Konark-1

ସୂର୍ଯ୍ୟମନ୍ଦିର ନିକଟରେ ପ୍ରାଚୀନ ଐତିହ୍ୟର ଭଗ୍ନାବଶେଷ

53

ପ୍ରନôତତ୍ତ୍ୱ ବିଭାଗ ଦୃଷ୍ଟି ଦେଲାନି ଖନନ କଲେ ସ୍ଥାନୀୟ ଲୋକେ
କୋଣାର୍କ, ୪ ।୫ (ଆପ୍ର): ବିଶ୍ୱ ଐତିହ୍ୟସ୍ଥଳ କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଠାରୁ ମାତ୍ର ୧୦୦ ମିଟର ଦୂର ହେଲିପ୍ୟାଡ୍ ନିକଟସ୍ଥ ଏକ ବାଲି ସ୍ତୂପର ଖନନ ବେଳେ କାହିଁ କେତେ କାଳର ପ୍ରାଚୀନ ଐତିହ୍ୟର ଭଗ୍ନାବଶେଷ ଠାବ ହେବା ଘଟଣା ପ୍ରତି ପ୍ରନôତତ୍ତ୍ୱ ବିଭାଗ ଦୃଷ୍ଟି ନଦେବାରୁ ଏବେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏଠାରେ ଅଧିକ ଖନନ କାର୍ଯ୍ୟକରି ୯୦ ଫୁଟ ଲମ୍ବର ଏକ ବିଶାଳ ଇଟା ନିର୍ମିତ କାନ୍ଥ ଠାବ କରିଛନ୍ତି । ଏହି ପ୍ରାଚୀନ ଐତିହ୍ୟ ଠାବ ହେବା ଘଟଣା ଏପି୍ରଲ ମାସ ୧୯ ତାରିଖରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ସ୍ଥାନରେ ଅଧିକ ଖନନ କରାଯିବ ବୋଲି ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ ସୁଶାନ୍ତ କର ଗଣମାଧ୍ୟମକୁ ତାଙ୍କ ପ୍ରତିକି୍ରୟାରେ କହିଥିଲେ । ହେଲେ ଦୀର୍ଘ ୧୫ ଦିନ ପରେ ମଧ୍ୟ ଖନନ ପାଇଁ ପ୍ରନôତତ୍ତ୍ୱ ବିଭାଗ କୌଣସି ପଦକ୍ଷେପ ନନେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ସୃଷ୍ଟି କରିଛି । ଦ୍ୱାଦଶ ଶତାବ୍ଦୀର ୧୨ ଶହ ବଢ଼େଇଙ୍କର ନିହାଣ ମୁନରୁ ସୃଷ୍ଟ ଆଜିର ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିରର ପୂର୍ବ ଦିଗରେ ଦୂରରେ ଠାବ ହୋଇଥିବା ଏହି ଭଗ୍ନାବଶେଷ ସୂର୍ଯ୍ୟ ମନ୍ଦିରର ସମସାମୟିକ ବୋଲି ଜଣାପଡ଼ିଛି । ଏହି ସ୍ଥାନରେ ଥିବା ଏକ ବର ଓ ଓସ୍ତ ବୃକ୍ଷ ମୂଳରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ମିଶିକରି ପୂଜାର୍ଚ୍ଚନା କରିବା ପାଇଁ ବାଲିସ୍ତୂପର ଖନନ କଲାବେଳେ ବାଲି ତଳୁ ୨୦ ଫୁଟ ଲମ୍ବର ଏକ ଇଟାକାନ୍ଥ ଠାବ ହେବା ସହ କିଛି କାରୁକାର୍ଯ୍ୟ ଥିବା ପଥର ମୂର୍ତ୍ତି, ମାଟିଇଟା, ମାଟି ପାତ୍ରର ଭଗ୍ନ୍ାବଶେଷ ଓ ମାଟି ଦୀପ ଠାବ ହୋଇଥିଲା । ଠାବ ହୋଇଥିବା ପ୍ରାଚୀନ ଐତିହ୍ୟର ଭଗ୍ନାବଶେଷ ସ୍ଥାନ ସ୍ଥାନୀୟ ପ୍ରଶାସନ କିମ୍ବା ପ୍ରନôତତ୍ତ୍ୱ ବିଭାଗର ନଜରକୁ ଆସିନଥିବା ବେଳେ ଏହି ସ୍ଥାନର ସଂରକ୍ଷଣ ଓ ଅଧିକ ଖନନ କରାଯାଇ ଅଧିକ ତଥ୍ୟ ଲୋକଲୋଚନକୁ ଆଣିବା ପାଇଁ କୋଣାର୍କ ସୁରକ୍ଷା ସମିତି ସଂପାଦକ ରାମକୃଷ୍ଣ ମହାନ୍ତି ଦାବି କରିଛନ୍ତି । କିମ୍ବଦନ୍ତୀ ଅନୁଯାୟୀ ସୂର୍ଯ୍ୟମନ୍ଦିର ଚତୁଃପାଶ୍ୱର୍ରେ ଅନେକ କୀର୍ତ୍ତିରାଜି ମାଟିତଳେ ରହିଥିବା ବେଳେ ଠାବ ହୋଇଥିବା ପ୍ରାଚୀନ ଐତିହ୍ୟର ଭଗ୍ନାବଶେଷ ପ୍ରନôତତ୍ତ୍ୱ ଦୃଷ୍ଟିକୋଣରୁ ନୂଆ ସମ୍ଭାବନା ସୃଷ୍ଟି କରିଛି । ପ୍ରନôତତ୍ତ୍ୱ ବିଭାଗ ବ୍ଲାକ୍ ପାଗୋଡ଼ା ବା ସୂର୍ଯ୍ୟମନ୍ଦିରର ସମସାମୟିକ ଏହି ଭଗ୍ନାବଶେଷ ସ୍ଥାନରେ ଅଧିକ ଖନନ ପରେ ଅନେକ ଲୁକାୟିତ ରହସ୍ୟ ଉନ୍ମୋଚିତ ହୋଇପାରିବ । ତେବେ ଐତିହାସିକ ବଳରାମ ମିଶ୍ରଙ୍କ କହିବାନୁଯାୟୀ, ୧୮୯୩ ମସିହାରେ ସୂର୍ଯ୍ୟମନ୍ଦିର ପୂର୍ବ ଦ୍ୱାରା ଉପରିଭାଗରେ ଥିବା ୧୯ ଫୁଟ ୧୦ ଇଞ୍ଚ ଲମ୍ବ ଓ ୪ ଫୁଟ ୯ ଇଞ୍ଚ ଲମ୍ବର ବିଶାଳକାୟ ନବଗ୍ରହ ମୂର୍ତ୍ତିଟିକୁ ଇଂରେଜମାନେ ସମୁଦ୍ର ପଥଦେଇ କଲିକତା ନେବା ପାଇଁ ପ୍ରସ୍ତର ମୂର୍ତ୍ତିକୁ ମଝିରୁ କାଟି ଦୁଇଭାଗ କରିଦେଇଥିଲେ । ମୂର୍ତ୍ତିଥିବା ଭାଗ ପ୍ରସ୍ତର ଖଣ୍ଡକୁ ନେବା ପାଇଁ ଉଦ୍ୟମକରି ଆଉ ନେଇନପାରି ହେଲିପ୍ୟାଡ୍ ନିକଟସ୍ଥ ଏହି ସ୍ଥାନରେ ଛାଡ଼ି ଚାଲିଯାଇଥିଲେ । କିଛି ବର୍ଷ ଧରି ଏହି ସ୍ଥାନରେ ସ୍ଥାନୀୟ ଲୋକେ ନବଗ୍ରହ ପୂଜାର୍ଚ୍ଚନା କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ସ୍ଥାନୀୟ ଲୋକେ ଓ ଇଂରେଜ ଅଧିକାରୀମାନେ ଭଗ୍ନ ନବଗ୍ରହ ମୂର୍ତ୍ତିକୁ ଏହି ସ୍ଥାନରୁ ଉଦ୍ଧାର କରି ପୁନଃ ମନ୍ଦିର ପରିସରରେ ଏକ ଘରେ ସ୍ଥାପିତ କରାଯାଇଥିଲାା ତେବେ ଯାହାହେଉ ନା କାହିଁକି ଖନନ ହୋଇଥିବା ଏହି ସ୍ଥାନର ପୁନଃ ଖନନ କରାଯାଇ ପାରିଲେ ଅଧିକ ତଥ୍ୟ ବାହାରିବ ବୋଲି ସେ କହିଥିଲେ ।

ସେଆର କରନ୍ତୁ:



Powered by odothemes.com