nursing-chatri-chadile-hostel-(23)

ହଷ୍ଟେଲ ଛାଡ଼ିଲେ ନର୍ସିଂ ଛାତ୍ରୀ

37

କଟକ (ବୁ୍ୟରୋ): ଏସସିବି ମେଡିକାଲରେ ନର୍ସିଂ ଛାତ୍ରୀଙ୍କ ଆନେ୍ଦାଳନ ତୀବ୍ରତର ହେବା ପରେ ସାଇନ-ଏ-ଡାଏ ଘୋଷଣା ହେବା ପରେ ନର୍ସିଂ ସ୍କୁଲ ଛାତ୍ରୀମାନେ ଆଜି ସଂଧ୍ୟା ସୁଦ୍ଧା ସମସ୍ତ ଛାତ୍ରୀ ହଷ୍ଟେଲ ଛାଡିଛନ୍ତି । ତେବେ ମଙ୍ଗଳାବାଗ ଥାନା ପୁଲିସ ଅଭିଯୋଗକାରିଣୀ ଛାତ୍ରୀଙ୍କ ସହ ଜଣେ ସାକ୍ଷୀଙ୍କ ଆଜି ବୟାନ ରେକର୍ଡ କରିଛି । ପୁଲିସ ଛାତ୍ରୀଙ୍କର ସିଆରପିସିର ୧୬୧ ଧାରାରେ ବୟାନ ରେକର୍ଡ କରିଛି । ହଷ୍ଟେଲ ଛାଡିବା ପରେ ଛାତ୍ରୀମାନେ କହିଛନ୍ତି ଯେ, ଆଗକୁ ଏହି ଆନେ୍ଦାଳନ ଜାରି ରହିବ । ସାଇନ-ଏ-ଡାଏ ସରିଲା ପରେ ଯଦି ଆମକୁ ନ୍ୟାୟ ନମିଳିଛି ତେବେ ଆନେ୍ଦାଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଛାତ୍ରୀମାନେ ଚେତାବନୀ ଦେଇଛନ୍ତି । ଏହା ସହ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏକ ଖୋଲା ଚିଠି ମାଧ୍ୟମରେ ତାଙ୍କର ଦାବି ଜଣାଇଛନ୍ତି । ଗତକାଲି ଅତିରିକ୍ତ ସ୍ୱାସ୍ଥ୍ୟ ସଚିବଙ୍କ ନିଦେ୍ର୍ଦଶରେ ନର୍ସିଂ କଲେଜରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାଇନ-ଏ-ଡାଏ ଘୋଷଣା କରାଯାଇଥିଲା । ସାଇନ-ଏ-ଡାଏ ଘୋଷଣା ପରେ ଆଜି ସକାଳ ସଢେ ୭ଟାରେ ୩ୟ ବର୍ଷର କିଛି ଛାତ୍ରୀ ହଷ୍ଟେଲ ଛାଡି ଥିଲେ । ଏହାପରେ ଆନେ୍ଦାଳନକାରୀ ଛାତ୍ରୀଙ୍କ ସହ ପ୍ରଥମ, ଦ୍ୱିତୀୟ ଓ ଇଣ୍ଟର୍ଣ୍ଣ ଛାତ୍ରୀମାନେ କଲେଜ ଛାଡିଥିଲେ । ସାଇନ-ଏ-ଡାଏ ଘୋଷଣା ପରେ ଛାତ୍ରୀମାନେ ହଷ୍ଟେଲ ଛାଡିବାକୁ ମନା କରି ଦେଇଥିଲେ । ତେବେ ଏହାପରେ ଖାଦ୍ୟ ଓ ପାନୀୟର ସମସ୍ତ ବ୍ୟବସ୍ଥାକୁ ହଷ୍ଟେଲ ପରିସରରେ ବନ୍ଦ କରାଯାଇଥିଲା । ଛାତ୍ରୀମାନେ ଖାଦ୍ୟ ଓ ପାନୀୟ ନପାଇ କିଛି ଛାତ୍ରୀ ଅଚେତ ହୋଇ ପଡିଥିଲେ । ଶେଷରେ ଛାତ୍ରୀମାନେ ହଷ୍ଟେଲ ଛାଡିଥିଲେ । ଆଇନ ଶୃଙ୍ଖଳାକୁ ଦୃଷ୍ଟି ରଖି କମିଶନରେଟ ପୁଲିସ ପକ୍ଷରୁ ୨ ପ୍ଲାଟୁନ ମହିଳା ପୁଲିସ ଏସସିବି ପରିସରରେ ମୁତୟନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଚତୁର୍ଥ ବର୍ଷର ଛାତ୍ରୀ ସୁଭଦ୍ରା ମୁର୍ମୁଙ୍କୁ ନର୍ସିଂ ସ୍କୁଲର ଅଧ୍ୟକ୍ଷା କାଜଲ ରାଣୀ ସିହ୍ନା ଗତ ୭ ତାରିଖ ଦିନ ଖରାପ ବ୍ୟବହାର ଦେଖାଇବା ସହ ଚାପୁଡା ମାରିଥିଲେ । ଏଥିସହ ସଂପୃକ୍ତ ଛାତ୍ରୀଙ୍କୁ ଜାତିଆଣ ଆକ୍ଷେପ କରିଥିଲେ । ଫଳରେ ଛାତ୍ରୀମାନେ କାର୍ଯ୍ୟ ବନ୍ଦ କରିବା ସହ ଛାତ୍ରୀଙ୍କୁ ନ୍ୟାୟ ପାଇବା ପାଇଁ ମେଡିକାଲ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ । ଏହା ସହ ଛାତ୍ରୀ ଜଣକ ମଙ୍ଗଳାବାଗ ଥାନରେ ଅଧ୍ୟକ୍ଷାଙ୍କ ନାମରେ ଏକ ମାମଲା ରୁଜୁ କରିଥିଲେ । ଗତକାଲି ଆନେ୍ଦାଳୋନକାରି ମାନେ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଧାରଣା ଦେବାକୁ ବାହିରୁ ଥିବା ବେଳେ ନର୍ସିଂ ସ୍କୁଲର ଭିତର ଫାଟକ ଓ ମୁଖ୍ୟ ଫାଟକକୁ ତୃତୀୟ ବର୍ଷର ଛାତ୍ରୀମାନେ ତାଲା ପକାଇ ଦେଇଥିଲେ । ଏହାପରେ ଜୁନିୟର ଓ ସିନିୟର ଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନ ଦେଖାଯିବା ସହ ଉଭୟଙ୍କ ମାରପିଟ୍ ହୋଇଥିଲା । ମାରପିଟ କରିବା ସହ ଚତୁର୍ଥ ବର୍ଷ ଛାତ୍ରୀ ମାନେ ତାଲା ଭାଙ୍ଗି ଆନେ୍ଦାଳନକୁ ବାହାରି ଥିଲେ । ମାରପିଟ୍ରେ ଆହାତ ହୋଇ ତୃତୀୟ ବର୍ଷ ଛାତ୍ରୀ ସଂସଦର ସମ୍ପାଦିକା ଶୁଭଶ୍ରୀ ଶୁଭସ୍ମିତା ନାୟକ ପ୍ରଥମ, ଦ୍ୱିତୀୟ ଚତୁର୍ଥ ବର୍ଷର ଛାତ୍ରୀଙ୍କସହ ଇଣ୍ଟରନ ଛାତ୍ରୀଙ୍କ ନାମରେ ମଙ୍ଗଳାବାଗ ଥାନାରେ ଏତଲା ପ୍ରଦାନ କରିଥିଲେ । ୫ ଦିନ ଧରି ଆନେ୍ଦାଳନ ଜାରି ରହିବା ପରେ ବିଜେପି ମହିଳା ମୋର୍ଚ୍ଚା, କଂଗ୍ରେସ ମହିଳା ଦଳ, ଡିଏସଓ ଆଦି ଦଳ ଆନେ୍ଦାଳନକାରୀଙ୍କୁ ସହଯୋଗ ପ୍ରଦାନ କରିଥିଲେ । ଗତ କାଲି ଛାତ୍ରୀ ମାନଙ୍କ ସହ ଏସସିବି ଅଧିକ୍ଷକ, ଅଧ୍ୟକ୍ଷ, ସିଡିଏମଓ, ନର୍ସିଂ ନିଦେ୍ର୍ଦଶକ, କୋର କମିଟି, ସ୍ୱାସ୍ଥ୍ୟ ବିଭାଗ କର୍ମର୍ଚାରୀ, ୩ଜଣିଆ କମିଟିଙ୍କ ସହ ଏକ ବୈଠକ ବସିଥିଲା । ଦୀର୍ଘ ସମୟ ଆଲୋଚନା ପରେ ସେମାନଙ୍କ ନିଷ୍ପତ୍ତିକୁ ଏକ ବନ୍ଦ ଲଫାଫାରେ ସରକାରଙ୍କ ପାଖକୁ ପଠାଯାଇଥିଲା । ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ବିଭିନ୍ନ ଅଧିକାରୀଙ୍କ ଡକାଇ ତର୍ଜମା କରିବା ପରେ ନର୍ସିଂ କଲେଜରେ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାଇନ-ଏ-ଡାଏ ଘୋଷଣା କରିଥିଲେ ।




Powered by odothemes.com