fire-in-athagard

୮ଠ ବଖରା ପାଉଁଶ, ୨ ମୃତ

47

ଆଠଗଡ (ଆପ୍ର): ଆଠଗଡ଼ ବ୍ଲକ୍ ଅନ୍ତର୍ଗତ ଧାଇପୁର ପଞ୍ଚାୟତ ଗଦାଧରପୁର (ଚାଇଁପୁର) ଗ୍ରାମରେ ବଜ୍ରପାତରୁ ଭୟାବହ ଅଗ୍ନିକାଣ୍ଡ ଘଟି ୪୦ ପରିବାରର ୮୦ ବଖରା ଘର ପାଉଁଶ ହୋଇଯାଇଥିବା ବେଳେ ପୋଡି ହୋଇ ୨ ମହିଳା ଜୀଅନ୍ତା ଜଳିଯାଇଥିବା ଖବର ମିଳିଛି । ମୃତା ମହିଳା ହେଲେ ଶ୍ରୀନିବାସ ରାଉତଙ୍କ ମାଆ ଏବଂ କୁଳମଣି ରାଉତଙ୍କ ପତ୍ନୀ ପ୍ରମିଳା ରାଉତ । ପ୍ରମିଳା ଆଠଗଡ ମେଡିକାଲରେ ମୃତୁ୍ୟବରଣ କରିଛନ୍ତି । ସୂଚନାନୁଯାୟୀ, ହଠାତ କାଳବୈଶାଖୀ ଆସି ବଜ୍ରପାତ ହୋଇଥିଲା ।ଫଳରେ ଚାଇଁପୁର ଗ୍ରାମ ଜଣଙ୍କ ଘରେ ଅଗ୍ନିକାଣ୍ଡ ହୋଇଥିଲ । ପରେ ଗୋଟିଏ ପରେ ମୋଟିଏ ଘରକୁ ବ୍ୟାପି ୮୦ ଘର ନିଅାଁ ବ୍ୟାପି ଯାଇଥିଲା । ଏଥିରେ ଆଠଗଡ଼, ତିଗିରିଆ, ବଡ଼ମ୍ବା, ଚୌଦୁଆର ଓ ବାଙ୍ଗୀ ଦଳକଳବାହୀନି ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲେ । ଆଘଟଣାସ୍ଥଳରେ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଆଠଗଡ ପିଡିଡିଆଡିଏ ଅଧିକାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।




Powered by odothemes.com