20160510_170656

ମନ୍ଦିରର ଧ୍ୱଂସାବଶେଷ ଉଦ୍ଧାର

40

ନିରାକାରପୁର, ୧୧ା୫(ଆପ୍ର): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ନିରାକାରପୁର ପଞ୍ଚାୟତ ନିକଟ ଡିଆଗ୍ରାମର ପ୍ରତିଷ୍ଠିତ ଶ୍ରୀଶ୍ରୀ କପିଳେଶ୍ୱର ଦେବଙ୍କ ମନ୍ଦିର ଠାରୁ ଅଳ୍ପ ଦୂରରେ ଏକ ମନ୍ଦିରର କିଛି ଅଂଶର ଧ୍ୱଂସାବଶେଷ ଉଦ୍ଧାର କରାଯାଇଛି । ସେଥିମଧ୍ୟରୁ ଏହା ଏକ ମନ୍ଦିରର ଦଧିନଉତି ବୋଲି ଚିହ୍ନଟ କରାଯାଇଥିବ ବେଳେ ଅନ୍ୟ ସବୁ ମନ୍ଦିରର ବିଭିନ୍ନ ଅଂଶବିଶେଷ ଥିଲା ବୋଲି ଜଣାପଡିଛି । ଗତକାଲି ମନ୍ଦିରଠାରୁ କିଛି ଦୂରରେ ଘର ନିର୍ମାଣ ପାଇଁ ଜେସିବିରେ ନିଅଁ ଖୋଳୁଥିବା ବେଳେ ଏସବୁ ମାଟିତଳୁ ମିଳିଥିଲା । ଉକ୍ତ ଘଟଣା ଜଣାପଡିବା ପରେ ସେଠାକୁ ଜନସାଧାରଣଙ୍କ ସୁଅ ଛୁଟିଥିଲା । କୁହୁଡି କଲେଜର ଅଧ୍ୟକ୍ଷ ତଥା ଐତିହାସିକ ସଞ୍ଜୟ କୁମାର ମହାପାତ୍ର କହିଛନ୍ତି ଯେ, କପିଳେଶ୍ୱର ମନ୍ଦିର ନବମ ଶତାବ୍ଦୀର ଏବଂ ଏହାକୁ ଭୌମବଂଶୀ ରାଜୁତି ସମୟରେ “ଖାକରା’ ଶୈଳୀର ଦେବୀ ମନ୍ଦିର ନିର୍ମାଣ କରାଯାଇଥିଲା । ମା’ ଦୁର୍ଗା, ଚାମୁଣ୍ଡା, ମହିଷା ମର୍ଦ୍ଦିନୀ, ଗରୁଡମାନଙ୍କ ଆସନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରକାଶ ଥାଉ କି କପିଳେଶ୍ୱର ଦେବଙ୍କ ପ୍ରାଙ୍ଗଣ ମାଟିତଳେ ଏହିଭଳି ଅନେକ ଶିବଲିଙ୍ଗ ମିଳିଥିବା ନଜିର ରହିଛି । ଏହାର ଆଖପାଖରେ ଏହିଭଳି ମନ୍ଦିର ଧ୍ୱଂସାବଶେଷ ମାଟିତଳେ ରହିଥିବାର ଅନୁମାନ କରାଯାଉଛି । ଉକ୍ତ ଅଞ୍ଚଳକୁ ପ୍ରତ୍ନତତ୍ତ୍ୱ ବିଭାଗ ଅନୁସନ୍ଧାନ କଲେ ଅନେକ ତଥ୍ୟ ମିଳିପାରେ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com