Jayadev-Bhaban---------3

ମଧୁବାବୁଙ୍କ ଯୁକ୍ତି କରିବା ଶୈଳୀ ଉଚ୍ଚକୋଟୀର

60

ଭୁବନେଶ୍ୱର,୨୮ା୪(ବୁ୍ୟରୋ): ଓଡ଼ିଆ ଜାତିର ପରିଚିତି ଯେତେବେଳେ ନଥିଲା ଉକ୍ରଳ ଗୌରବ ମଧୁସୂଦନ ଦାସ ସେ ସମୟରେ ନବଉନ୍ମାଦନା ଦେଇଥିଲେ । ସେ ଥିଲେ ଓଡ଼ିଆ ଜାତିର ଗର୍ବ ଓ ଗୌରବ । ଛାତ୍ର ଜୀବନଠାରୁ ମୃତୁ୍ୟ ପର୍ଯ୍ୟନ୍ତ ତାଙ୍କ ଜୀବନ ସଂଘର୍ଷମୟ ଥିଲା ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଛନ୍ତି । ସ୍ଥାନୀୟ ଜୟଦେବ ଭବନରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଉକ୍ରଳ ସମ୍ମିଳନୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ମଧୁବାବୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମିଶ୍ର ଓଡ଼ିଆ ଜାତିର ସ୍ୱାଭିମାନ, ଭାଷା ଓ ସଂସ୍କୃତି ଉପରେ ଆଗାମୀ ପିଢି ଇତିହାସ ରଚନା କରିବା ପାଇଁ ସଂକଳ୍ପ ନେବାକୁ କହିଥିଲେ । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ମିଶ୍ର ମଧୁବାବୁଙ୍କ ଶ୍ରଦ୍ଧାଞ୍ଜଳି ଉଦେ୍ଦଶ୍ୟରେ ସ୍ୱରଚିତ କବିତା ପାଠ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ନିଦେ୍ର୍ଦଶକ ସୁଶୀଲ୍ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଭାଗୀୟ କମିଶନର ତଥା ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଲେ, ମଧୁବାବୁଙ୍କର ଯୁକ୍ତି କରିବାର ଶୈଳୀ ବହୁତ ଉଚ୍ଚକୋଟୀର ଥିଲା । ପିଲାଟି ଦିନରୁ ତାଙ୍କର ପ୍ରତିଭା ଜଣାପଡ଼ିଥିଲା । ବିଚିତ୍ରାନନ୍ଦ ଦାସଙ୍କ ଠାରୁ ସେ ପ୍ରଥମେ ପ୍ରେରଣା ପାଇଥିଲେ । ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଢି ତୋଳିବାରେ ମଧୁବାବୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । କଲିକତାରୁ ଆସିବା ପରଠାରୁ ସେ ଖ୍ରୀଷ୍ଟିୟାନ୍ ଧର୍ମରେ ଦୀକ୍ଷିତ ହୋଇସାରିଥିଲେ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ । ସେ ଆହୁରି କହିଥିଲେ ଯେ, ମଧୁବାବୁଙ୍କ ପ୍ରଚେଷ୍ଟାରେ ୧୯୦୩ ମସିହାରେ ଉକ୍ରଳ ସମ୍ମିଳନୀ ଆହୂତ ହେଲା । ତାଙ୍କର ନିଷ୍ଠାପର ଉଦ୍ୟମ ଫଳରେ ଲର୍ଡ଼ କର୍ଜନ ସମ୍ବଲପୁରକୁ ମଧ୍ୟପ୍ରଦେଶରୁ ଅଲଗା କରି ଓଡ଼ିଶାରେ ମିଶାଇଥିଲେ । ଶିଳ୍ପର ଉନ୍ନତି ପାଇଁ ମଧୁବାବୁ ‘ଉକ୍ରଳ ଟ୍ୟାନେରୀ’ ଓ ‘ଓଡ଼ିଶା ଆର୍ଟଓୟାର’ ପ୍ରତିଷ୍ଠା କରିଥିଲେ । ଏପରି ଯୋଗଜନ୍ମା ଓଡ଼ିଶାରେ ଜନ୍ମ ନେବା ପାଇଁ ଯୁଗଯୁଗ ଲାଗିବ ବୋଲି ସେ କହିଥିଲେ । ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ ଅଡ଼ିଓ ସିଡ଼ି ‘ମଧୁଗୀତି’ ଲୋକାର୍ପିତ ହୋଇଥିଲା । ଏହି ଜୟନ୍ତୀ ସଭାରେ ବାରବାଟୀ ବିଧାୟକ ଦେବାଶିଷ ସମାନ୍ତରାୟ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଭାଗୀୟ ଉପନିଦେ୍ର୍ଦଶକ ରାମଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହାପରେ ଭଜନ ଓ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ ‘ଜାତି ପ୍ରେମ ବହ୍ନି’ ପରିବେଷଣ କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com