Kims

୧୩ ବର୍ଷ ବାଳିକାର ରିଡୁ ମାଇଟ୍ରାଲ୍‌ ଭାଲ୍‌ଭ ପ୍ରତ୍ୟାରୋପଣ

43

କିମ୍‌ସରେ ପ୍ରଥମ ବିରଳ ଅସ୍ତ୍ରୋପଚାର
ଭୁବନେଶ୍ୱର,୨୫ ।୫: କିମ୍‌ସ ଡାକ୍ତରଙ୍କ ପ୍ରଚେଷ୍ଟାରେ ନବଜୀବନ ପାଇଛି ୧୩ ବର୍ଷର ବାଳିକା । କଳିଙ୍ଗ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ (କିମ୍‌ସ), ପ୍ରଦୁ୍ୟମ୍ନ ବଳ ମେମୋରିଆଲ୍‌ ହସ୍‌ପିଟାଲ୍‌ରେ ବାଲିପାଟଣା ଅଞ୍ଚଳର ଜଣେ ୧୩ବର୍ଷ ବୟସ୍କା ବାଳିକାର ରିଡୁ ମାଇଟ୍ରାଲ୍‌ ଭାଲ୍‌ଭ ପ୍ରତ୍ୟାରୋପଣ (ପୁନଃ ଅସ୍ତ୍ରୋପଚାର କରାଯାଇ ଭାଲ୍‌ଭ ପ୍ରତ୍ୟାରୋପଣ) କରାଯାଇଛି । ଏଭଳି ବିରଳ ଅସ୍ତ୍ରୋପଚାର ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି । ଖବରରୁ ଜଣାପଡ଼ିଛି ଯେ, ବାଳିକାକୁ ୩ବର୍ଷ ବୟସ ହୋଇଥିବା ବେଳେ ତାର ମାଇଟ୍ରାଲ୍‌ ଭାଲ୍‌ଭରେ ଛିଦ୍ର ସୃଷ୍ଟି ହୋଇଥିଲା । ସେତେବେଳେ ନୂଆଦିଲ୍ଲୀସ୍ଥିତ ଏମ୍‌ସରେ ବାଳିକାଟିର ଅସ୍ତ୍ରୋପଚାର କରାଯାଇଥିଲା । ତେବେ ୧୦ବର୍ଷ ପରେ ପୁନର୍ବାର ବାଳିକାର ମାଇଟ୍ରାଲ୍‌ ଭାଲ୍‌ଭରେ ଛିଦ୍ର ସୃଷ୍ଟି ହୋଇଥିଲା । ଏହାର ଚିକିତ୍ସା ନିମନ୍ତେ ବାଳିକାଟିକୁ ତାର ପରିବାର ଲୋକେ କିମ୍‌ସରେ ଭର୍ତ୍ତି କରିଥିଲେ । କିମ୍‌ସର ହୃଦ୍‌ ଅସ୍ତ୍ରୋପଚାର ବିଶେଷଜ୍ଞ ଡା ବନବିହାରୀ ମିଶ୍ର ବାଳିକାର ସମସ୍ତ ପରୀକ୍ଷା ନିରୀକ୍ଷା କରିବା ପରେ ଭାଲ୍‌ଭଟି ପ୍ରତ୍ୟାରୋପଣ କରିବାକୁ ପରାମର୍ଶ ଦେଇଥିଲେ । ତଦନୁସାରେ ଡା ମିଶ୍ର ଏବଂ ହୃଦ୍‌ ନିଶ୍ଚେତକ ବିଶେଷଜ୍ଞ ଡା ଅଶୋକ କୁମାର ବଡ଼ମାଳୀ, ଡା. ନିମାଇଁ ଚରଣ ବେହେରା, ଡା ଜ୍ୟୋତି ରଞ୍ଜନ ପରିଡ଼ା ଏବଂ ପରଫୁ୍ୟଜନିଷ୍ଟ ସୌମ୍ୟକାନ୍ତ ଶତପଥୀ ଓ ସୁବିଷ୍ଣା ବଳଙ୍କୁ ନେଇ ଗଠିଦ ଏକ ଡାକ୍ତରୀ ଦଳ ବାଳିକାର ପୁନଃ ଓପନ୍‌ ହାର୍ଟ ସର୍ଜରୀ କରି ଏକ କୃତି୍ରମ ଭାଲ୍‌ଭ ପ୍ରତ୍ୟାରୋପଣ କରିଥିଲେ । ବର୍ତ୍ତମାନ ବାଳିକା ସଂପୂର୍ଣ୍ଣ ସୁସ୍ଥ ଅଛି । ଓଡ଼ିଶାରେ ପୂର୍ବରୁ କେବେ ପୁନଃ ହୃଦ୍‌ଅସ୍ତ୍ରୋପଚାର (ରିଡୁ ମାଇଟ୍ରାଲ୍‌ ଭାଲ୍‌ଭ ସର୍ଜରୀ) କରାଯାଇନଥିବା ଡା ମିଶ୍ର ସୂଚନା ଦେଇଛନ୍ତି । ଛୋଟ ପିଲାଙ୍କ ରିଡୁ ମାଇଟ୍ରାଲ୍‌ ଭାଲ୍‌ଭ ସର୍ଜରୀ କରିବା ବିପଦପୂର୍ଣ୍ଣ । ଏ କ୍ଷେତ୍ରରେ ହୃଦ୍‌ ନିଶ୍ଚେତକ ବିଶେଷଜ୍ଞଙ୍କ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ।




Powered by odothemes.com