khsndapada

ସୁନାମୁହିଁ ପର୍ଯ୍ୟଟନସ୍ଥଳୀ ଉଦ୍ଘାଟିତ

22

ଖଣ୍ଡପଡା,୧୪ା୫(ଆପ୍ର):ଖଣ୍ଡପଡ଼ା ସହରାଞ୍ଚଳ ଉପକଣ୍ଠରେ କ୍ଷୁଦ୍ରଜଳସଚନ ବିଭାଗ ପକ୍ଷରୁ ୨୯ ଲକ୍ଷ ଟଙ୍କା ବ୍ୟୟରେ ନବ ନିର୍ମିତ ପର୍ଯ୍ୟଟନସ୍ଥଳୀର ଉଦ୍ଘାଟନ ଉତ୍ସବ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ ମୁଖ୍ୟ ଅତିଥି ରୁପେ ଯୋଗଦେଇ ଉକ୍ତ ପରିବେଶ ପର୍ଯ୍ୟଟନସ୍ଥଳୀକୁ ଉଦ୍ଘାଟନ କରିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଖଣ୍ଡପଡ଼ା ପ୍ରଥମ ନଗରପାଳ କିଶୋର ଚନ୍ଦ୍ର ଦାଶ, କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀଯନ୍ତ୍ରୀ ରାଜେଶ କୁମାର ମଣ୍ଡଳ, କନିଷ୍ଠଯନ୍ତ୍ରୀ ହିମାଂଶୁ ଦାସ, ଏନ୍ଏସି ଅଧ୍ୟକ୍ଷା ସବିତା ଦାସଙ୍କ ସମେତ୍ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ । ସୁନାମୁହିଁ ପର୍ଯ୍ୟଟନ ସ୍ଥଳୀଟି ଜନସାଧାରଣଙ୍କ ଆମୋଦ ପ୍ରମୋଦ ନିମନ୍ତେ ବିଶେଷ ଭାବେ ସହାୟକ ହେବବୋଲି ବିଧାୟକ ଆଶା ପୋଷଣ କରିବାସହ ପରିବେଶ ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ପର୍ଯ୍ୟାୟକ୍ରମେ ଜାରି ରହିବ ବୋଲି ମତ ଦେଇଥିଲେ । ରାଜ୍ୟବାହାରର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ଏଠାରେ ନୌକା ବିହାରର ସୁବିଧାସହ ରାତ୍ରଯାପନ ନିମନ୍ତେ କୁଟୀର ଓ ଫୁଡ଼୍ ପାର୍କ ପ୍ରତିଷ୍ଠା କରାଯିବ । ଖୁବ୍ ଶୀଘ୍ର ଏଠାରେ ଉଜ୍ୱଳ ଆଲୋକୀକରଣର ବ୍ୟବସ୍ଥା କରାଯାଇ ଏହାର ରକ୍ଷଣା ବେକ୍ଷଣ ଦାୟିତ୍ୱ ଖଣ୍ଡପଡ଼ା ଏନ୍ଏସି କର୍ତ୍ତୁପକ୍ଷଙ୍କୁ ହସ୍ତାନ୍ତର କରାଯିବ ବୋଲି ବିଧାୟକ ସୂଚନା ଦେଇଥିଲେ ।




Powered by odothemes.com