sachibalaya-reodisha-dugdha-chasi-mahasangha-pakhyaru-krusi-mantri-pradip-maharathi-nku-smaraka-patra-pradan--

କୃଷି ମନ୍ତ୍ରୀ-ଦୁଗ୍ଧ ଚାଷୀ ମହାସଂଘର ଆଲୋଚନା

45

ଭୁବନେଶ୍ୱର, ୨୫ା୫(ବୁ୍ୟରୋ): ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ତଥା ରାଜ୍ୟ କୃଷିମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ମଧ୍ୟରେ ଆଜି ଏକ ଉଚ୍ଚସ୍ତରୀୟ ଆଲୋଚନା ମନ୍ତ୍ରୀଙ୍କର ସଚିବାଳୟ ପ୍ରକୋଷ୍ଠଠାରେ ଦିବା ୧ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ସରକାରଙ୍କ ପକ୍ଷରୁ ମାନ୍ୟବର କୃଷିମନ୍ତ୍ରୀଙ୍କ ସମେତ କୃଷି ବିଭାଗର ପ୍ରମୁଖ ସଚିବ ମନୋଜ ଆହୁଜା, ଓମ୍ଫେଡ୍ ପରିଚାଳନା ନିଦେ୍ର୍ଦଶକ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢୀ ଓ କୃଷି ବିଭାଗ ନିଦେ୍ର୍ଦଶକ ପ୍ରମୋଦ କୁମାର ମେହର୍ଦା ଏବଂ ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ରାଜ୍ୟ ଅଧ୍ୟକ୍ଷ ତଥା ସମାଜବାଦୀ ପାର୍ଟି ସଭାପତି ରବି ବେହେରା, ମହାସଂଘର ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ସମ୍ପାଦକ ନାରାୟଣ ଡାଳୁଆ, କାର୍ଯ୍ୟକାରୀ କମିଟି ସଦସ୍ୟ ଗୌରାଙ୍ଗ ରାଉତ, ଚିତ୍ତରଞ୍ଜନ ମନ୍ତ୍ରୀ ଓ ମହିଳା ନେତ୍ରୀ ଅନସୂୟା ସ୍ୱାଇଁ ପ୍ରମୁଖଙ୍କ ଉପସ୍ଥିତିରେ ଦୁଗ୍ଧର ଅଭାବୀ ବିକ୍ରିକୁ ନେଇ ଦେଖାଦେଇଥିବା ବିକ୍ଷୁବ୍ଧ ଚାଷୀମାନଙ୍କର ବିକ୍ଷୋଭ ସମ୍ପର୍କରେ ଏକ ସକରାତ୍ମକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ମହାସଂଘର ପ୍ରତିନିଧିମାନେ ଓମ୍ଫେଡ୍ ପକ୍ଷରୁ ଗତ ମାର୍ଚ୍ଚ ୩୧ତାରିଖ ଦିନ ଚିଠି ନଂ-୧୧୧୮ ଓମ୍ଫେଡ ନିଦେ୍ର୍ଦଶନାମା ପ୍ରତ୍ୟାହାର କରିବା ପାଇଁ ମନ୍ତ୍ରୀଙ୍କ ପାଖରେ ଦୃଢ ଦାବି ଉପସ୍ଥାପିତ କରିଥିଲେ । ଏହି ନିଦେ୍ର୍ଦଶନାମା ଯୋଗୁଁ ଓମ୍ଫେଡ୍ ଚାଷୀମାନଙ୍କଠାରୁ ଶତକଡା ୩୧ ଭାଗ କମ୍ କ୍ଷୀର କିଣୁଥିବା ଫଳରେ ରାଜ୍ୟରେ ଦୁଗ୍ଧର ଅଭାବୀ ବିକ୍ରି ଦେଖାଦେଇଛି ଏବଂ ଚାଷୀମାନେ ନିଜର ଜୀବନଜୀବିକା ପାଇଁ ଡହଳବିକଳ ହେଉଛନ୍ତି ବୋଲି ମହାସଂଘର ପ୍ରତିନିଧିମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଯଥା- ପନିର, କ୍ଷୀର ଓ ଦହିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଚାଲିଥିବା ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ଏବଂ ମହିଳା ଏବଂ ଶିଶୁ ବିକାଶ ବିଭାଗର ଆଇସିଡିଏସ୍ କାର୍ଯ୍ୟକ୍ରମରେ ସାମିଲ୍ କରାଗଲେ ଦୁଗ୍ଧର ଅଭାବୀ ବିକ୍ରିକୁ ପ୍ରତିହତ କରିହେବ ବୋଲି ଏହି ପ୍ରତିନିଧି ମଣ୍ଡଳୀ ବୈଠକରେ ଉପସ୍ଥାପିତ କରିଥିଲେ । ସେହିଭଳି ରାଜ୍ୟ ସରକାରଙ୍କଠାରୁ ଜମି ନେଇ ଡାକ୍ତରଖାନା ନିର୍ମାଣ କରିଥିବା ସମସ୍ତ ଘରୋଇ ମେଡିକାଲ କଲେଜ ଓ କର୍ପୋରେଟ୍ ହସ୍ପିଟାଲ୍ ମାନଙ୍କରେ ରୋଗୀମାନଙ୍କୁ କେବଳ ଓମ୍ଫେଡ୍ କ୍ଷୀରକୁ ସାମିଲ୍ କରିବାକୁ ଏହି ପ୍ରତିନିଧି ମଣ୍ଡଳୀ ମତବ୍ୟକ୍ତ କରିଥିଲେ । ମନ୍ତ୍ରୀ ଶ୍ରୀ ମହାରଥୀ ଏ ସମ୍ପର୍କରେ ଏକ ସକରାତ୍ମକ ମତାମତ ଦେବା ସଂଗେ ସଂଗେ ସେଠାରେ ଉପସ୍ଥିତ ଉପସ୍ଥିତ ଓମ୍ଫେଡ୍ ଏମ୍.ଡି ମଧୁସୂଦନ ପାଢୀଙ୍କୁ ଏହା ଉପରେ ନିର୍ଦ୍ଦିଷ୍ଟ ପ୍ରସ୍ତାବ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ପଠାଇବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ସେହିଭଳି ଆଗାମୀ ଦିନରେ ସ୍ୱାସ୍ଥ୍ୟମନ୍ତ୍ରୀ, ମହିଳା ଶିଶୁ ବିକାଶ ମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।




Powered by odothemes.com