“ବିହନ ସବ୍ସିଡି ସିଧା ଚାଷୀଙ୍କ ଜମାଖାତାକୁ’

kuhudi-photo

କୁହୁଡି, ୧୨ା୫(ଆପ୍ର): ଜିଲ୍ଲା କୃଷି କାର୍ଯ୍ୟାଳୟ, ଟାଙ୍ଗୀ ଠାରେ ବିହନ ସବ୍ସିଡି ପ୍ରତ୍ୟକ୍ଷ ଭାବେ ଚାଷୀଙ୍କ ଜମାଖାତାକୁ ଯିବା ସଂପର୍କିତ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ଜିଲ୍ଲା କୃଷି କାର୍ଯ୍ୟାଳୟ ଟାଙ୍ଗି ଠାରେ ଜିଲ୍ଲା କୃଷି ଅଧିକାରୀ ସୁରେଶ ପାଲ୍ଙ୍କ ତତ୍ତ୍ୱାବଧାନରେ ବିହନ ସବ୍ସିଡି ମୋବାଇଲ୍ ସଂଯୋଗରେ ପ୍ରତ୍ୟକ୍ଷ ଭାବେ ଚାଷୀଙ୍କ ଜମାଖାତାରେ ପହଞ୍ଚିବା ସଂପର୍କିତ ତାଲିମ୍ ଶିବର ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଆଗ୍ରୋନୋମିଷ୍ଟ ଅଜୟ କୁମାର କର ଓ ପ୍ଲାଣ୍ଟ ପ୍ରୋଟେକ୍ସନ୍ ଅଧିକାରୀ ତୁଷାରକାନ୍ତି ତୁଙ୍ଗା ପ୍ରଶିକ୍ଷକ ଭାବେ ଯୋଗ ଦେଇ ଅତି ସୁନ୍ଦର ଭାବେ ବୁଝାଇଥିଲେ । ଟାଙ୍ଗି, ଚିଲିକା ଓ ବାଣପୁର ବ୍ଲକ୍ରୁ ୫୦ଜଣ ସମବାୟ ସଂପାଦକ ଓ ଘରୋଇ ଡିଲର ଯୋଗ ଦେଇଥିଲେ ।