BIJU-PATNAIK-AIRPORT

ବିମାନବନ୍ଦର ସଫେଇ ଦାୟିତ୍ୱ ନେବ ବିଏମ୍ସି

25

ଭୁବନେଶ୍ୱର,୨୬ା୫(ବୁ୍ୟରୋ): ଆଗକୁ ବର୍ଷାଋତୁ ଆସୁଥିବାରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପରିସରରେ ସଫେଇ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)କୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଦାୟିତ୍ୱ ଦେଇଛନ୍ତି । ବିଭିନ୍ନ ସମୟରେ ବିମାନରେ ପକ୍ଷୀମାଡ଼ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବିମାନବନ୍ଦର ପରିସରରୁ ମାଂସ ଓ ମାଛ ଦୋକାନଗୁଡ଼ିକୁ ହଟାଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ ଏଏଆଇର ଜଣେ ବରିଷ୍ଠ ଅଧିକାରୀ ଏହା କହିଛନ୍ତି । ଏଥିସହିତ ପରିସର ମଧ୍ୟରେ ଉପଯୁକ୍ତ ସ୍ୱେରେଜ୍ ବ୍ୟବସ୍ଥା କରିବାକୁ ସିଭିକ୍ ବଡ଼ିକୁ ଅନୁରୋଧ କରିଛନ୍ତି । ଏହି ବ୍ୟବସ୍ଥା ଜଳସମ୍ପଦ ବିଭାଗ ଓ ପୂର୍ତ୍ତ ବିଭାଗ ସହିତ ମିଶି ବିଏମ୍ସି କାର୍ଯ୍ୟ କରିବ । ଏଥିସହିତ ଏହି ବୈଠକରେ ବିମାନବନ୍ଦର ପରିସରରେ ବୃକ୍ଷ ଛେଦନ, ସଫେଇ ଓ ବର୍ଯ୍ୟବସ୍ତୁ ପରିଚାଳନା ଉପରେ ଆଲୋଚନା ହୋଇଥିଲା । ବର୍ଷାଦିନେ ଯେଭଳି ବିମାନବନ୍ଦର ପରିସରରେ ବର୍ଷାଜଳ ଜମି ନ ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ଓ ଅନ୍ୟ ବିଭାଗଗୁଡ଼ିକ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ମେୟର ଅନନ୍ତ ନାରାୟଣ ଜେନା ବିଏମ୍ସି ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ ।




Powered by odothemes.com