ଅଧ୍ୟକ୍ଷାଙ୍କ ବଦଳି ଦାବିରେ ଛାତ୍ରୀଙ୍କ ଆନେ୍ଦାଳନ

Copy-of-medical-chatri-nku-princpal-mada-marithiba-ghatana-(5)

ନର୍ସିଂ ସ୍କୁଲ ଛାତ୍ରୀଙ୍କୁ ମାଡ଼ ଘଟଣା
କଟକ (ବୁ୍ୟରୋ): ଏସ୍ସିବି ମେଡିକାଲରେ ଶିକ୍ଷାରତ ନର୍ସିଂ ସ୍କୁଲ ଛାତ୍ରୀଙ୍କୁ ସ୍କୁଲର ଅଧ୍ୟକ୍ଷା ଖରାପ ବ୍ୟବହାର କରିବା ଓ ଚାପୁଡା ମାରିବା ଘଟଣା ଏବେ ଆନେ୍ଦାଳନ ଉଗ୍ର ରୂପ ନେଲାଣି । ଅଧ୍ୟକ୍ଷାଙ୍କ କାର୍ଯ୍ୟକଲାପକୁ ବିରୋଧ କରି ଛାତ୍ରୀମାନେ କାର୍ଯ୍ୟବନ୍ଦ କରିବା ସହ ଅଧ୍ୟକ୍ଷା କାଜଲ ରାଣୀ ସିହ୍ନାଙ୍କ ବଦଳି ଓ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ଦାବି କରି ଏସସିବି ମେଡିକାଲ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଅଭିଯୋଗ ଅନୁସାରେ ଚତୁର୍ଥ ବର୍ଷର ଜଣେ ଛାତ୍ରୀଙ୍କୁ ନର୍ସିଂ ସ୍କୁଲର ଅଧ୍ୟକ୍ଷା ଗତ ୭ ତାରିଖ ଦିନ ଖରାପ ବ୍ୟବହାର ଦେଖାଇବା ସହ ଖରାପ ଭାଷାରେ ଗାଳି ଗୁଳଜ କରିଥିଲେ । ଛାତ୍ରୀ ଜଣକ ଅନୁସୂଚିତ ଜାତି ହୋଇଥିବାରୁ ତାଙ୍କୁ ଜାତିଆଣ ମନ୍ତବ୍ୟ ଦେଇଥିଲେ । କେବଳ ଏହି ଗୋଟିଏ ଘଟଣା ନୁହେଁ ପୁର୍ବରୁ ଅନେକ ଥର ଅଧ୍ୟକ୍ଷା ଏଭଳି ବିଭିନ୍ନ ସମୟରେ ନର୍ସିଂ ଛାତ୍ରୀଙ୍କୁ ଛୋଟ ଛୋଟ ଭୁଲକୁ ନେଇ ମାଡ ମାରିବା ସହ ଖରାପ ଭାଷାରେ ଗାଳ ଗୁଳଜ ଓ ଅସଭ୍ୟ ବ୍ୟବହାର କରୁଥିବା ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ତେବେ ଏ ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଗଲେ ମଧ୍ୟ ଅଧ୍ୟକ୍ଷାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏହା ପଛରେ କଣ କାରଣ ରହିଛି ତାହାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଥିବା ବେଳେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନେ୍ଦାଳନ ଉଗ୍ରରୂପ ନେବ ବୋଲି ନର୍ସିଂ ଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ମେଡିକାଲ ଅଧିକ୍ଷକ ଏହି ଘଟଣାକୁ ଚପାଇ ଦବକୁ ଚେଷ୍ଟା କରୁଥିବା ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ତେବେ ଅଧିକ୍ଷକ ଓ ଏଡିଏମଓଙ୍କୁ ସାକ୍ଷାତ କରି ଘଟଣା ବିଷୟରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି ।