାଗାଡ଼ି ଆଣି ଉକ୍ତ ଯୁବକକୁ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଡାକ୍ତରଖାନାରେ ପହଞ୍ଚôଲା ବେଳକୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏହି ସମୟରେ ଡାକ୍ତରଖାନା ପରିସରରେ ଆମ୍ବୁଲାନ୍ସ ରହିଥିଲା ଅଥଚ ସେବା ପାଇଁ ନଆସି ଡ୍ରାଇଭର ଶୋଇଥିବା ଦେଖିବାକୁ ମିଳିଥିଲା । ତେବେ ରୋଗୀମାନେ କିପରି ଅବିଳମ୍ବେ ଡାକ୍ତରଖାନା ପହଞ୍ଚô ପାରିବେ ସେନେଇ ସରକାର ଆମ୍ବୁଲାନ୍ସ, ୧୦୮ଆଦିର ବ୍ୟବସ୍ଥା କରିଛନ୍ତି । କିନ୍ତୁ ବହୁ ସମୟରେ ଆମ୍ବୁଲାନ୍ସ କିମ୍ବା ୧୦୮ କାହାରି ଦେଖା ମିଳୁନାହିଁ । ଯଦି ସଠିକ ସମୟରେ ଆମ୍ବୁଲାନ୍ସ କି ୧୦୮ ଆସିଥାନ୍ତା ତାହା ହେଲେ ଜଣେ ଯୁବକର ଜୀବନ ବଞ୍ଚôଯାଇଥାନ୍ତା ବୋଲି ଲୋକମାନେ ଅଭିଯୋଗ କରିଛନ୍ତି ।




Powered by odothemes.com