ହରିହର ମିଶ୍ର ସାହିତ୍ୟ ଏକାଡେମୀ ସଭାପତି

17

ଭୁବନେଶ୍ୱର, ୪ ।୫(ବୁ୍ୟରୋ): ବିଶିଷ୍ଟ ସାହିତି୍ୟକ ପ୍ରଫେସର ହରିହର ମିଶ୍ରଙ୍କୁ ଓଡିଶା ସାହିତ୍ୟ ଏକାଡେମୀର ସଭାପତିଭାବେ ନିଯୁକ୍ତି ଦିଆଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ସେ ଏକାଧାରରେ କବି, ନାଟ୍ୟକାର, ଗାଳ୍ପିକ ଓ ସିନେ ସଂଳାପ ଲେଖକ ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି । ସାହିତ୍ୟର ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଧରିତ୍ରୀ ସମ୍ମାନ, ବିଷୁବ ସମ୍ମାନ, ସାମନ୍ତ ଚନ୍ଦ୍ରଶେଖର ସମ୍ମାନ, ଯଦୁମଣୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତାଙ୍କର ପ୍ରମୁଖ କବିତା ପୁସ୍ତକ ମଧ୍ୟରେ ରହିଛି ‘ଶଙ୍ଖନାଭି’, ‘ଅକ୍ଷମ ଦେବତା’, ‘ଚନ୍ଦ୍ରବିମ୍ବ’, ନାଟକ ପୁସ୍ତକ ‘କାଗଜ ଡଙ୍ଗା’, ‘ମଝି ଦରିଆ’, ‘ବନାଗ୍ନି’ ଇତ୍ୟାଦି । ସାହିତ୍ୟ ଏକାଡେମୀ ସଭାପତି ପଦ ପାଇଁ ୩ ଜଣଙ୍କ ନାଁ ଚର୍ଚ୍ଚାରେ ରହିଥିଲା । ସେମାନଙ୍କ ମଧ୍ୟରେ ଥିଲେ ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟ, କବି ସୌଭାଗ୍ୟ କୁମାର ମିଶ୍ର ଓ ସୁସାହିତି୍ୟକ ପ୍ରଫେସର ହରିହର ମିଶ୍ର ।




Powered by odothemes.com